ଗରିବଙ୍କୁ ଲୁଟୁଛି ବ୍ୟାଙ୍କ ! ମିନିମମ ବାଲାନ୍ସ ନାଁରେ ୧୭୭୧ କୋଟି ଟଙ୍କା ନେଇଗଲା ଷ୍ଟେଟ ବ୍ୟାଙ୍କ

48

୨୦୧୭ରେ ଗ୍ରାହକଙ୍କୁ ଝଟକା ଦେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ନୂଆବର୍ଷରେ ଏଭଳି ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ବିଭିନ୍ନ ଚାର୍ଜ ବାବଦକୁ କୋଟି କୋଟି ଟଙ୍କା ଗ୍ରାହକଙ୍କ ଠାରୁ ପାଇଛି ଏସବିଆଇ ।ଆକାଉଣ୍ଟରେ ସର୍ବନିମ୍ନ ଜମା ରାଶି ନ ରଖିବା ହେତୁ ୨୦୧୭ରେ ଗ୍ରାହକଙ୍କ ଠାରୁ ୧୭୭୧ କୋଟି ଟଙ୍କା ଶୁଳ୍କ ଆକାରରେ ଆଦାୟ କରିଛି ଏସବିଆଇ । ଯାହା ଏସବିଆଇର ଦ୍ୱିତୀୟ ତ୍ରୈମାସିକ ଲାଭ ଠାରୁ ମଧ୍ୟ ଅଧିକ । ୨୦୧୭ ଅପ୍ରେଲରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଏସବିଆଇରେ ହୋଇଥିବା ଆର୍ଥିକ କାରବାରର ରିପୋର୍ଟ ଅର୍ଥ ବିଭାଗ ପ୍ରକାଶ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

indian-bank-plans-to-raise-rs-5000-crore-via-long-term-bondsଅର୍ଥ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆକାଉଣ୍ଟରେ ସର୍ବନିମ୍ନ ଜମା ରାଶି ନ ରଖିବା ହେତୁ ଗ୍ରାହକଙ୍କ ଠାରୁ ୧୭୭୧ କୋଟି ଟଙ୍କା ଚାର୍ଜ ନେଇଛି ଏସବିଆଇ । ଯାହା ଏସବିଆଇର ଜୁଲାଇ- ସେପ୍ଟେମ୍ବର ଦ୍ୱିତୀୟ ତ୍ରୈମାସିକ ଲାଭାଂଶ ଠାରୁ ମଧ୍ୟ ଅଧିକ । ୨୦୧୭ ଜୁଲାଇ-ସେପ୍ଟେମ୍ବରର ମୋଟ ତ୍ରୈମାସିକ ଲାଭ ୧୫୮୧.୫୫ କୋଟି ଟଙ୍କା ଥିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୦୧୬-୧୭ ଆର୍ଥିକ ବର୍ଷରେ ସର୍ବନିମ୍ନ ଜମା ରାଶି ନ ରଖିଥିବା ଗ୍ରାହକଙ୍କ ଠାରୁ କୌଣସି ଚାର୍ଜ ନେଇ ନଥିଲା । କିନ୍ତୁ ୫ ବର୍ଷ ପରେ ପୁଣିଥରେ ଏସବିଆଇ ସର୍ବନିମ୍ନ ଜମା ରାଶି ପାଇଁ ଗ୍ରାହକଙ୍କ ଠାରୁ ଶୁଳ୍କ ଆଦାୟ କରୁଛି ।

ଏସବିଆଇର ଏହି ନିୟମ ଗ୍ରାହକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।ମେଟ୍ରୋ ଓ ବଡ ବଡ ସହରରେ ଖୋଲାଯାଇଥିବା ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ନ ରଖିବା ହେତୁ ଗ୍ରାହକଙ୍କ ଠାରୁ ଶୁଳ୍କ ଆଦାୟ କରୁଛି । ପ୍ରଥମେ ସର୍ବନିମ୍ନ ଜମାରାଶି ୫୦୦୦ ଟଙ୍କା ସ୍ଥିର କରାଯାଇଥିବା ବେଳେ ପରେ ଏହାକୁ କମାଇ ୩୦୦୦ ଟଙ୍କା କରାଯାଇଥିଲା । ସେହିଭଳି ଗ୍ରାମାଞ୍ଚଳରେ ସର୍ବନିମ୍ନ ଜମା ରାଶି ୧୦୦୦ ଟଙ୍କା ସ୍ଥିର କରାଯାଇଛି ।

downloadତେବେ ପେନସନଭୋଗୀ , ପହଲା କଦମ ପହେଲୀ ଉଡାନ ଓ ୧୮ ବର୍ଷରୁ କମ ବୟସ୍କ ପିଲାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମା ରାଶି ନ ରଖିଲେ ମଧ୍ୟ କୌଣସି ଚାର୍ଜ ନିଆଯିବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କୁହାଯାଇଛି । ଏସବୁ ବାଦ ଯଦି ଆପଣଙ୍କର ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମା ରାଶି ନ ରଖିବା ହେତୁ ଶୁଳ୍କ ଦେବାକୁ ପଡୁଥାଏ ତେବେ ଏହି ଆକାଉଣ୍ଟକୁ ଅନ୍ୟ ଆକାଉଣ୍ଟକୁ ବଦଳାଇବାକୁ ମଧ୍ୟ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ବିକଳ୍ପ ଦିଆଯାଉଛି ।

ସେଭିଙ୍ଗ ଆକାଉଣ୍ଟକୁ ଅନ୍ୟ ଆକାଉଣ୍ଟରେ ବଦଳାଇବାକୁ ହେଲେ ଏସବିଆଇ ଶାଖାକୁ ଯାଇ ଏକ ଦରଖାସ୍ତ ଦେବାକୁ ପଡିବ । ଏହାଦ୍ୱାରା ବ୍ୟାଙ୍କ ଆପଣଙ୍କ ସେଭିଙ୍ଗ ଆକାଉଣ୍ଟକୁ ଅନ୍ୟ ଏକ ଆକାଉଣ୍ଟକୁ ପରିବର୍ତ୍ତିତ କରିବ ଯେଉଁଠି ଆପଣଙ୍କୁ ସର୍ବନିମ୍ନ ଜମା ରାଶି ନ ରଖିଲେ ମଧ୍ୟ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।