ଜରୁରୀକାଳୀନ ପରିସ୍ଥିତିରେ ଏସବିଆଇ କରିବ ସାହାଯ୍ୟ, ଆପଣଙ୍କ ପରିବାରକୁ ଦେବ ୫ ଲକ୍ଷ ଟଙ୍କା ! ଖୋଲିବା ପାଇଁ ପଡ଼ିବ ସ୍ୱତନ୍ତ୍ର ଖାତା

74

ବର୍ତ୍ତମାନ ସମୟରେ ଟଙ୍କା ସମସ୍ତଙ୍କ ପାଇଁ ବହୁତ ଜରୁରୀ । ବେଳେବେଳେ ଟଙ୍କା ନଥିବାରୁ ଲୋକେ ଅନେକ ଅସୁବିଧା ଭୋଗନ୍ତି । ଆଜିକାଲି ଛୋଟମୋଟ ଜିନିଷ କିଣାକିଣି ଠାରୁ ଆରମ୍ଭ କରି ଘର ଚଳାଇବା ତଥା କିଛି ଅସୁବିଧା ଯଥା ଦେହ ଖରାପ କିମ୍ବା କେବେ ଦୁର୍ଘଟଣା ହେଲେ ଟଙ୍କା ଖୁବ ଜରୁରୀ ହୋଇପଡ଼ୁଛି । ତେବେ ଅସୁବିଧା ସମୟରେ ନିଜ ଲୋକ ମଧ୍ୟ କାମରେ ଆସନ୍ତି ନାହିଁ । ଏଥିପାଇଁ କାହା ଉପରେ ନିର୍ଭର ନକରି ନିଜେ କିଛି ଉପାୟ ବାହାର କରିବା ଦରକାର । ଆଜିକାଲି ସରକାର ବିଭିନ୍ନ ପ୍ରକାର ଯୋଜନା ମାନ ପ୍ରଣୟନ କରୁଛନ୍ତି, ଯଦ୍ୱାରା ଅସୁବିଧା ସମୟରେ ଆପଣଙ୍କୁ ସହଜରେ ସାହାଯ୍ୟ ମିଳିପାରିବ । ଅତି ଜରୁରୀକାଳୀନ ପରିସ୍ଥିତିରେ କିଛି ଟଙ୍କା ମିଳିଗଲେ ଅସୁବିଧା କିଛିକାଂଶରେ କମ ହୋଇଯାଏ । ସାଧାରଣ ଲୋକଙ୍କ ସୁବିଧା ପାଇଁ କିଛି ଏପରି ଅଫର ଭାରତୀୟ ଷ୍ଟେଟବ୍ୟାଙ୍କ ଦେଉଅଛି ।

ଏସିବିଆଇ ଆପଣଙ୍କୁ ମାଗଣାରେ ୫ ଲକ୍ଷ ଟଙ୍କା ବ୍ୟକ୍ତିଗତ ଦୁର୍ଘଟଣା ଇନସ୍ୟୁରାନ୍ସ ଦେଉଛି । ତେବେ ଏହି ରକମ ପାଇବା ପାଇଁ ଆପଣଙ୍କୁ ବ୍ୟାଙ୍କରେ ଖାତା ଖୋଲିବା ପାଇଁ ପଡ଼ିବ । ଏହି ଖାତା ସାଧାରଣ ବ୍ୟାଙ୍କ ଖାତା ପରି ନୁହେଁ ଏହା ଟିକେ ଅଲଗା । କାରଣ ଏଥରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ନିମ୍ନତମ ବାଲାନ୍ସ ରଖିବା ଜରୁରୀ ନୁହେଁ । କି କୌଣସି ଖାତା ଖୋଲିବାର ଅସୁବିଧା ମଧ୍ୟ ନଥାଏ । ଏସବିଆଇ ଦ୍ୱାରା ଅନଲାଇନରେ ଶୂନ୍ୟ ବାଲାନ୍ସ ଥାଇ ଆପଣ ଖାତା ଖୋଲାଯାଉଛି ।

ଏହି ଖାତକୁ ଆପଣ ଶୂନ୍ୟ ବାଲାନ୍ସରେ ଖୋଲିପାରିବେ । ଏଥିପାଇଁ ଆପଣଙ୍କୁ ବାବାରମ୍ବାର ବ୍ୟାଙ୍କ ଦୌଡ଼ିବା ପାଇଁ ପଡ଼ିବ ନାହିଁ । ଆପଣଙ୍କୁ ଏସବିଆଇର ମୋବାଇଲ ଆପ୍ yonosbi.com ଡାଉନଲୋଡ଼୍ କରିବା ପାଇଁ ପଡ଼ିବ । ଏହି ଆପ ଦ୍ୱାରା ଆପଣଙ୍କ ଖାତା ପାଇଁ ଆବେଦନ କରିପାରିବେ । ବ୍ୟାଙ୍କ ଖାତା ଖୋଲିବା ସହ ଆପଣଙ୍କ ପର୍ସନାଲ ଆକ୍ସିଡ଼େଣ୍ଟ ଇନସ୍ୟୁରାନ୍ସ ହୋଇଯିବ, ଯାହା ମାଗଣାରେ କରାଯାଏ । ଆଉ ଏହି ଇନସ୍ୟୁରାନ୍ସର ରକମା ହେଲା ୫ ଲକ୍ଷ ଟଙ୍କା ।

ଆପଣଙ୍କୁ ଏଥିପାଇଁ କ’ଣ କରିବା ପାଇଁ ପଡ଼ିବ ?

ପ୍ରଥମେ ଏସବିଆଇ ୟୁନୁ ଆପ୍ ଡାଇନଲୋଡ଼୍ କରିବା ପାଇଁ ପଡ଼ିବ । ଖାତା ଖୋଲିବା ପାଇଁ ଆଧାର ଓ ପାନ ରହିବା ଅନିବାର୍ଯ୍ୟ ଅଟେ । ଅନଲାଇନ୍ ଆବେଦନ ସମୟରେ ଆପଣଙ୍କୁ ସବିଶେଷ ବିବରଣୀ ଦେବାକୁ ପଡ଼ିବ । ଆପଣ ନିମ୍ନରେ ଦିଆଯାଇଥିବା ଲିଙ୍କରେ ମଧ୍ୟ ଆବେଦନ କରିପାରିବେ । https://www.sbiyono.sbi/

କେବେ ପର୍ଯ୍ୟନ୍ତ ଅଛି ଏହି ଅଫର ?

ଯଦି ଆପଣ ଏହି ଖାତା ଖୋଲିବେ, ତେବେ ୩୧ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ନିମ୍ନତମ ବାଲାନ୍ସ ରଖିବା ପାଇଁ ପଡ଼ିବ ନାହିଁ । ଏହାର ଅର୍ଥ ଆପଣଙ୍କ ଖାତା ୦ ବାଲାନ୍ସ ରଖିପାରିବେ । ତେବେ ୩୧ ଅଗଷ୍ଟ ପରେ ଆପଣଙ୍କ ନିମ୍ନତମ ବାଲାନ୍ସ ମେଂଟେନ କରିବା ପାଇଁ ପଡ଼ିବ ।