ଜିଏସଟି ଲାଗୁ ହେବା ପରେ ଏସବିଆଇର କିଛି ନୂଆ ନିୟମ ବିଷୟରେ ଆପଣ ଜାଣନ୍ତି କି ?

44

ଦୁନିଆର ୫୦ ଟି ସବୁଠାରୁ ବଡ଼ ବ୍ୟାଙ୍କ ମାନଙ୍କ ମଧ୍ୟରେ ଏକ ତଥା ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଜିଏସଟି ଲାଗୁ ପରେ ନିଜର ନିୟମରେ କିଛି ପରିବର୍ତ୍ତନ କରୁଛି । ଯଦି ଆପଣଙ୍କର ମଧ୍ୟ ଏସବିଆଇରେ ଖାତା ଅଛି ତେବେ ଏହି ନିୟମକୁ ଜାଣି ନିଅନ୍ତୁ, ଯାହାଦ୍ୱାରା ଆଗକୁ ଆପଣ ଅସୁବିଧାରେ ପଡ଼ିବେ ନାହିଁ ।

୧ ଜୁଲାଇରୁ ଜିଏସଟି ସୋରା ଦେଶରେ ଲାଗୁ ହେବା ପରେ ବ୍ୟାଙ୍କ ଦ୍ୱାରା ଯେଉଁ ଚାର୍ଜ ବଢ଼ାଯାଇଛି ତାହାର ଭାର ମିଶିକି ଗ୍ରାହକଙ୍କ ଉପରେ ହିଁ ପଡ଼ୁଛି । ଯଦି ସର୍ଭିସ୍ ଚାର୍ଜ ଉପରେ ଆଲୋଚନା କରିଯାଏ, ତେବେ ପ୍ରଥମେ ସେବା କର ୧୫ ପ୍ରତିଶତ ଥିିଲା ଯାହା ଏବେ ଜିଏସଟି ଲାଗୁ ପରେ ୧୮ ପ୍ରତିଶତ ହୋଇଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଗ୍ରାହକଙ୍କ ପାଇଁ ଏବେ ଏସବିଆରି ବିଭିନ୍ନ ସେବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ।

ଏସବିଆଇ ନିଜର ମୋବାଇଲ ଆପ୍ ଏସବିଆଇ ବଡ଼ିର ଗ୍ରାହକଙ୍କ ସମେତ କ୍ୟାସ ଟ୍ରାନଜାକ୍ସନ ସମ୍ମନ୍ଧୀୟ ଏଟିଏମ୍ ଉଠାଣ ଉପରେ ଚାର୍ଜକୁ କିଛି ସପ୍ତାହ ପୂର୍ବରୁ ପରିବର୍ତ୍ତନ କରିଥିଲେ ଯାହା ୧ ଜୁନରୁ ଲାଗୁ ହୋଇସାରିଛି । ଏସବିଆଇର ଏହି ବ୍ୟାଙ୍କ ବଡ଼ି ଆପ୍ ଏପରି ଏକ ଆପ ଯାହା ଅପେକ୍ଷାକୃତ ନୂଆ ସୁବିଧା ଦେଇଥାଏ । ଏହି ଆପ୍ ବ୍ୟାଙ୍କରେ ମୋବାଇଲ ୱାଲେଟର ବ୍ୟବହାର ଜରିଆରେ ଏଟିଏମରୁ ଟଙ୍କା ଉଠାଇବାର ସୁବିଧା ପ୍ରଦାନ କରେ ।

ଏସବିଆଇର ସୂଚନା ଅନୁସାରେ ବ୍ୟାଙ୍କ ବଡ଼ି ବ୍ୟବହାର ଜରିଆରେ ଏଟିିଏମରୁ ଉଠାଣ ଉପରେ ଏବେ ୨୫ ଟଙ୍କାରୁ କିଛି ଅଧିକ ଜିଏସଟି ଲାଗିବ । ଯଦି ଏସବିଆଇ ବଡ଼ିରୁ ନିଜର ବ୍ୟାଙ୍କର ସେଭିଙ୍ଗ ଆକାଉଂଟକୁ ଟଙ୍କ ଟ୍ରାନ୍ସଫର କରୁଛନ୍ତି, ତେବେ ଆପଣଙ୍କୁ ୩ ପ୍ରତିଶତ ଅଧିକ କର ଦେବାକୁ ପଡ଼ିବ । ଏସବିଆଇ ଏହି ସୂଚନା ଏକ ପ୍ରେସ ରିଲିଜ ମାଧ୍ୟମରେ ଦେଇଛନ୍ତି ।
                                                              ସୌଜନ୍ୟ- ଏନଡ଼ିଟିଭି.କମ୍