ଏପ୍ରିଲ ପହିଲାରୁ ୬ଟି ବ୍ୟାଙ୍କର ଚେକ୍ ହୋଇଯିବ ବେକାର ! ଜାଣନ୍ତୁ ତାଲିକାରେ ଅଛନ୍ତି କେଉଁ କେଉଁ ବ୍ୟାଙ୍କ

42

ଏପ୍ରିଲ ପହିଲାରୁ ୬ ବ୍ୟାଙ୍କର ଚେକ୍ ବୋକର ହୋଇଯିବ ବୋଲି ଦେଶର ବଡ଼ ବ୍ୟାଙ୍କ ଏସବିଆଇ ଚେତାବନୀ ଦେଇଛି । ଆପଣଙ୍କ ମଧ୍ୟ କୌଣସି ବି ଆକାଉଂଟ କିମ୍ବା ଚେକବୁକ ଥିଲେ, ଯଥାଶୀଘ୍ର ବ୍ୟାଙ୍କକୁ ସଂପର୍କ କରନ୍ତୁ । କାରଣ ୩୧ ମାର୍ଚ୍ଚ ତଥା ୧ ଏପ୍ରିଲରୁ ୬ଟିି ବ୍ୟାଙ୍କର ଚେକବୁକ ଅଚଳ ହୋଇଯିବ । ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବେଇ ପ୍ରଥମରୁ ସତର୍କବାଣୀ ଦେଇଛି । ଏଭଳି ସ୍ଥିତିରେ ଯଥାଶୀଘ୍ର ନୂଆ ଚେକବୁକ ପାଇଁ ଆବେଦନ କରନ୍ତୁ । ଆପଣଙ୍କ ପାଖରେ ବହୁତ କମ୍ ସମୟ ରହିଛି, ନହେଲେ ଆପଣଙ୍କ ଅନେକ ଟ୍ରାନଜାକ୍ସନ ପ୍ରକ୍ରିୟା ଉପରେ ରୋକ ଲଗାଯାଇପାରେ ।

ତେବେ ୬ଟି ବ୍ୟାଙ୍କର ନାମ ଜାଣି ରଖନ୍ତୁ ?
ଏହି ବ୍ୟାଙ୍କ ମଧ୍ୟରେ ଏସବିଆଇର ୫ ଆସୋସିଏଟସ ବ୍ୟାଙ୍କ୍ ରହିଛି । ବ୍ୟାଙ୍କ ଅଫ ବିକାନେର ଏଣ୍ଡ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ ହାଇଦ୍ରାବାଦ, ଷ୍ଟେଟ ବ୍ୟାଙ୍କ ଅଫ ମୈସୁର, ଷ୍ଟେଟ ବ୍ୟାଙ୍କ ଅଫ ପଟିଆଲା, ଷ୍ଟେଟ ବ୍ୟାଙ୍କ ଅଫ ତ୍ରାବଣକୋର ସମେତ ଆଉ ଏକ ଭାରତୀୟ ମହିଳା ବ୍ୟାଙ୍କ ସାମିଲ ରହିଛି । ଏହି ୬ଟି ବ୍ୟାଙ୍କ ଏସବିଆଇ ସହମିଶିଯାଇଛି ।

sbi

କେମିତି କରିବେ ନୂଆ ଚେକବୁକର ଆବେଦନ ?
ନିଜସ୍ୱ ୫ ପୂର୍ବ ଆସୋସିଏଟସ ବ୍ୟାଙ୍କ ସମେତ ଭାରତୀୟ ମହିଳା ବ୍ୟାଙ୍କର ଚେକବୁକ ୩୧ ମାର୍ଚ୍ଚ ପରେ କାର୍ଯ୍ୟକାରୀ ହେବ ନାହିଁ ବୋଲି ଏସବିଆଇ ଘୋଷଣା କରିଛି । ସେଥିପାଇଁ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ନୂଆ ଚେକବୁକ ଆବେଦନ କରିବା ନିମନ୍ତେ ଅନୁରୋଧ କରାଯାଇଛି । ତେବେ ଆଶ୍ୱର୍ଯ୍ୟର କଥା ଗତବର୍ଷ ସେପ୍ଟମ୍ବର ମାସରେ ହିଁ ଏସବିଆଇରେ ଏହି ୬ଟି ବ୍ୟାଙ୍କ ସାମିଲ ହୋଇଥିଲେ ।
୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଏହି ଚେକବୁକ ।

ମିଶିବା ପରେ ପୂର୍ବବର୍ତ୍ତୀ ଆସୋସିଏଟସ ବ୍ୟାଙ୍କ ଏବଂ ଭାରତୀୟ ମହିଳା ବ୍ୟାଙ୍କର ଚେକବୁକ୍ ୩୦ ସେପ୍ଟମ୍ବର, ୨୦୧୭ରେ ଅକାମୀ ହେବାର ଥିଲା । କିନ୍ତୁ ଦେଶର ସବୁଠାରୁ ବଡ଼ ସରକାରୀ ଲ୍ୟାଣ୍ଡର ଏହାର ଅବଧି ବୃଦ୍ଧି କରିଦେଇଥିଲେ । ଏସବିଆଇ ଏହି ବିଷୟରେ ଏସବିଆଇ ମାଇକ୍ରୋ ଲୋଗିଂ ୱେବସାଇଟର ଟୁଇଟରରେ ପୋଷ୍ଟ କରିଛି । ସମସ୍ତ ପୂର୍ବବର୍ତ୍ତୀ ଆସୋସିଏଟ ବ୍ୟାଙ୍କ ଏବଂ ଭାରତୀୟ ମହିଳା ବ୍ୟାଙ୍କର ଗ୍ରାହକଙ୍କୁ ସମସ୍ୟାର ସମାଧାନ ପାଇଁ ୩୧ ମାର୍ଚ୍ଚ, ୨୦୧୮ ପର୍ଯ୍ୟନ୍ତ ଏସବିଆଇର ଚେକ ବୁକ୍ସ ପାଇଁ ଆବେଦନ କରିବାକୁ ଅନୁରୋଧ କରିଛି । ୩୧ ମାର୍ଚ୍ଚ ୨୦୧୮ ପରେ ପୁରୁଣା ଚେକବୁକ ଅଚଳ ହୋଇଯିବ ।