ଏପ୍ରିଲ ପହିଲାରୁ ବଦଳିଯିବ ଏସବିଆଇର ଅନେକ ନିୟମ ! ଜାଣି ନିଅନ୍ତୁ, ନହେଲେ ଭବିଷ୍ୟତରେ ଅସୁବିଧା ଭୋଗି ପାରନ୍ତି

28

ଏପ୍ରିଲ ୧ରୁ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇରେ ବି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଯାହାଦ୍ୱାରା ସମଗ୍ର ଦେଶରେ ଏସ୍‌ବିଆଇର ପାଖାପାଖି ୨୫କୋଟି ଗ୍ରାହକଙ୍କୁ ସିଧାସଳଖ ଫାଇଦା ହେବ । ବ୍ୟାଙ୍କ ଗତ କିଛିଦିନ ତଳେ ଆକାଉଣ୍ଟ ବାଲାନ୍ସ ମେନ୍‌ଟେନ୍‌ ନକରିବା ଦ୍ୱାରା ଲାଗୁ କରିଥିବା ଶୁଳ୍କ ଛାଡ଼ କରିଥିଲା । ଏହା ଏବେ ଏପ୍ରିଲ ୧ରୁ ଲାଗୁ ହୋଇଯିବ ।

ବ୍ୟାଙ୍କ ପେନଲ୍ଟିରେ ୭୫ପ୍ରତିଶତ ହ୍ରାସ କରିଥିଲା । ଏହି ହ୍ରାସ ଦର ସେଭିଂ ଆକାଉଣ୍ଟରେ ଲାଗୁ ହେବ । ଏହାପରେ କୌଣସି ଗ୍ରାହକଙ୍କୁ ୧୫ଟଙ୍କାରୁ ଅଧିକ ପେନାଲ୍ଟି ଦେବାକୁ ପଡ଼ିବ ନାହିଁ । ବର୍ତ୍ତମାନ ସମୟରେ ଏହି ଶୁଳ୍କ ୫୦ଟଙ୍କା ଥିଲା । ମେଟ୍ରୋ ଓ ସହରାଞ୍ଚଳରେ ସର୍ବନିମ୍ନ ବାଲାନ୍ସ ନରଖିବା ଦ୍ୱାରା ୫୦ଟଙ୍କା ଶୁଳ୍କ କଟୁଥିଲା । ଏହା ହ୍ରାସ ପାଇ ୧୫ ଟଙ୍କା କରି ଦିଆଯାଇଛି । ସେହିପରି ଛୋଟ ସହରରେ ୪୦ଟଙ୍କାକୁ ହ୍ରାସ କରି ୧୨ଟଙ୍କା, ଗ୍ରାମାଞ୍ଚଳରେ ୪୦ଟଙ୍କାକୁ ହ୍ରାସ କରତ ୧୦ଟଙ୍କା ଚାର୍ଜ ଲାଗିବ । ଏହି ଚାର୍ଜରେ ଜିଏସ୍‌ଟି ଅଲଗା ଭାବେ ହେବ ।