ଏସବିଆଇ ଆଣିଛି ନୂଆ କାର ଲୋନ ଯୋଜନା ! ଜିରୋ ଡାଉନପେମେଣ୍ଟ ସହ ରହିଛି ଅନେକ ସୁବିଧା ।

56

ସମସ୍ତେ ନିଜ ଜୀବନରେ ଅନେକ ସ୍ୱପ୍ନ ଦେଖିଥାନ୍ତି । କିଏ ଭଲ ଖାଇବା ପାଇଁ ପସନ୍ଦ କରିଥାଏ ତ ଆଉ କିଏ ଭଲ ଘରେ ରହିବା ପାଇଁ । କିନ୍ତୁ ଏକ ଭଲ ଗାଡି ଟିଏ କିଣିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ । ତେବେ ଆପଣ ଆପଣଙ୍କର ସ୍ୱପ୍ନର ଗାଡି କିଣିବାକୁ ଚାହୁଁଛନ୍ତି କି ? ତେବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବେ ଆପଣଙ୍କ ଏହି ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ । ଏସବିଆଇ ଏକ ନୂଆ କାର ଲୋନ ସ୍ମିମ ଆରମ୍ଭ କରିଛି । ଏହା ସହ ଆପଣଙ୍କୁ କିଛି ସ୍ୱତନ୍ତ୍ର ଫିଚର୍ସ ମଧ୍ୟ ଦିଆଯାଉଛି ।

ଏହି ସ୍କିମରେ ଏସବିଆଇ ଆପଣଙ୍କୁ କମ ସୁଧ ହାରରେ ଲୋନ ଦେବା ସହ ଆହୁରି ଅନେକ ସୁବିଧା ଉପଲବ୍ଧ କରାଇବ । ଏଥିରେ ଜିରୋ ଫୋରକ୍ଲୋଜର ଚାର୍ଜ ସହ ଲମ୍ବା ସମୟ ପାଇଁ ଲୋନ ଦିଆଯିବାର ସୁବିଧା ସାମିଲ ଅଛି । ଏସବିଆଇ ତରଫରୁ ନିଜ ଟ୍ୱିଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ ବ୍ୟାଙ୍କ ଅନ-ରୋଡ ପ୍ରାଇସରେ ୯୦% ପର୍ଯ୍ୟନ୍ତ ଲୋନ ଦେବ । ଏହା ସହ ଲୋନ ପରିଶୋଧ କରିବା ପାଇଁ ଆପଣଙ୍କୁ ୮୪ ମାସର ସମୟ ମିଳିବ । ଏହି ଲୋନ ସ୍କିମ ମଲ୍ଟି ୟୁଟିଲିଟି ଯାନ ଏବଂ ସ୍ପୋର୍ଟସ ୟୁଟିଲିଟି ଯାନ କିଣୁଥିବା ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ । ଏହି ସ୍କିମ ୨୧ ବର୍ଷରୁ ୬୫ ବର୍ଷୀୟ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ ।

ଲୋନ କେବଳ ସେହି ଲୋକମାନେ ନେଇ ପାରିବେ ଯେଉଁମାନେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କର୍ମଚାରୀ ହୋଇଥିବେ । ଏହା ସହ ସାର୍ବଜନୀନ କ୍ଷେତ୍ରର କମ୍ପାନୀ କିମ୍ବା ପ୍ରାଇଭେଟ କ୍ଷେତ୍ରରେ କୌଣସି ପ୍ରତିଷ୍ଠିତ କମ୍ପାନୀରେ କାମ କରୁଥିବା ଲୋକ ହିଁ ଏହି ଲୋନ ନେଇପାରିବେ । ଘରୋଇ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କର ଦରମା ୨.୫ ଲକ୍ଷ ଟଙ୍କାରୁ କମ ନହୋଇଥିବା ଆବଶ୍ୟକ । ଏହା ଛଡା ପ୍ରେଫେସନାଲ, ବ୍ୟବସାୟୀ ଏବଂ ପାର୍ଟନରସିପ ଫର୍ମରେ ଏହି ଲୋନ ନୋଇପାରିବେ ଯାହାର ବାର୍ଷିକ ଆୟ ଏବଂ ନେଟ ପ୍ରୋଫିଟ ୪ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବ । କୃଷି କ୍ଷେତ୍ରରେ କାମ କରୁଥିବା ଲୋକ ମଧ୍ୟ ଏହି ସ୍କିମର ଫାଇଦା ନେଇପାରିବେ ।