ଏସବିଆଇର କଡା ନିୟମ ! ଏଟିଏମରେ ପ୍ରତିଥର ଟଙ୍କା ଉଠାଣରେ ଦେବାକୁ ପଡିବ ୨୫ଟଙ୍କା ଶୁଳ୍କ

52

ଏସବିଆଇର ନୂଆ ନିୟମ । ଏବେ ଏଟିଏମରୁ ଟଙ୍କା ଉଠାଇଲେ ଦେବାକୁ ପଡିବ ଶୁଳ୍କ । ପ୍ରତିଥର ଟଙ୍କା ଉଠାଣରେ ୨୫ଟଙ୍କା ଶୁଳ୍କ ଦେବେ ଗ୍ରାହବ । ଏହା ସହ ୫ହଜାର ଟଙ୍କାରୁ ଅଧିକ ପୁରୁଣା ଏବଂ ଖରାପ ହୋଇଯାଇଥିବା ନୋଟ୍ ବଦଳାଇଲେ ମଧ୍ୟ ଶୁଳ୍କ ଲାଗୁ ହେବ । ଏହି ନୂଆ ନିୟମ ଜୁନ୍ ମାସରୁ ଲାଗୁ ହେବ ।

ତେବେ ଏହି ଘୋଷଣା ପରେ କେରଳରେ ଘୋର ବିରୋଧ ଦେଖିବାକୁ ମିଳିଛି । ସିପିଆଇଏମ୍ ସାଂସଦ ଏମବି ରାଜେଶ କହିଛନ୍ତି କେନ୍ଦ୍ର ସରକାର ଏଭଳି କଠୋର ପଦକ୍ଷେପ ନେଇ ଲୋକଙ୍କୁ ଧୋକ୍କା ଦେଉଛନ୍ତିି । ଯେବେଠାରୁ ବିମୁଦ୍ରାକରଣ ହୋଇଛି ସେବେଠାରୁ ସରକାର ଲୋକମାନଙ୍କୁ ଡରାଉଛନ୍ତି । ଏହା ସହ ଏହି ନିୟମକୁ କଡା ବିରୋଧ କରିବାକୁ ଚେତାବନୀ ଦେଇଛନ୍ତି ସାଂସଦ ।