ଆପଣଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିବ ଆପଣଙ୍କ ଏଟିଏମ୍ କାର୍ଡ଼ ! ଚୋରି ହେଲେ କିମ୍ବା ହଜିଗଲେ ମଧ୍ୟ ସୁରକ୍ଷିତ ରହିବ ଟଙ୍କା

31

ଏବେ ଆପଣଙ୍କୁ ଏଟିଏମ କାର୍ଡ଼ ବ୍ୟବହାର କରିବା ସମୟରେ କୌଣସି ଡ଼ର ରହିବ ନାହିଁ । ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ଆପଣଙ୍କ ପାଇଁ ଏପରି ସ୍ୱତନ୍ତ୍ର ଏଟିଏମ ନେଇ କି ଆସିଛି, ଯାହା ଆପଣଙ୍କ ଦ୍ୱାରା ହିଁ ନିୟନ୍ତ୍ରିତ ହେବ । ବ୍ୟାଙ୍କ ନିଜ ଆକାଉଂଟ ହୋଲଡ଼ରଙ୍କୁ ଏହି ଏଟିଏମ ପ୍ରଦାନ କରୁଛି । ଏସବିଆଇ ଏହି ସୁବିଧା ଏସବିଆଇ କ୍ୱିକ୍ ଆପ୍ ଜରିଆରେ ଉପଲବ୍ଧ କରାଇବ । ଏସବିଆଇ କ୍ୱିକ ଆପରେ ଏଟିଏମ୍ କାର୍ଡ଼ ପାଇଁ ଭିନ୍ନ ଭିନ୍ନ ସୁବିଧା ରହିଛି । ଏହି ଆପ୍ ଆପଣଙ୍କୁ ନିଜର ଏଟିଏମକୁ ବ୍ଲକ କରିବା ପାଇଁ କିମ୍ବା ଅନ୍ କିମ୍ବା ଅଫ୍ କରିବା ପାଇଁ ସୁଯୋଗ ଦେଉଛି । ଏହା ବ୍ୟତୀତ ଏଟିଏମ ପିନ୍ ଜେନେରଟ୍ କରିବା ପାଇଁ ମଧ୍ୟ ଏହି ଆପ୍ ସୁବିଧା ଉପଲବ୍ଧ କରାଉଛି ।

ଏହାର ଅର୍ଥ ଆପଣ ନିଜ ଏଟିଏମ୍ କାର୍ଡ଼ର ସୁରକ୍ଷା କେବଳ ନିଜର ସ୍ମାର୍ଟଫୋନ ମାଧ୍ୟମରେ କରିପାରିବେ । ତେବେ ଏହି ଆପକୁ ସେତେବେଳେ ବ୍ୟବହାର କରିବାକୁ ହେଲେ, ନିଜ ମୋବଇଲ ନମ୍ବରରେ ଏହି ଆପ୍ ଡାଉନଲୋଡ଼୍ କରିପାରିବେ । ତେବେ ଏଥିପାଇଁ ଉ୍କ୍ତ ନମ୍ବର ବ୍ୟାଙ୍କରେ ରେଜିଷ୍ଟର ହେବା ଦରକାର । ସର୍ବପ୍ରଥମେ ଏହି ଆପକୁ ଆରମ୍ଭ କରିବା ପାଇଁ ଆପଣଙ୍କୁ ରେଜତଷ୍ଟ୍ରେସନ କରାଇବା ପାଇଁ ପଡ଼ିବ । ଏଥିପାଇଁ ଆପଣଙ୍କୁ ଆପର ରେଜିଷ୍ଟ୍ରେସନ ପେଜକୁ ଯାଇ ଆପଣ ଯେଉଁ ନମ୍ବରରେ ଆପ୍ ଡାଇନଲୋଡ଼୍ କରିଛନ୍ତି, ତାକୁ ଏଂଟର କରନ୍ତୁ । ଏହାପରେ ଅପାଣଙ୍କ ରେଜିଷ୍ଟ୍ରେନ ହୋଇଯିବ ।

ଯଦି ଆପଣଙ୍କୁ ଏଟିଏମ କାର୍ଡ଼ ହଜି ଯାଇଚି ଆଉ ଆପଣ ତାକୁ ବ୍ଲକ କରବା ପାଇଁ ଚାହାନ୍ତି, ଆପଣ ଏହି ଆପ୍ ଜରିଆରେ ଡେବିଟ୍ କାର୍ଡ଼ର ଫିଚର ଯାଇ କାର୍ଡ଼ ବ୍ଲଖିଂ ଚୟନ କରିପାରିବେ । ଆଉ ତାହା ପରେ ନିଜ କାର୍ଡ଼ର ଶେଷ ୪ଟି ସଂଖ୍ୟା ଏଂଟର କରି କଣ୍ଟିନ୍ୟୁ ଉପରେ ସିଲେକ୍ଟ କରିବା ପାଇଁ ପଡ଼ିବ । ଆଉ ଏହି ସେବା ପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଯଦି ଆପଣ ଏସଏମଏସ୍ ଜରିଆରେ ଏପରି କରିବା ପାଇଁ ଚାହାନ୍ତି, ତେବେ ଆପଣଙ୍କୁ BLOCK >> space >> ଆଉ ତା’ପରେ ଓ ଡେବିଟ୍ କାର୍ଡ଼ର ଶେଷ ୪ ଟି ସଂଖ୍ୟା ଲେଖି ୫୬୭୬୭୬ରେ ଏସଏମଏସ କିରବା ପାଇଁ ପଡ଼ିବ ।

ଏଟିଏମକୁ କିପରି କରିବେ ସ୍ୱିଚ୍ ଅଫ୍ ଓ ସ୍ୱିଚ୍ ଅନ୍ – ଆପ୍ ଜରିଆରେ ଆପଣ ଏଟିିଏକ କାର୍ଡ଼କୁ କୌଣସି ବି ମେସିନ, ପିଓଏସ୍ ମେସିନରେ ଅନ୍ କିମ୍ବା ଅଫ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଏଟିଏମ୍ କମ୍ ଡେବିଟ୍ କାର୍ଡ଼ ଫିଚରକୁ ଯାଇ ନିଜ କାର୍ଡ଼ର ଶେଷ ୪ ଟି ସଂଖ୍ୟା ଦେଇ ଏଟିଏମ୍ କାର୍ଡ଼ ସ୍ୱିଚ୍ ଅନ୍/ଅଫ ଉପରେ କ୍ଲିକ କରିପାରିବେ । ଆଉ ତା’ପରେ ଅପ୍ସନ ଚୟନ କରି ସ୍ୱିଚ ଅନ୍ ଓ ଅଫ୍ କରିପାରିବେ ।

ମେସେଜ ସାହାଯ୍ୟରେ ମଧ୍ୟ ହୋଇପାରିବ ଏଟିଏମ୍ ଅନ୍ ଅଫ୍ -ଯଦି ଆପଣ ମେସେଜରେ ଅନ୍ ଅଫ୍ କରିବା ପାଇଁ ଚାହାନ୍ତି, ତେବେ ଆପଣଙ୍କୁ ୦୯୨୨୩୫୮୮୮୮୮ରେ ମେସେଜ ପଠାଇବା ପାଇଁ ପଡ଼ିବ ।