ଏଟିଏମ୍ କାର୍ଡ ବ୍ଲକିଂ ଆରମ୍ଭ କଲା ଏସବିଆଇ !

42

କନକ ବ୍ୟୁରୋ : ଏଟିଏମ୍ କାର୍ଡ ବ୍ଲକ୍ କରିବା ଆରମ୍ଭ କଲା ଏସବିଆଇ । ଅନଲାଇନ୍ ଠକାମୀ ଏବଂ ସ୍କାମ୍ ଆଦି ଜରିଆରେ ଅନଲାଇନ୍ ବ୍ୟାଙ୍କିଂକୁ ବଦନାମ୍ କରାଯିବାର ପ୍ରୟାସକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେଇଛି ଏସବିଆଇ । ତେବେ ଏଥିରେ କେବଳ ପୁରୁଣା ତଥା ଅସୁରକ୍ଷିତ କାର୍ଡକୁ ବ୍ଲକ୍ କରାଯାଇଛି । ବ୍ଲକ୍ କରାଯାଇଥିବା କାର୍ଡ ବଦଳରେ ଗ୍ରାହକଙ୍କୁ ମିଳିବ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦ୍ୱାରା ଅନୁମୋଦିତ ଇଭିଏମ୍ ଚିପ୍ ଯୁକ୍ତ ନୂଆ ଡେବିଟ୍ କାର୍ଡ  । ଅର୍ଥାତ୍ ଯେଉଁମାନେ ମାଗଷ୍ଟ୍ରାଇପ୍ ଏସବିଆଇ ଡେବିଟ୍ କାର୍ଡ ବ୍ୟବହାର କରୁଛନ୍ତି ସେମାନଙ୍କ କାର୍ଡ ବ୍ଲକ୍ ହେବ  ।

ଏସ୍.ବି.ଆଇର ୱେବସାଇଟ୍ ଏହା ଦର୍ଶାଯାଇଛିଯେ ଗତ ୨୮ ଫେବୃଆରି ୨୦୧୭ ସୁଦ୍ଧା ଯେଉଁ ଏଟିଏମ୍ କାର୍ଡଗୁଡ଼ିକୁ ବ୍ଲକ୍ କରାଯାଇଥିଲା, ତାହା ସେଭଳି ସ୍ଥାୟୀଭାବେ ବ୍ଲକ୍ ହୋଇଯିବ । ଏଥିରେ ଯେଉଁ କାର୍ଡଧାରୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନେ ଇଣ୍ଟରନେଟ୍ ବ୍ୟାଙ୍କିଂ ଜରିଆରେ ଇଭିଏମ୍ ଚିପ୍ କାର୍ଡ ପାଇବାକୁ ଆବେଦନ କରିପାରିବେ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି । ଏହି ସୁବିଧା କେବଳ ନିଜର ଜମା ଖାତାଥିବା ଶାଖାରେ ଉପଲବ୍ଧ ।

ତେବେ ଉପଭୋକ୍ତାଙ୍କୁ ମେସେଜ୍ କରିଆରେ ସେମାନଙ୍କ କାର୍ଡ ବ୍ଲକ୍ ହେବା ନେଇ ସୂଚନା ଦିଆଯାଉଛି । କ୍ଷତିଗସ୍ତ ଗ୍ରାହକ ନୂଆ ଚିପ୍ ଯୁକ୍ତ କାର୍ଡ ପାଇଁ ଏସବିଆଇର ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ.ଅନଲାଇନଏସବିଆଇ.କମରେ ଆବେଦନ କରିପାରିବେ । କିମ୍ବା ନିକଟସ୍ଥ ଶାଖାରେ ମଧ୍ୟ ଆବେଦନ କରିପାରିବେ ।

ଇଭିଏମ୍ ଚିପ୍ ଡେବିଟ୍ କାର୍ଡ ମାଗ୍ ଷ୍ଟ୍ରାଇପ୍ କାର୍ଡ ଅପେକ୍ଷା ଅଧିକ ନିରାପଦ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି । ଗତବର୍ଷ ପ୍ରାୟ ୩୨ ଲକ୍ଷ ଏଟିଏମ୍ କାର୍ଡ ଉପରେ ସାଇବର ଆକ୍ରମଣ ହେବା ପରେ ଏସିବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପ୍ରତ୍ୟେକ ବ୍ୟାଙ୍କକୁ ୨୦୧୭, ସେପ୍ଟେମ୍ବର ୩୦ ସୁଦ୍ଧା ଇଭିଏମ୍ କାର୍ଡ ଇସ୍ୟୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।