ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ! ସର୍ବନିମ୍ନ ଜମା ରାଶି ଚାର୍ଜ ୭୫ ପ୍ରତିଶତ କମିଲା, ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ନିୟମ

32

ଏସିବିଆଇ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏକ ବଡ ଉପହାର ଦେଇଛି । ମିନିମମ ବାଲାନ୍ସ ବା ସର୍ବନିମ୍ନ ଜମାରାଶି ରଖୁନଥିବା ଗ୍ରାହକଙ୍କ ପାଇଁ ଏସବିଆଇ ଆଣିଛି ଖୁସିଖବର । ଏସବିଆଇ ମିନିମମ ବାଲାନ୍ସ ରଖୁନଥିବା ଗ୍ରାହକଙ୍କ ଠାରୁ ନେଉଥିବା ଚାର୍ଜରେ ୭୫ ପ୍ରତିଶତ ହ୍ରାସ କରିଛି । ଏସବିଆଇର ଏହି ନୂଆ ନିୟମ ଲାଗୁ ହେବା ପରେ ଗ୍ରାହକଙ୍କୁ ପୂର୍ବ ତୁଳନାରେ କମ ମୂଲ୍ୟ ଦେବାକୁ ପଡିବ । ଏପ୍ରିଲ ୧ରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ଏସବିଆଇ ପକ୍ଷରୁ ସୂଚନା ମିଳିଛି । ଏହି ନୂଆ ନିୟମ ଲାଗୁ ହେବା ପରେ ସର୍ବନିମ୍ନ ଜମାରାଶି ନ ରଖିବା ଉପରେ କେତେ ମୂଲ୍ୟ ଦେବାକୁ ପଡିବ ? ଆସନ୍ତୁ ଜାଣିବା

ବର୍ତ୍ତମାନ ସମୟରେ ଗ୍ରାହକଙ୍କୁ ମେଟ୍ରୋ ସହରରେ ୩ ହଜାର ଟଙ୍କା ସର୍ବନିମ୍ନ ଜମାରାଶି ନିଜ ଖାତାରେ ରଖିବାକୁ ପଡୁଛି । ସେମିତି ଅର୍ଦ୍ଧ ସହରୀ ଶାଖାରେ ଥିବା ଆକାଉଣ୍ଟରେ ଗ୍ରାହକଙ୍କୁ ୨ ହଜାର ଟଙ୍କା ରଖିବାକୁ ପଡେ ଓ ଗ୍ରାମାଂଚଳରେ ସର୍ବନିମ୍ନ ଜମାରାଶି ୧ ହଜାର ରଖିବାକୁ ପଡୁଛି । ଏହି ଜମାରାଶିକୁ ବଜାୟ ନରଖିପାରିଲେ ଆପଣଙ୍କୁ ନୂଆ ଦର ହିସାବରେ କେତେ ମୂଲ୍ୟ ଦେବାକୁ ପଡିବ ? ଆସନ୍ତୁ ଜାଣିବା । ମେଟ୍ରୋ ସହରରେ ୫୦ ପ୍ରତିଶତରୁ କମ ନ୍ୟୁନତମ ବାଲାନ୍ସ ରଖୁଛନ୍ତି, ତେବେ ୩୦ ଟଙ୍କା ସହ ଜିଏସଟି ଦେବାକୁ ପଡିବ ଅର୍ଥାତ ୩୦ ଟଙ୍କା + ୫.୪ ଟଙ୍କା ଜିଏସଟି ଦେବାକୁ ପଡିବ ।

ନୂଆ ଦର ଲାଗ ହେବା ପରେ : ଏପ୍ରିଲ ୧ରୁ ନୂଆ ଦର ଲାଗୁ ହେବା ପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ କମ ମୂଲ୍ୟ ଦେବାକୁ ପଡିବ । ଏହି ପ୍ରକାରରେ ଆପଣଙ୍କୁ ୨୨.୫ ଟଙ୍କା ସହିତ ଜିଏସଟି ଭରିବାକୁ ପଡିବ । ଏବଂ ୪.୦୫ ଟଙ୍କା ଜିଏସଟି ମିଶାଇକି ୨୬.୫୫ ଟଙ୍କା ହେବ । ଅର୍ଦ୍ଧ ସହରୀ ଓ ଗ୍ରାମ୍ୟାଂଚଳର ଶାଖାଗୁଡିକରେ ମଧ୍ୟ ଏହି ସ୍ଥିତି ରହିବ ।
ଏହା ପୂର୍ବରୁ ଏସବିଆଇ ସର୍ବନିମ୍ନ ଜମା ରାଶିର ସୀମା ମେଟ୍ରୋ ସହର ପାଇଁ ୫ ହଜାରରୁ କମାଇ କି ୩ ହଜାର ଟଙ୍କା କରିଥିଲେ । ଏହା ସହ ଅର୍ଦ୍ଧ ସହରୀ ଶାଖାର ଗ୍ରାହକଙ୍କ ପାଇଁ ୨ ହଜାର ଟଙ୍କା କରିଥିଲେ । ମେଟ୍ରୋ ଓ ସହରାଂଚଳରେ ସର୍ବନିମ୍ନ ଜମା ରାଶି ନରଖିଲେ ଲାଗୁ ହେଉଥିବା ମୂଲ୍ୟ ୨୦-୫୦ ପ୍ରତିଶତକୁ କମ କରିଛନ୍ତି ।