ଏସବିଆଇର ଏହି ଗୋଟିଏ ଆପ୍ ଜରିଆରେ ଘରେ ବସି ମିଳିପାରୁଛି ଅନେକ ଫାଇଦା ! ଜାଣନ୍ତୁ କଣ ଏହି ଆପ୍ ଏବଂ କିପରି କରିବେ ବ୍ୟବହାର ।

54

ଏସବିଆଇର ୟୋନୋ ଆପ ଲୋକମାନଙ୍କ ପାଇଁ ଏବେ ଏକ ସହଜ ଉପାୟ ପାଲଟି ଯାଇଛି । ଏହି ଆପକୁ ମାତ୍ର ୧୦ ମାସ ମଧ୍ୟରେ ପ୍ରାୟ ୧ କୋଟି ଲୋକ ଡାଉନଲୋଡ କରି ବ୍ୟବହାର କରୁଛନ୍ତି । ଗତ ୨୪ ନଭେମ୍ବର ୨୦୧୭ରେ ଏହି ଆପକୁ ଏସବିଆଇ ତରଫରୁ ଲଞ୍ଚ କରାଯାଇଥିଲା । ଏସବିଆଇ ତରଫରୁ ଲଞ୍ଚ ହୋଇଥିବା ୟୋନୋ ଆପ ଜରିଆରେ ଗ୍ରାହକମାନେ ନିଜର ବ୍ୟାଙ୍କିଙ୍ଗ, ସପିଙ୍ଗ, ଲାଇଫଷ୍ଟାଇଲ୍ ଏବଂ ଇଂଭେଷ୍ଟମେଣ୍ଟ ସମ୍ବନ୍ଧିୟ ଆବଶ୍ୟକାତା ପାଇଁ ୟୋନୋ ଆପକୁ ଗ୍ରାହକମାନେ ଏବେ ବ୍ୟବହାର କରୁଛନ୍ତି ।

ମୁଖ୍ୟ ୫ଟି ଫାଇନାନ୍ସିଆଲ ଆପରେ ସାମିଲ :

ପ୍ଲେ-ଷ୍ଟୋରରେ ଉପଲବ୍ଧ ଥିବା ମୁଖ୍ୟ ୫ଟି ଫାଇନାନ୍ସିଆଲ ଆପ ମଧ୍ୟରେ ଏସବିଆଇର ୟୋନୋ ଆପ ମଧ୍ୟ ସାମିଲ ରହିଛି । ୟୋନୋ ଲଞ୍ଚ ହେବା ପରେ ଏସବିଆଇ ଆଇଆରସିଟିସି, ବୁକମାଇ-ଶୋ, ଏସଓଟିସି, ଏକ୍ସପିଡିଆ, କିଣ୍ଡଲ, ବୁକିଙ୍ଗ ଡଟ କମ୍ ଏବଂ ମୋଜାର୍ଟୋ ସମେତ ଅନ୍ୟ ୨୫ଟି ନୂଆ ଇ-ମର୍ଚାଣ୍ଟକୁ ଏଥିରେ ସାମିଲ କରାଯାଇଛି । ଏହା ସହିତ ଟାଟା ମୋଟର୍ସ, ହୁଣ୍ଡାଇ, ଫୋଡ ଏବଂ ଅଟୋ କମ୍ପାନୀ ସହିତ ୟୋନୋ ଆପରେ ଉପଲବ୍ଧ ମର୍ଚାଣ୍ଟର ମୋଟ ସଂଖ୍ୟା ୮୫ରେ ପହଞ୍ଚି ଯାଇଛି ।

ଏସବିଆଇ ତରଫରୁ ଲଞ୍ଚ ହୋଇଥିବା ଏହି ଆପ୍ ଲୋକମାନଙ୍କ ଅନେକ କାମରେ ଆସୁଥିବାରୁ ଏହି ଆପର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଅନ୍ୟ ଆପ ତୁଳନାରେ ୟୋନୋ ଆପ ଲୋକଙ୍କ ଭରୋଷା ଜିତିବାରେ ସଫଳ ହୋଇଛି ।