ଗ୍ରାହକଙ୍କ ପାଇଁ ଏସବିଆଇର ନିଶ୍ଚିତ ପେନସନ୍ ସ୍କିମ୍ : ଆଜି ହିଁ ଆରମ୍ଭ କରନ୍ତୁ, ସୁରକ୍ଷିତ ରହିବ ଭବିଷ୍ୟତ

27

ଚାକିରିରୁ ଅବସର ନେଲାପରେ ପେନସନ ହିଁ ଜୀବନ ନିର୍ବାହର ଏକମାତ୍ର ଉପାୟ ଥାଏ । ତେବେ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ନିଶ୍ଚିତ ପେନସନ ଯୋଜନା ପ୍ରଦାନ କରୁଛି । ଧରି ନିଅନ୍ତୁ ଆପଣ ୨୧ ବର୍ଷ ବୟସରୁ ଆୟ କରୁଛିନ୍ତି, ତେବେ ଚଳିତ ବର୍ଷ ଠାରୁ ନିଜର ଏନପିଏସରେ ପ୍ରତି ମାସ ୧୦୦୦ ଟଙ୍କା ଜମା କରିବା ଆରମ୍ଭ କରିଦିଅନ୍ତୁ । ଏପରି କରିବା ଦ୍ୱାରା ବର୍ଷକୁ ଆପଣ ୧୨,୦୦୦ ଟଙ୍କା ଜମା କରିପାରିବେ । ଏଥିପାଇଁ ଆପଣଙ୍କ ନ୍ୟାସନାଲ ପେନସନ୍ ସିଷ୍ଟମ୍ ସାହାରା ନେଇପାରିବେ । ତେବେ ଆସନ୍ତୁ ଜାଣିବା ଏନପିଏସରେ ନିବେଶ କରିବାର ଲାଭ କ’ଣ ରହିଛି ?

Image courtesy – www.livemint.com

କ’ଣ ଏନପିଏସ୍ ?
ଡ଼୍ୟାସନାଲ ପେନସନ୍ ସିଷ୍ଟମ୍ ଏନପିଏସ୍ ଏକ ସରକାରୀ ରିଟାୟାରମେଂଟ ସ୍କିମ୍ । ଯାହାକୁ କେନ୍ଦ୍ର ସରକାର ୧, ଜାନୁୟାରୀ ୨୦୦୪ରୁ ଆରମ୍ଭ କରିଥିଲେ । ଏହି ତାରିଖ ପରେ ଚାକିରିରେ ଯୋଗ ଦେଇଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏ ଯୋଜନା ଅନିବାର୍ଯ୍ୟ । ୨୦୦୯ପରେ ବେସରକାରୀ କ୍ଷେତ୍ରରେ ଚାକରି କରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ଯୋଜନା ଉପଲବ୍ଧ କରାଗଲା । ଏବେ ସରକାରୀ କର୍ମଚାରୀଙ୍କ ବ୍ୟତୀତ ବେସରକାରୀ ଚାକରିଆ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ । ଚାକିରିରୁ ଅବସର ଗ୍ରହଣ ପରେ ଆପଣ ଏହି ଟଙ୍କାର ସଦୁପୋଯୋଗ କରିପାରିବେ ।

ଯୋଜନାରେ ସାମିଲ ହେବା ପାଇଁ କ’ଣ ରହିଛି ସର୍ତ୍ତ ?
କୌଣସି ବି ଭାରତୀୟ ନାଗରିକ ଏହି ଯୋଜନାରେ ସାମିଲ ହୋଇପାରିବେ । ୧୮ରୁ ୮୦ ବର୍ଷ ମଧ୍ୟରେ କେହି ବି ଏହି ଯୋଜନାରେ ସାମଲି ହୋଇପାରିବେ । ତେବେ ଏଥିପାଇଁ କଷ୍ଟମର ନିୟମ (କେୱାସି) ନିୟମ ପାଳନ କରିବା ଜରୁରୀ । ସରକାର ସାରା ଦେଶରେ ପଏଂଟ ଅଫ୍ ପ୍ରେଅଜେନ୍ସ ତିଆରି କରିଛନ୍ତି, ଯେଉଁଠି ଏନପିଏସ୍ ଆକାଉଂଟ ଖୋଲଯାଇପାରିବେ । ଦେଶରେ ପାଖାପାଖି ସରକାରୀ ଓ ବେସରକାରୀବ୍ୟାଙ୍କରେ ପିଓପି ତିଆରି ହୋଇଛି । ଆପଣ ପେନସନ୍ ଫଣ୍ଡ ଡେଭଲପମେଂଟ ଅଥରିଟି ୱେବସାଇଟକୁ ଯାଇ ପଏଂଟ ଅଫ ପ୍ରେଜେନ୍ସ ପର୍ଯ୍ୟନ୍ତି ପହଞ୍ଚିପାରିବେ ।