ଘର କିଣୁଥିବା ଲୋକଙ୍କ ପାଇଁ ଖୁସି ଖବର : ଏସବିଆଇ ୩୦ ଲକ୍ଷ ପର୍ଯ୍ୟନ୍ତ ହୋମ ଲୋନ କଲା ଶସ୍ତା । ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକଙ୍କୁ ମିଳିବ ଫାଇଦା

285

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ) ଘର କିଣୁଥିବା ଲୋକଙ୍କ ପାଇଁ ଖୁସି ଖବର ଦେଇଛି । ଏସବିଆଇ ୩୦ ଲକ୍ଷ ଟଙ୍କାର ହୋମ ଲୋନ୍ ଉପରେ ସୁଧ ଦରରେ ୦.୦୫% ହ୍ରାସ କରିଛି । ଷ୍ଟେଟବ୍ୟାଙ୍କର ଏହି ନିର୍ଣ୍ଣୟରେ ସର୍ବନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକଙ୍କୁ ଫାଇଦା ମିଳିବ । ବ୍ୟାଙ୍କ ଏହି ନିଷ୍ପତ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ରେଟରେ ହ୍ରାସ କରିବାର ନିଷ୍ପତ୍ତିର ଗୋଟିଏ ଦିନ ପରେ ନେଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ସମୀକ୍ଷା ବୈଠକରେ ରେପୋ ଦରରେ ୦.୨୫% କମାଇବାର ଘୋଷଣା କରିଥିଲା । ଯେଉଁଥିରେ ରେପୋ ରେଟ୍ ୬.୨୫% ହୋଇଯାଇଛି । ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ହିଁ ବ୍ୟାଙ୍କ ଗୁଡିକ ଦର କମାଇବାର ଆଶା ଥିଲା । ଏହାର ଆରମ୍ଭ ସର୍ବପ୍ରଥମେ ଷ୍ଟେଟବ୍ୟାଙ୍କ କରିଥିଲା । କୁହାଯାଉଛି କି, ଅତିଶୀଘ୍ର ଦେଶର ଅନ୍ୟ ବ୍ୟାଙ୍କ ମଧ୍ୟ ସୁଧ ଦର କମାଇପାରନ୍ତି ।

ଏସବିଆଇର ଚେୟାରମ୍ୟାନ ରଜନୀଶ କୁମାର କହିଛନ୍ତି କି, “ଦେଶର ସବୁଠାରୁ ବଡ ବ୍ୟାଙ୍କ ହେବା ହିସାବରେ ଆମେ ସବୁବେଳେ ଗ୍ରାହକଙ୍କ ହିତକୁ ସବୁଠାରୁ ଆଗରେ ରଖିଛୁ । ସେ କହିଛନ୍ତି କି, ହୋମ ଲୋନରେ ଏସବିଆଇର ଭାଗିଦାରିତା ସବୁଠାରୁ ଅଧିକ । ଏମିତିରେ ବ୍ୟାଙ୍କର ଏହି ନିର୍ଣ୍ଣୟ ଦେଶର ସେହି ବଡ ଜନସଂଖ୍ୟା ପର୍ଯ୍ୟନ୍ତ ପହଂଚିବ, ଯାହା ନିମ୍ନ ଓ ମଧ୍ୟମ ଆୟ ବର୍ଗରୁ ଅଛନ୍ତି ।