ଏକ ଛୋଟ ଭୁଲ ପାଇଁ ଆପଣଙ୍କ ଖାତାରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ(SBI) ରୋଜଗାର କରିଛି ୩୯ କୋଟି ଟଙ୍କା : ଜାଣନ୍ତୁ କେମିତି ଓ ରୁହନ୍ତୁ ସଚେତନ

68

ଗ୍ରାହକଙ୍କ ଗୋଟିଏ ଭୁଲ୍ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗତ ୪୦ ମାସରେ ୩୮ କୋଟି ୮୦ ଲକ୍ଷ ଟଙ୍କାର ରୋଜଗାର କରିଛି । ଜଣାଇଦେଉଛୁ ଯେ, ବ୍ୟାଙ୍କ ଏତେ ଅଙ୍କର ପରିମାଣ କେବଳ ଚେକ୍ ଉପରେ ହସ୍ତାକ୍ଷର ନଥିବା କାରଣରୁ ଖାତାଧାରୀଙ୍କ ଖାତାରୁ କାଟି ନେଇଛି । ଏହା ପୂର୍ବରୁ ଜାନୁୟାରୀରେ ଅର୍ଥ ମନ୍ତ୍ରଣାଳୟର ଆକଳନରୁ ଜଣାପଡିଛି ଯେ ଏସବିଆଇ(SBI) ଏପ୍ରିିଲରୁ ଆରମ୍ଭ କରି ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ସର୍ବନିମ୍ନ ରାଶି ନ ରଖିବା କାରଣରୁ ଗ୍ରାହକଙ୍କ ଠାରୁ ୧୭୭୧ କୋଟି ଟଙ୍କା ଅସୁଲ କରିଥିଲା ।

ଏକ ରିପୋର୍ଟ ମୁତାବକ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଗତ ୪୦ ମାସରେ ୨୪ ଲକ୍ଷ ୭୧ ହଜାର ୫୪୪ ଚେକ୍ ହସ୍ତାକ୍ଷର ନ ମିଳିବା କାରଣରୁ ଫେରସ୍ତ କରିଥିଲେ । ଯେକୈାଣସି ବି ଚେକ୍ ଫେରସ୍ତ ହେଲେ ବ୍ୟାଙ୍କ ୧୫୦ ଟଙ୍କାର ଚାର୍ଜ କରେ ଏବଂ ତାହା ଉପରେ ଜିଏସଟି ବି ଲଗାଏ ।

ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷ ୨୦୧୭-୧୮ରେ କେବଳ ହସ୍ତାକ୍ଷର ନମିଳିବା କାରଣରୁ ଖାତାଧାରୀଙ୍କ ଖାତାରୁ ୧୧.୯ କୋଟି ଟଙ୍କା କଟାଯାଇଛି । ଜଣାଇଦେଉଛୁ ଯେ ଚେକ୍ ର ଯାଂଚ ଭିନ୍ନ ଭିନ୍ନ ଉପାୟରେ କରାଯାଏ । ଉଦାହରଣ ସ୍ୱରୂପ, ଚେକ୍ ପୋଷ୍ଟ ଡେଟେଡ୍ ତ ନାହିଁ । ଏହା ବ୍ୟତୀତ ଅଙ୍କ ଓ ଅକ୍ଷର ଠିକ ଅଛି ନା ନାହିଁ । ଶେଷରେ ହସ୍ତାକ୍ଷରର ଯାଂଚ ହୁଏ ।