୧ ଜୁନରୁ ବଦଳୁଛି ଏସବିଆଇର ନିୟମ ! କେଉଁ ସେବା ମହଙ୍ଗା ହେବ ଆସନ୍ତୁ ଜାଣିବା

62

ଭାରତୀୟ ଷ୍ଟେଟ ବ୍ୟାଙ୍କ ପୁଣି ଥରେ ନିଜର ସେବା କର ଉପରେ ପରିବର୍ତ୍ତନ ଆଣୁଛି । ସେବା କରକୁ ନେଇ ୧ ଜୁନରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନୂଆ ନିୟମ ଲାଗୁ କରୁଛି । ଏଥିରେ ଏସବିଆଇର ଅନେକ ସେବାକୁ ନେଇ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ।

ନୋଟ ବଦଳାଇଲେ ଦେବାକୁ ପଡିବ ୨ରୁ ୫ ଟଙ୍କା ଚାର୍ଜ –
କଟାଫଟା ଓ ଓଦା ନୋଟ ବଦଳାଇଲେ ପ୍ରତି ନୋଟ ଭପରେ ୨ରୁ ୫ ଟଙ୍କା ଚାର୍ଜ ଦେବାକୁ ପଡିବ । ଏହି ଚାର୍ଜ ୨୦ ରୁ ଓ ୫୦୦୦ ଟଙ୍କାରୁ ଅଧିକ ହେଲ ନିଆଯିବ । ଯଦି କୌଣସି ଗ୍ରାହକ କଟାଫଟା ନୋଟର ମୂଲ୍ୟ ୫୦୦୦ ଟଙ୍କାରୁ ଅଧିକ ନହୁଏ ତେବେ ଏପରି ସ୍ଥଳରେ କୌଣସି ଚାର୍ଜ ନିଆଯିବ ନାହିଁ ।

-କିନ୍ତୁ ଯଦି କୌଣସି ଗ୍ରାହକ ୨୦ ଟି ନୋଟରୁ ଅଧିକ କଟାଫଟା ନୋଟ ବଦଳାଇବା ପାଇଁ ଚାହିଁବେ, ତେବେ ତାଙ୍କୁ ପ୍ରତି ନୋଟପିଛା ୨ ଟଙ୍କା ହିସାବାରେ ଚାର୍ଜ ଦେବାକୁ ଫଡିବ ।

-ଏହାସହ ନୋଟର ମୂଲ୍ୟ ୫୦୦୦ ଟଙ୍କାରୁ ଅଧିକ ହେଲେ ଗ୍ରାହକଙ୍କୁ ପ୍ରତି ନୋଟ ପ୍ରତି ୨ ରୁ ୫ ଟଙ୍କା ଚାର୍ଜ ପଡିବ ।

ସେଭିଂ ଆକାଉଂଟ ପାଇଁ ମଧ୍ୟ ଦେବାକୁ ହେବ ଚାର୍ଜ- 
ଏହାସହ ବ୍ୟାଙ୍କ ସେଭିଂ ଅକାଉଟ ହୋଲ୍ଟରଙ୍କ ପାଇଁ ସର୍ଭିସ ଚାର୍ଜର ନିୟମ ବଦଳାଇବା ପାଇଁ ଯାଉଛି । ଏହାଦ୍ୱାରା ମାଗଣା କ୍ୟାସ ୱିଥଡ୍ର ସୀମା ରହିବ ମାତ୍ର ୪ ଥର । ଏଥିରେ ଏଟିଏମରେ କରାଯାଉଥିବା ଟ୍ରାନଜାକ୍ସନ ମଧ୍ୟ ସାମିଲ ହେବ ।

୪ ରୁ ଅଧିକ କ୍ୟାସ ଟ୍ରାନଜାକ୍ସନ ପରେ ପ୍ରତି ଟ୍ରାନଜାକ୍ସନରେ ଦେବାକୁ ପଡିବ ୨୦ ଟଙ୍କା-
ଯଦି କୌଣସି ବ୍ୟକ୍ତି ବ୍ରାଞ୍ଚ ଓ ଏଟିଏମ ମିଶାଇ ୪ ରୁ ଅଧିକ ଥର ଟ୍ରାନଜାକ୍ସନ କରିବେ ତେବ ତାଙ୍କୁ ପ୍ରତି ଟ୍ରାନଜକ୍ସେନରେ ୨୦ ଟଙ୍କା ଚାର୍ଜ ଦେବାକୁ ପଡିବ ।

ଏସବିଆଇ ଏଟିିଏମରୁ ଅଧିକ ଟ୍ରାନଜାକ୍ସନ ଉପରେ ୧୦ ଟଙ୍କା ଚାର୍ଜ ଲାଗିବ –
ଏହିପରିଭାବେ ଏସବିଆଇ ଏଟିଏମରୁ ଅଧିକ ଟ୍ରାନଜାକ୍ସସ କଲେ, ପ୍ରତି ଟ୍ରାନଜାକ୍ସନରେ ୧୦ ଟଙ୍କା ଚାର୍ଜ ଦେବାକୁ ପଡିବ । ଏହାସହ ସର୍ଭସ ଟାକ୍ସ ଅଲଗା ଦେବାକୁ ପଡିବ । ଯଦି ଅନ୍ୟ କୌଣସି ବ୍ୟାଙ୍କରୁ ଆପଣ ଟଙ୍କା ଉଠାଉଛନ୍ତò, ତେବେ ପ୍ରତି ଟ୍ରାନଜାକ୍ସନ ୨୦ ଟଙ୍କା ଦେବା ଚାର୍ଜ ଦେବାକୁ ହେବ । ଏହାସହ ସର୍ଭିକ୍ସ ଟାକ୍ସ ମଧ୍ୟ ଦେବାକୁ ପଡିବ ।

ଡେବିଟ କାର୍ଡ ଇସ୍ୟୁ କରାଇଲ ଲାଗିବ ଚାର୍ଜ –
ଏହା ବ୍ୟତୀତ ସେଭିଂ ଆକାଉଂଟରେ ମିଳୁଥିବା ଡେବିର୍ଟ କାର୍ଡରେ ମଧ୍ୟ ଚାର୍ଜ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି ଏସବିଆଇ । ଏକ ଜୁନରୁ ବ୍ୟାଙ୍କ କେବଳ ରୂପେ ଡେବିଟ କାର୍ଡ ମାଗଣାରେ ଇସ୍ୟୁ କରାଇବ ବୋଲି ସୂଚନା ମିଳିଛି ।

                       ସୌଜନ୍ୟ -ମନିଭାସ୍କର.କମ