ଫିକ୍ସ ଡିପୋଜିଟରେ ସୁଧ କମାଇଲା ଏସବିଆଇ !

26

SBI reduces interest on fixed depositsକନକ ବ୍ୟୁରୋ : ଫିକ୍ସ ଡିପୋଜିଟ୍ ଉପରେ ଏସବିଆଇ ସୁଧ ହାର ହ୍ରାସ କରିଛି । ବାର୍ଷିକ ୬ .୭୫ ପ୍ରତିଶତ ବଦଳରେ ଜମାକାରୀଙ୍କୁ ମିଳିବ ୬ . ୫୦ ପ୍ରତିଶତ ହାରରେ ସୁଧ । ଯଦି ଆପଣ ଏକ ଲକ୍ଷ ଟଙ୍କା ଜମା ଏକ ବର୍ଷ ପାଇଁ ରଖିଛନ୍ତି, ତେବେ ୬୭୫୦ ଟଙ୍କା ବଦଳରେ ଆପଣଙ୍କୁ ଏଣିକି ୬୫୦୦ ଟଙ୍କା ମିଳିବ ।

ନୂଆ ନିୟମ ଅକ୍ଟୋବର ୧ ତାରିଖରୁ ଏହା ଲାଗୁ କରାଯିବ । ଏକ କୋଟି ଟଙ୍କାରୁ କମ୍ ଜମା ଉପରେ ନୂଆ ନିୟମ ଲାଗୁ ହେବ । ସେହିପରି ବରିଷ୍ଠ ନାଗରିକଙ୍କ ଜମା ଉପରେ ସୁଧ ହାର ୭.୨୫ରୁ ୭ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଗ୍ରାହକଙ୍କ ପାଇଁ ଆଧାର ସୁଧ ୯ ପ୍ରତିଶତରୁ ୮.୯୫କୁ ଖସାଇ ଦେଇଛି ଏସବିଆଇ ।

ଅଭିବୃଦ୍ଧି ନେଇ ଆଶଙ୍କାରେ ଆରବିଆଇ : ୭.୩ରୁ ୬.୭ ପ୍ରତିଶତକୁ ଖସିଲା ଆକଳନ

ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ଅଭିବୃଦ୍ଧି ହାର ହ୍ରାସ ପାଇବା ନେଇ ଆକଳନ କରିଛି ଆରବିଆଇ । ଅଗଷ୍ଟ ମାସ ଅଭିବୃଦ୍ଧି ହାର ୭.୩ ପ୍ରତିଶତ ପହଁଚିବ ବୋଲି ଆଶା ରଖିଥିଲା ଆରବିଆଇ । ମାତ୍ର ଦୁଇ ମାସ ପରେ ଭୁଲ ହୋଇଯାଇଛି ଆକଳନ । ଏଥର ମାତ୍ର ୬.୭ ପ୍ରତିଶତ ଅଭିବୃଦ୍ଧି ହାସଲ ରଖିଛି । ସେପଟେ ଉଭୟ ରିପୋ ରେଟ୍ ଓ ରିଭର୍ସ ରିପୋ ରେଟକୁ ଅପରିବର୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।