ଅନଲାଇନ ଟଙ୍କା କାରବାର କରୁଛନ୍ତି କି? ମନେ ରଖନ୍ତୁ ଷ୍ଟେଟବ୍ୟାଙ୍କର ଦୁଇଟି ନମ୍ବର, ନଚେତ ହଇରାଣରେ ପଡିପାରନ୍ତି

51

ଅନଲାଇନ ଟଙ୍କା କାରବାର କରୁଥିବା ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ଖାସକରି ଷ୍ଟେଟବ୍ୟାଙ୍କ ନିଜ ଗ୍ରାହକ ପାଇଁ ଏବ ବଡ ପଦକ୍ଷେପ ଉଠାଇଛି । ଅନଲାଇନରେ କାରବାର କରୁଥିବା ଗ୍ରାହକଙ୍କୁ ଷ୍ଟେଟବ୍ୟାଙ୍କ ଦୁଇଟି ଟୋଲ ଫ୍ରି ନମ୍ବର ମନେ ରଖିବାକୁ କହିଛି । ଏନେଇ ଏକ ଟ୍ୱିଟ୍ କରି ସୂଚନା ଦେଇଛି ଷ୍ଟେଟବ୍ୟାଙ୍କ । ତେବେ ଷ୍ଟେଟବ୍ୟାଙ୍କ ଦୁଇଟି ନମ୍ବର ମନେ ରଖିବା କଣ ପାଇଁ କହୁଛି ତା ପଛରେ ବଡ କାରଣ ରହିଛି ।

ଦିନକୁ ଦିନ ଅନଲାଇନ ଠକେଇ ମାମଲା ବଢିବାରେ ଲାଗିଛି । ଏଭଳି ସ୍ଥଳେ ନିଜ ଗ୍ରାହକଙ୍କୁ ସର୍ତକ କରିଛି ଷ୍ଟେଟବ୍ୟାଙ୍କ । ଅନଲାଇନ ଟ୍ରାଞ୍ଜାକସନକୁ ସୁରକ୍ଷିତ ରଖିବା ଓ ଅନଲାଇନ ଠକେଇକୁ କମ କରିବା ପାଇଁ ଷ୍ଟେଟବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ସର୍ତକ କରାଯାଉଛି । ଏସବିଆଇ ଟ୍ୱିଟ କରି କହିଛି ଯେ, ଯଦି ଗ୍ରାହକ ଅନଲାଇନ ଠକେଇର ଶିକାର ହେଉଥାନ୍ତି ତେବେ ତୁରନ୍ତ ବ୍ୟାଙ୍କର ଅଫିସିଆଲ ଟୋଲ ଫ୍ରି ନମ୍ବର 1-800-425-3800/1-80011-2211ରେ କଲ କରିବା ଆବଶ୍ୟକ । ଏହି ନମ୍ବରରେ କଲ କରିବା ଦ୍ୱାରା ଅନଲାଇନ କାରବାରକୁ କିପରି ସୁରକ୍ଷିତ ରଖା ଯାଇ ପାରିବ ସେନେଇ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯିବ ।

କେବଳ ଏସବିଆଇ ଗ୍ରାହକ ନୁହଁନ୍ତି ଅନ୍ୟ ବ୍ୟାଙ୍କର ଗ୍ରାହକ ଯଦି ଅନଲାଇନ ଠକେଇର ଶିକାର ହେଉଥାନ୍ତି ତେବେ ତୁରନ୍ତ ନିଜ ବ୍ୟାଙ୍କ ସହ ସର୍ମ୍ପକ କରନ୍ତୁ । ଏଥିପାଇଁ ବ୍ୟାଙ୍କର ଟୋଲ ଫ୍ରି ନମ୍ବରରେ କଲ କରି ନିଜର ସମସ୍ୟା ବିଷୟରେ ଅବଗତ କରାଇପାରିବେ । ଏହାଛଡା ସର୍ବଦା ଅଜଣା ୱେବସାଇଟରେ କାରବାର ନକରିବା ପାଇଁ ବ୍ୟାଙ୍କ ପକ୍ଷରୁ ସର୍ତକ କରାଯାଇଛି ।