ସୁନା କିଣିବା ପାଇଁ ଚାହୁଁଛନ୍ତି କି ? ଏସବିଆଇ ବିକ୍ରି କରୁଛି ସବୁଠାରୁ ଶସ୍ତା ସୁନା, ଶେଷ ତାରିଖ ନଭେମ୍ବର ୯

248

ବର୍ତ୍ତମାନ ସମୟରେ ଯଦି ଆପଣ ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି କିମ୍ବା କୌଣସି ପ୍ରକାର ଗୋଲ୍ଡ ବଣ୍ଡସ୍‌ ସ୍କିମ୍‌ରେ ନିବେଶ କରିବା ପାଇଁ ଚାହୁଁଛନ୍ତି ତେବେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । କାରଣ ଏସ୍‌ବିଆଇ ନିଜର ଗ୍ରାହକଙ୍କୁ ସବୁଠାରୁ ଶସ୍ତାରେ ସୁନା ଦେଉଛି । ଅର୍ଥାତ ଗୋଲ୍ଡ ବଣ୍ଡ ବିକ୍ରି କରୁଛି ।

source : ajjtak.in

ସୂଚନାଯୋଗ୍ୟ, ସରକାର ଶସ୍ତା ସୁନାକୁ ବିକ୍ରି କରିବା ପାଇଁ ଏକ ସ୍କିମ୍‌ ଆରମ୍ଭ କରିଛନ୍ତି । ସରକାରଙ୍କ ଏହି ଯୋଜନାକୁ ଗ୍ରାହକଙ୍କ ପାଖରେ ଏସ୍‌ବିଆଇ ଜରିଆରେ ପହଞ୍ଚା ଯାଉଛି । ସରକାରଙ୍କ ସହିତ ଏସ୍‌ବିଆଇ ତରଫରୁ ଜାରି ଏହି ସ୍କିମ୍‌ରେ ଆପଣ ଶସ୍ତା ସୁନା କିଣି ପାରିବେ । ସରକାର ଏହି ସ୍କିମ୍‌ ଜରିଆରେ ସ୍ୱତନ୍ତ୍ର ପ୍ରକାର ବଣ୍ଡ ଜାରି କରିଛନ୍ତି । ଏଥିରେ ଟଙ୍କା ଜମା କଲେ ନିବେଶକଙ୍କୁ ୨.୫ ପ୍ରତିଶତ ଦରରେ ସୁଧ ମିଳିବ । ଏଥିରେ ଟଙ୍କା ଜମା କରିବାର ଫାଇଦା ହେଉଛି ନିବେଶକଙ୍କୁ କ୍ୟାପିଟଲ ଗେନ୍‌ ଟ୍ୟାକ୍ସରୁ ଛାଡ ମିଳିବ ।

ଏସ୍‌ବିଆଇ ନିଜର ଟୁଇଟର ଆକାଉଣ୍ଟରେ ସୂଚନା ଦେଇଛି କି, ନିବେଶକଙ୍କ ପାଖରେ ଗୋଲ୍ଡ ବଣ୍ଡରେ ନିବେଶ କରିବାର ଏହା ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଯୋଜନାରେ ନିବେଶକ ନଭେମ୍ବର ୫ରୁ ୯ ତାରିଖ ଭିତରେ ବଣ୍ଡକୁ ସବ୍‌ସ୍କ୍ରାଇବ୍‌ କରି ପାରିବେ। ଏଥିସହିତ ଅନ୍‌ଲାଇନ୍‌ ବଣ୍ଡ ସବ୍‌ସ୍କ୍ରାଇବ୍‌ କରିବା କିମ୍ବା ଡିଜିଟାଲ ମୋଡରେ ପେମେଣ୍ଟ କଲେ ଗ୍ରାହକଙ୍କୁ ପ୍ରତି ଗ୍ରାମ୍‌ ଉପରେ ୫୦ଟଙ୍କାର ରିହାତି ମିଳିବ ।