ବାହାରିଲା ଏସବିଆଇ ପିଓ ପରୀକ୍ଷା ପାଟର୍ଣ୍ଣ ! ଆବେଦନକାରୀ ଏହିଭଳି ଭାବେ ପ୍ରସ୍ତୁତ ଉପାୟରେ ହୁଅନ୍ତୁ । 

36

ଯେଉଁ ଆବେଦନକାରୀମାନେ ବ୍ୟାଙ୍କରେ ଚାକିରୀ କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ) ତରଫରୁ ୨୦୦୦ ପୋଷ୍ଟ ଭ୍ୟାକେନ୍ସି ବାହାର କରାଯାଇଛି । sbi.co.in କୁ ଯାଇ ଇଚ୍ଛୁକ ଆବେଦନକାରୀ ଆବେଦନ କରିପାରିବେ । ଆବେଦନ କରିବା ପୂର୍ବରୁ ଆବେଦନକାରୀଙ୍କୁ ନିଜ ନାଁ ରେଜିଷ୍ଟ୍ରେସନ୍ କରିବାକୁ ହେବ ଯାହାଦ୍ୱାରା ଆପଣଙ୍କୁ ଏକ ପାସୱାର୍ଡ ମଧ୍ୟ ମିଳିବ ।  ଏଭଳି ହେବ ସିଲେକ୍ସନ୍  ।

ଏସବିଆଇ ନୋଟିଫିକେସନ୍ ଅନୁସାରେ ପରୀକ୍ଷା ତିନୋଟି ପଦ୍ଧତୀରେ ସମ୍ପନ୍ନ ହେବ । ପ୍ରାରମ୍ଭିକ ପରୀକ୍ଷା,ମୁଖ୍ୟ ପରୀକ୍ଷା,ଗ୍ରୁପ୍ ଡିଷ୍କସନ୍ ଏବଂ ଶେଷରେ ଇଣ୍ଟରଭ୍ୟୁ ହେବ । ପ୍ରିଲିମ୍ କ୍ଲିୟର କଲା ପରେ ଅନ୍ୟ ସବୁ ଶ୍ରେଣୀକୁ ଯିବାକୁ ବାଟ ଖୋଲିଯିବ ।

ପରୀକ୍ଷା ଢାଞ୍ଚା :

ପ୍ରିଲିମ୍ ପରୀକ୍ଷା – ଏହି ଅନଲାଇନ୍ ପରୀକ୍ଷା ୧୦୦ ନମ୍ବରର ହେବାକୁ ଯାଉଥିବାବେଳେ ୧ ଘଣ୍ଟା ଧରି ପରୀକ୍ଷା ଚାଲୁ ରହିବ ।

ବର୍ଣ୍ଣନାତ୍ମକ ପରୀକ୍ଷା – ଏହି ପରୀକ୍ଷାର ସମୟସୀମା ୩୦ ମିନିଟ୍ ରହିବ । ୫୦ ନମ୍ବର ପାଇଁ ଦୁଇଟି ପ୍ରଶ୍ନ ପଚରାଯିବ । ଆପଣଙ୍କୁ କହିରଖୁଛୁ ପ୍ରିଲିମ୍ ଏବଂ ମେନ୍ ପରୀକ୍ଷା ସମୟରେ ପରିକ୍ଷାର୍ଥୀ ଭୁଲ ଉତ୍ତର ଦେଲେ ଏକ-ଚତୁର୍ଥାଶଂ ନମ୍ବର କଟୁଥିବାବେଳେ ଯଦି ପ୍ରଶ୍ନକୁ ଖାଲି ରଖାଯାଏ ତେବେ କୌଣସି ନମ୍ବର କଟିବ ନାହିଁ । ଜାଣିରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତାରିଖ ।

ଆବେଦନ ତାରିଖ : ୨୧ ଏପ୍ରିଲ ୨୦୧୮

ଆବେଦନ ଶେଷ ତାରିଖ : ୧୩ ମଇ ୨୦୧୮

ଅନଲାଇନ୍ ଫିସ୍ ଦେବା ତାରିଖ : ୨୧ ଏପ୍ରିଲ ରୁ ୧୩ ମଇ ୨୦୧୮

ଆଡମିଟ୍ କାର୍ଡ ଅନଲାଇନ୍ ଡାଉନଲୋଡ୍ କରିବା ତାରିଖ : ୧୮ ଜୁନ୍ ୨୦୧୮

ଅନଲାଇନ୍ ପ୍ରିଲିମ୍ ପରୀକ୍ଷା ତାରିଖ : ୧ ରୁ ୭ ଜୁଲାଇ ୨୦୧୮

ପ୍ରିଲିମ୍ ରେଜ୍ଲଟ ବାହାରିବା ତାରିଖ : ୧୫ ଜୁଲାଇ ୨୦୧୮

ଏସବିଆଇ ମେନ୍ ଆଡମିଟ୍ କାର୍ଡ ଅନଲାଇନ୍ ଡାଉନଲୋଡ୍ କରିବା ତାରିଖ : ୨୦ ଜୁଲାଇ ୨୦୧୮

ଏସବିଆଇ ପିଓ ମେନ୍ ପରୀକ୍ଷା ତାରିଖ : ୪ ଜୁଲାଇ ୨୦୧୮