ଏଣିକି ବ୍ୟାଙ୍କକୁ ଯିବାର ଆବଶ୍ୟକତା ନାହିଁ, ବ୍ୟାଙ୍କ ନିଜେ ଚାଲି ଆପଣଙ୍କ ପାଖକୁ ଆସିବ ! ଘରେ ବସି ଉଠାଇପାରିବେ ଏହି ସୁବିଧାର ଲାଭ

554

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଶର ସବୁଠାରୁ ବଡ ବ୍ୟାଙ୍କ । ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ସବୁବେଳେ କିଛି ନୂଆ କରେ । ବ୍ୟାଙ୍କର ଚେଷ୍ଟା ଥାଏ କି, ଗ୍ରାହକଙ୍କୁ ଅଧିକରୁ ଅଧିକ ସୁବିଧା ଯୋଗାଇବା । ଏମିତିରେ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗର ଆରମ୍ଭ କରିଛି । ଏଥିରେ ଗ୍ରାହକଙ୍କୁ ବ୍ୟାଙ୍କ ଯିବାର ଆବଶ୍ୟକତା ନାହିଁ । ବ୍ୟାଙ୍କ ନିଜେ ଚାଲି କି ଆପଣଙ୍କୁ ପାଖକୁ ଆସିବ । ଏହି ସୁବିଧା ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠଙ୍କ ପାଇଁ ଆରମ୍ଭ କରାଯାଇଛି । ଗ୍ରାହକ ଏହି ସୁବିଧାର ଲାଭ ଉଠାଇ ଘରେ ବସି ନେଣ-ଦେଣ ଭଳି କାମ କରିପାରିବେ । ଏଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଯାଇ ନିଜର ରେଜିଷ୍ଟ୍ରେସନ୍ କରିବାକୁ ହେବ ।

କେଉଁମାନେ ଉଠାଇପାରିବେ ଏହି ସେବାର ଲାଭ ?

• ଏହି ସୁବିଧାର ଲାଭ ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗ ଓ ଅନ୍ୟ ସ୍ୱତନ୍ତ୍ର ଲୋକ ଉଠାଇପାରିବେ । ବ୍ୟାଙ୍କ ତାଙ୍କ ଘରକୁ ଆସିବ ।

• ଏହି ସୁବିଧାର ଲାଭ ସେତେବେଳେ ଉଠାଇପାରିବେ ଯେବେ କେୱାଇସି ଅପଡେଟେଡ୍ ହୋଇଥିବ ଓ ମୋବାଇଲ ନମ୍ବର ପଂଜିକୃତ ଥିବ ।

• ଏଥିପାଇଁ ଏକ ସର୍ତ୍ତ ଅଛି କି, ବ୍ୟାଙ୍କର ବ୍ରାଂଚ ୫କିମି ପରିଧିରେ ହେବା ଉଚିତ୍ । ଏହି ସୁବିଧା କେବଳ ବ୍ୟକ୍ତିଗତ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ଉପଲବ୍ଧ ।

କ’ଣ କ’ଣ ସୁବିଧା ମିଳିବ ?

• କ୍ୟାସ ନେଣଦେଣ କରିପାରିବେ ।

• ଚେକ୍ ନେବା, ଚେକବୁକ୍ ନେବା, ଡ୍ରାଫ୍ଟ ଦେବା ଭଳି କାମ କରିପାରିବେ ।

• ଇନକମ ଟ୍ୟାକ୍ସ ସହିତ ସମ୍ବନ୍ଧିତ କାମ କରାଇପାରିବେ ।

କ’ଣ ଏହି ସେବା ପାଇଁ ଶୁଳ୍କ ଦେବାକୁ ପଡିବ ?

• ଷ୍ଟେଟ ବ୍ୟାଙ୍କ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ ପାଇଁ ମାମୁଲି ଚାର୍ଜ ଲଗାଇଛି । ଯୋଗ୍ୟ ଗ୍ରାହକଙ୍କୁ ଏହା ବଦଳରେ କିଛି ଶୁଳ୍କ ଦେବାକୁ ପଡିବ ।

• ପ୍ରତ୍ୟେକ ରେଜିଷ୍ଟ୍ରେସନ ଉପରେ ଗ୍ରାହକଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ ।

• ଅନ୍ୟ କାମ ପାଇଁ ୬୦ଟଙ୍କା ଦେବାକୁ ପଡିବ ।

• ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଗ୍ଦଭସ.ମକ୍ଟ.ସଦ୍ଭ କୁ ଯାଆନ୍ତୁ ଏବଂ ନିକଟସ୍ଥ ବ୍ରାଂଚକୁ ଯାଇ ସଂପର୍କ କରନ୍ତୁ ।