ଏସବିଆଇର ବଡ ଘୋଷଣା ! ବ୍ୟକ୍ତିଗତ ଋଣ ଉପରେ ପ୍ରୋସେସିଂ ଫିସ୍ ଛାଡ

28

କନକ ବ୍ୟୁରୋ : ନିଜ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ବ୍ୟକ୍ତିଗତ ଋଣ ଉପରେ ପ୍ରୋସେସିଂ ଫିସ୍ ଛାଡ ଘୋଷଣା କରିଛି ଏସବିଆଇ । ଖୁଚୁରା ଋଣ ପ୍ରଦାନ କାରବାରକୁ ବୃଦ୍ଧି କରିବା ପାଇଁ ଏପରି ପଦକ୍ଷେପ ନେଇଛି ଏସବିଆଇ ।

ଏସବିଆଇ ଜାରି କରିଥିବା ରିପୋର୍ଟ ଅନୁଯାୟୀ , ବ୍ୟକ୍ତିଗତ ଋଣ, ବ୍ୟକ୍ତିଗତ ସ୍ୱର୍ଣ୍ଣ ଋଣ , କାର୍ ଋଣ ସହ ଅନ୍ୟାନ୍ୟ ବ୍ୟକ୍ତିଗତ ଋଣ ଉପରେ ୧୦୦ ପ୍ରତିଶତ ପ୍ରୋସେସିଂ ଫି ଛାଡ ହୋଇଛି । ବ୍ୟାଙ୍କ୍ ଏହି ଛାଡ ‘ଫେଷ୍ଟିଭାଲ୍ ବୋନାଞ୍ଜା’ କାର୍ଯ୍ୟକ୍ରମ ଜରିଆରେ ଘୋଷଣା କରିଛି ।

ଚଳିତ ବର୍ଷ ଡିସେମ୍ବର ୩୧ ପର୍ୟ୍ୟନ୍ତ ନୂଆ କାର କିଣିବା ପାଇଁ ବ୍ୟାଙ୍କ ଦେଉଥିବା ଋଣ ଉପରେ ପ୍ରୋସେସିଂ  ଫି ନିଆଯିବ ନାହିଁ। ସେହିପରି ଅକ୍ଟୋବର ୩୧ପର୍ୟ୍ୟନ୍ତ ବ୍ୟକ୍ତିଗତ ସୁନା ଋଣ ଉପରେ ୫୦ ପ୍ରତିଶତ ଓ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏକ୍ସପ୍ରେସ କ୍ରେଡିଟ୍ ଉପରେ ୫୦ ପ୍ରତିଶତ ପ୍ରୋସେସିଂ ଫି ଛାଡ କରିଛି ବ୍ୟାଙ୍କ୍।