ଏସବିଆଇ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ନାହିଁ ୨୫ ଟଙ୍କା ! ବ୍ୟାଙ୍କ ତରଫରୁ ସୂଚନା

29

ଗତକାଲି ଖବର ଆସିଥିଲା କି ଦେଶର ସର୍ବବୃହତ୍‌ ବ୍ୟାଙ୍କ୍‌ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଏକ ନୂତନ ନିୟମ ଲାଗୁ କରୁଛି । ଯେଉଁ ନିୟମ ଅନୁଯାୟୀ ବ୍ୟାଙ୍କର ଗ୍ରାହକଙ୍କୁ ପ୍ରତି ଏଟିଏମ୍‌ ଉଠାଣ ଲାଗି ସର୍ଭିସ୍‌ ଚାର୍ଜ ବାବତକୁ ୨୫ଟଙ୍କା ଦେବାକୁ ପଡ଼ିବ । ମାତ୍ର ଏହି ଖବରରେ ସତ୍ୟତା ନାହିଁ ବୋଲି ଆଜି ଏସ୍‌ବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କ୍‌ ଏବେ ଏକ ନୂଆ ବ୍ୟବସ୍ଥା କାଯ୍ୟକାରୀ କରିଛି । ଏହି ବ୍ୟବସ୍ଥା ଅନୁସାରେ ଗ୍ରାହକମାନେ ବ୍ୟାଙ୍କ୍‌ ପକ୍ଷରୁ ପ୍ରଦତ୍ତ ମୋବାଇଲ୍‌ ଓ୍ଵାଲେଟ୍‌ର ବ୍ୟବହାର କରି ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ । ଏହି ଶ୍ରେଣୀୟ ଉଠାଣ ଲାଗି ବ୍ୟାଙ୍କ୍‌ ୨୫ ଟଙ୍କାର ଦେୟ ଗ୍ରାହକଙ୍କ ଠାରୁ ନେବ । ଅନ୍ୟ ଏଟିଏମ୍‌ ଉଠାଣ ଲାଗି ଗ୍ରାହକ ଦେଉଥିବା ସର୍ଭିସ୍‌ ଚାର୍ଜ ଦରରେ କୌଣସି ବୃଦ୍ଧି କରାଯାଇ ନା ହିଁ ।

ଏସ୍‌ବିଆଇରେ ସଞ୍ଚୟ ଖାତା ଖୋଲିଥିବା ଜମାକାରୀ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଆଗରୁ ଯେତିକି ସର୍ଭିସ୍‌ ଚାର୍ଜ ଦେଉଥିଲେ ସେତିକି ଦେବେ । ତେବେ ଏହି ନିୟମିତ ଏଟିଏମ୍‌ କାରବାର ଉପରେ କୌଣସି ନୂତନ ଦେୟ ବ୍ୟାଙ୍କ୍‌ ଲାଗୁ କରିନାହିଁ ବୋଲି ବ୍ୟାଙ୍କ୍‌ର ତରଫରୁ ସ୍ପଷ୍ଟ ହୋଇଛି ।