ଏସବିଆଇ ପିଓ ପରୀକ୍ଷା ଦେଉଛନ୍ତି ! ଆପଣାନ୍ତୁ ଏହି ଟିପ୍ସ . . ଭଲ ନମ୍ବର ପାଇଁ ହୋଇପାରେ ସାହାଯ୍ୟକାରୀ

44

ଆରମ୍ଭ ହେବାକୁ ଯାଉଛି ଏସବିଆଉ ପିଓର ପ୍ରିଲିମିନାରୀ ପରୀକ୍ଷା । ୨୪୦୦ ପୋଷ୍ଟ ପାଇଁ ହେବ ଏହି ପରୀକ୍ଷା । ତେଣୁ ସମସ୍ତ ପରୀକ୍ଷାର୍ଥୀ ଏବେ ନିଶ୍ଚିତ ଭାବରେ ଚିନ୍ତାରେ । କେମିତି ଏବଂ କଣ କରିବେ । କାରଣ ଯେତେ ପ୍ରସ୍ତୁତ ହେଲେ ମଧ୍ୟ ନର୍ଭସ ସମସ୍ତେ । ତେବେ ନଜର ପକାନ୍ତୁ କିଛି ଟିପ୍ସ ଉପରେ ଯାହା ଆପଣଙ୍କୁ ଭଲ ନମ୍ବର ରଖିବାରେ ସାହାଯ୍ୟ କରିପାରେ ।

• ପରୀକ୍ଷାର୍ଥୀ ମାନେ ପ୍ରଥମେ ଉପଯୁକ୍ତ ପ୍ଲାନ୍ କରି ପଢନ୍ତୁ । କେଉଁ ବିଷୟରେ ଆପଣ ଭଲ ଅଛନ୍ତି ଏବଂ କେଉଁ ବିଷୟରେ ନାହାଁନ୍ତି ତାକୁ ଜାଣନ୍ତୁ ।

• ପରୀକ୍ଷାରେ ଦିଆଯାଉଥିବା ନେଗେଟିଭ୍ ନମ୍ବର ପ୍ରତି ସଜାଗ ରୁହନ୍ତୁ । ତରତର ହୋଇ ଭୁଲ୍ ଉତ୍ତର ଦିଅନ୍ତୁ ନାହିଁ । ଉତ୍ତର ନଆସିଲେ ବରଂ ପ୍ରଶ୍ନକୁ ଛାଡି ଦିଅନ୍ତୁ ।

• ବେଳେ ଏମିତି କିଛି ପ୍ରଶ୍ନ ଥାଏ ଯାହାକୁ ସମାଧାନ କରିବା ଟିକେ କଷ୍ଟକର ଲାଗେ । ଅନେକ ପରୀକ୍ଷାର୍ଥୀ ଏପରି ପ୍ରଶ୍ନକୁ ସମାଧାନ କରିବା ପାଇଁ ସମୟ ନଷ୍ଟ କରିଦିଅନ୍ତି । ତେବେ ଏପରି ପରିସ୍ଥିତିରେ ଅଧିକ ସମୟ ସେହି ପ୍ରଶ୍ନ ପିଛା ନଲଗାଇ ଅଲଗା ପ୍ରଶ୍ନର ଉତ୍ତର ଦିଅନ୍ତୁ ।

• ୧୦୦ଟି ପ୍ରଶ୍ନ ପାଇଁ ଥାଏ ମାତ୍ର ୬୦ମିନିଟ୍ । ତେଣୁ ଘରେ ବସି ଅଭ୍ୟାସ କରନ୍ତୁ କିପରି ଦିଆ ଯାଇଥିବା ସମୟସୀମା ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିବେ ।

• ଗୁଗୁଲରେ ମକ୍ ଟେଷ୍ଟ ପାଇଁ ଅନେକ ୱେବସାଇଟ୍ ମିଳିବ । ଆପଣ ସେଥିରେ ପ୍ରାକ୍ଟିସ୍ କରିପାରିବେ ।

• ଯେହେତୁ ପରୀକ୍ଷା ମୁଣ୍ଡ ଉପରେ ଅଛି ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ନିଜକୁ ସୁସ୍ଥ ରଖନ୍ତୁ । ଅତ୍ୟଧିକ ଟେନସନ୍ ଏବଂ ଚାପରେ ପ୍ରସ୍ତୁତ ହୁଅନ୍ତୁ ନାହିଁ ।