ପୁଣି ସୁଧ ହାର କମାଇଲା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ

28

କନକ ବ୍ୟୁରୋ: ପୁଣି ସୁଧ ହାର କମାଇଲା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ସଂଚୟ ଖାତାରେ ସୁଧହାର ୪ପ୍ରତିଶତରୁ କମାଇ ୩.୫ପ୍ରତିଶତ କରିଛି ଏସବିଆଇ । ସଂଚୟ ଖାତାରେ ୧କୋଟି କିମ୍ବା ତା’ଠାରୁ କମ୍ ଜମାରେ ଏଣିକି ୪ପ୍ରତିଶତ ବଦଳରେ ୩.୫ପ୍ରତିଶତ ସୁଧହାର ମିଳିବ । ଷ୍ଟେଟ୍ ବ୍ୟାଙ୍କରେ ପ୍ରାୟ ୯୦ପ୍ରତିଶତରୁ ଅଧିକ ଗ୍ରାହକଙ୍କ ସଂଚୟ ଖାତାରେ ପ୍ରାୟ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜମା ରହିଛି । ଆଜିଠାରୁ ହିଁ ସୁଧ ହାର ପରିବର୍ତ୍ତନ ନିୟମ ଲାଗୁ ହୋଇଛି ।