ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସିଖବର ! କମିଲା ସୁଧହାର, ଏଣିକି କାର ଓ ହୋମ ଲୋନ ହେବ ଶସ୍ତା

34

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ନୂଆବର୍ଷରେ ଗ୍ରାହକଙ୍କକୁ ନୂଆ ଭେଟି ଦେଇଛି ଏସବିଆଇ । ଯାହାର ଫାଇଦା ସିଧାସଳଖ ସାଧାରଣ ଲୋକ ପାଇପାରିବେ । ଏସବିଆଇ ଋଣ ଉପରେ ନେଉଥିବା ସୁଧହାରରେ ପରିବର୍ତ୍ତନ ଆଣିଛି । ଏସବିଆଇ ସୁଧଦରରେ ୦.୩୦ ପ୍ରତିଶତ ହ୍ରାସ କରିଛି । ବେସ ରେଟ ଉପରେ ନିଆଯାଉଥିବା ସୁଧ ଉପରେ ରିହାତି ଦେଇଛି ଏସବିଆଇ । ୧ ଜାନୁଆରୀ ୨୦୧୮ରୁ ଏହି ନୂଆ ନିୟମ ଲାଗୁ କରାଯିବ । ଏହାବାଦ୍ ବେଞ୍ଚମାର୍କ ପ୍ରାଇମ ଲେଣ୍ଡିଙ୍ଗ ରେଟ ବା BPLR ଉପରେ ନିଆଯାଉଥିବା ସୁଧରେ ମଧ୍ୟ ରିହାତି ଦେବ ଏସବିଆଇ ।

statebankofindiadigitalଏହି ରିହାତିର ଲାଭ ସେହିମାନେ ପାଇପାରିବେ ଯେଉଁମାନେ BPLR ଆଧାରରେ ଋଣ ନେଇଛନ୍ତି । ସୁଧହାରରେ ରିହାତି ମିଳିବା ଯୋଗୁଁ ଇଏମଆଇରେ ଦିଆଯାଉଥିବା ଟଙ୍କାରେ ମଧ୍ୟ ହ୍ରାସ ଘଟିବ । ପୂର୍ବରୁ ଏସିବିଆଇ ବିପିଏଲଆର ଋଣ ଉପରେ ୧୩.୭୦ ପ୍ରତିଶତ ସୁଧ ନେଉଥିଲା । କିନ୍ତୁ ୨୦୧୮ରୁ ଏହି ଋଣ ଉପରେ ୧୩.୪୦ ପ୍ରତିଶତ ସୁଧ ନେବ ଏସବିଆଇ ।ଏହାଛଡା ବେସରେଟ ଉପରେ ମଧ୍ୟ ୦.୩୦ ପ୍ରତିଶତ ହ୍ରାସ କରିଛି ଏସବିଆଇ । ଯାହାଫଳରେ ଏସବିଆଇର ବେସ ରେଟ ଏବେ ୮.୬୫ ପ୍ରତିଶତରେ ପହଞ୍ଚିଛି । ପୂର୍ବରୁ ଏହା ୮.୯୫ ପ୍ରତିଶତ ଥିଲା । ତେବେ ଏସବିଆଇ MCLRରେ କୌଣସି ପରିବର୍ତ୍ତନ କରିନାହିଁ ।

ଏସବିଆଇ ପକ୍ଷରୁ ଏହି ରିହାତି ମିଳିବା ପରେ କାର ଓ ହୋମ ଲୋନ ପୂର୍ବାପେକ୍ଷା ଆହୁରି କମ ସୁଧରେ ମିଳିବ । ଏହାଛଡା ଇଏମଆଇରେ ମଧ୍ୟ ପରିବର୍ତ୍ତନ ଆସିବ । ଏସବିଆଇ ପୂର୍ବରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଫିକ୍ସଡ ଡିପୋଜିଟ ଉପରେ ସୁଧହାରରେ ପରିବର୍ତ୍ତନ ଆଣି ଗ୍ରାହକଙ୍କୁ ନୂଆବର୍ଷ ଭେଟି ଦେଇଥିଲା । ପିଏନବି ଫିକ୍ସଡ ଡିପୋଜିଟ ଉପରେ ୧.୨୫ ପ୍ରତିଶତ ସୁଧ ବଢାଇବା ପରେ ଏସବିଆଇର ନୂଆବର୍ଷ ଭେଟି ଗ୍ରାହକଙ୍କ ମଧ୍ୟରେ ଖୁସି ଖେଳାଇଦେଇଛି ।