ଏସବିଆଇ ଗ୍ରାହକଙ୍କକ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ! ୩୦ ନଭେମ୍ବର ପର୍ଯ୍ୟନ୍ତ କରନ୍ତୁ ୩ଟି ବିଶେଷ କାମ, ନହେଲେ ବନ୍ଦ ହୋଇଯିବ ସେବା

520

ଆପଣ ଯଦି ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ଚଳିତ ମାସ ଶେଷ ସୁଦ୍ଧା ତିନିଟି ବିଶେଷ କାମ ଶେଷ କରି ଦିଅନ୍ତୁ । ନଚେତ ଡିସେମ୍ବର ପହିଲାରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଯଦି ଆପଣ ଚାହୁଁଛନ୍ତି ଡିସେମ୍ବର ୧ରୁ ଆପଣଙ୍କ ପାଇଁ ନେଟ ବ୍ୟାଙ୍କିଂ ବନ୍ଦ ହୋଇ ନଯାଉ, ତେବେ ଯଥା ଶୀଘ୍ର ଆପଣ ଜମାଖାତାରେ ମୋବାଇଲ ନମ୍ବର ରେଜିଷ୍ଟର କରି ଦିଅନ୍ତୁ । ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପ୍ରକାଶ କି, ଯେଉଁମାନେ ନିଜର ମୋବାଇଲ ନମ୍ବର ଜମା ଖାତାରେ ରେଜିଷ୍ଟର କରି ନାହାନ୍ତି, ଏହି ରେଜିଷ୍ଟର ୩୦ ଡିସେମ୍ବର ସୁଦ୍ଧା କରି ନେବା ଉଚିତ । ନେଟ ବ୍ୟାଙ୍କିଂ ବନ୍ଦ ହୋଇଗଲେ ଅନ୍‌ଲାଇନ୍‌ .ନେଣଦେଣ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।

ଆପଣ ଯଦି ଏସ୍‌ବିଆଇ ବଡ଼ି ଓ୍ଵାଲେଟରେ କିଛି ଅର୍ଥ ରଖିଛନ୍ତି, ତାହାକୁ ଯଥା ଶୀଘ୍ର ବାହାର କରି ନିଅନ୍ତୁ । କାରଣ ୩୦ ନଭେମ୍ବର ପରେ ଏହି ଓ୍ଵାଲେଟ ବନ୍ଦ ହୋଇଯିବ । ଏସ୍‌ବିଆଇ ଏହାର ସୂଚନା ଦେବାକୁ ଯାଇ କହିଛି କି, ଗ୍ରାହକ ଯାହା ବି ବାଲାନ୍ସ ଏସ୍‌ବିଆଇ ବଡ଼ି ଓ୍ଵାଲେଟରେ ରଖିଛନ୍ତି ତାହାକୁ ଉଇଥ୍‌ଡ୍ର କରି ନିଅନ୍ତୁ ।
ସେହିପରି ଯଦି ଆପଣ ଭାରତୀୟ ଷ୍ଟେଟବ୍ୟାଙ୍କର ଶାଖାରୁ ପେନ୍‌ସନ୍‌ ନେଉଛନ୍ତି ତେବେ ୨୦୧୮ ନଭେମ୍ବର ୩୦ ଭିତରେ ଜୀବନ ପ୍ରମାଣ ପତ୍ର ଜମା କରିବା ଅନିବାର‌୍ୟ୍ୟ । ଏପରି ନ କଲେ ଡିସେମ୍ବର ୧ରୁ ଆପଣଙ୍କ ପେନ୍‌ସନ୍‌ ଅଟକି ଯିବ ।