ପିଏଫ ଖାତାଧାରୀଙ୍କ ପାଇଁ ଜରୁରୀ ସୂଚନା: ଇପିଏଫଓରେ ୩ଟି ବଡ ପରିବର୍ତ୍ତନ ଆଣିଲେ ସରକାର

2,066

ବିଶେଷ କରି ଘରୋଇ ସଂସ୍ଥାମାନଙ୍କରେ କାମ କରୁଥିବା କର୍ମଚାରୀମାନଙ୍କ ଦରମାରୁ ପ୍ରତି ମାସ ୧୨ ପ୍ରତିଶତ ଅର୍ଥରାଶି ପିଏଫ ବାବଦକୁ କାଟି ରଖିଥାନ୍ତି କଂପାନୀ ବା ସଂସ୍ଥା । ଆଉ ଏହି ଟଙ୍କାକୁ କର୍ମଚାରୀଙ୍କ ପିଏଫ ଫଣ୍ଡ ତଥା ପିଏଫ୍ ଆକାଉଂଟରେ ଜମା କରିଥାନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଇପିଏଫଓରେ ୩ଟି ବଡ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଯାହା ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

• ଯଦି ଆପଣ ନିଜକୁ ୟୁଏଏନ ଅର୍ଥାତ୍ ୟୁନିଭର୍ସାଲ ଆକାଉଂଟ ନମ୍ବର ପୋର୍ଟାଲରେ ରେଜିଷ୍ଟର କରିଛନ୍ତି ତେବେ ଆପଣ ଆପଣଙ୍କର ପିଏଫ ବାଲାନ୍ସ ମୁହୂର୍ତ୍ତକ ମଧ୍ୟରେ ପାଇପାରିବେ ।  ଏଥିପାଇଁ ଆପଣଙ୍କୁ ଆପଣଙ୍କର ରେଜିଷ୍ଟର ମୋବାଇଲ ନମ୍ବରରେ ୦୧୧-୨୨୯୦୧୪୦୬ରେ ଏକ ମିସଡ କଲ କରିବାକୁ ପଡିବ । ଏହା ପରେ ଆପଣ ଆପଣଙ୍କର ପିଏଫ ଆକାଉଂଟର ବାଲାନ୍ସ ଦେଖିପାରିବେ ।

• ଭାରତୀୟ ଷ୍ଟେଟ ବ୍ୟାଙ୍କ ତଥା ଏସବିଆଇ ଏବେ ଆପଣଙ୍କର ପ୍ରୋଭିଡେଂଟ ଫଣ୍ଡ ପିଏଫର ଟଙ୍କାକୁ ମ୍ୟାନେଜମେଂଟ  କରିପାରିବ ନାହିଁ । ମୋଦି ସରକାରଙ୍କ ନିଷ୍ପତି ଅନୁସାରେ, ମାର୍ଚ୍ଚ ୨୦୧୯ ପରେ ଏସବିଆଇ ଇପିଏଫଓର ଫଣ୍ଡ ମ୍ୟାନେଜର ରହିବ ନାହିଁ ।

• ସେହିପରି ଏଣିକି ଆପଣ ଆପଣଙ୍କର ପିଏଫ ଟଙ୍କା ଅନଲାଇନ ଜରିଆରେ ଅତି ସହଜରେ ଉଠାଇ ପାରିବେ । ଏଥିପାଇଁ  ଆପଣଙ୍କୁ କିଛି ପ୍ରୋସେସ୍ ଫଲୋ କରିବାକୁ ହେବ । ଯଦି ଆପଣଙ୍କର ଆଧାର ଇପିଏଫଓରେ ଲିଙ୍କ ରହିଛି ତେବେ ପ୍ରୋସେସିଂ  ଟାଇମ ମୋଟ ଉପରେ ୩ରୁ ୪ ଦିନ ଲାଗିବ । ଯାହାଦ୍ୱାରା ଆପଣ ଆବାଦେନ କରିବାର କିଛି ଘଂଟା ଭିତରେ ହିଁ ଆପଣ ଆପଣଙ୍କର ପିଏଫ ଫଣ୍ଡରୁ ଟଙ୍କା ଉଠାଇପାରିବେ ।