କୃଷକଙ୍କ ପାଇଁ ଖୁସି ଖବର ! ଲଂଚ ହେଲା କୃଷକ କ୍ରେଡ଼ିଟ୍ କାର୍ଡ଼, ସହଜରେ ଋଣ ପାଇପାରିବେ ଚାଷୀ

63

କୃଷକମାନେ ଆମ ଦେଶର ମେରୁଦଣ୍ଡ ସଦୃଶ । ତାଙ୍କ ପାଇଁ ହିଁ ସମସ୍ତଙ୍କ ପେଟକୁ ଦାନା ଯାଉଛି । ତେଣୁ ଦେଶର ମେରୁଦଣ୍ଡକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସରକାର ନୂତନ ଗଠନମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କୃଷିରେ ବଡ ଧରଣର ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ସରକାରଙ୍କ ବିଭିନ୍ନ ଯୋଜନା ସତ୍ୱେ ଏବେ ବି କୃଷକଙ୍କୁ ଉଚିତ୍ ସୁବିଧା ମିଳିପାରୁନାହିଁ । ଅଦିନିଆ ବର୍ଷା, ଅନାବୃଷ୍ଟି ଓ ଋଣ ବୋଝ ତଳେ ଦବିଯାଉଛନ୍ତି କୃଷକ । ଅନେକ ସମୟରେ କୃଷି ଉତ୍ପାଦିିତ ସାମଗ୍ରୀରୁ ଠିକ ମୂଲ୍ୟ ନମିଳିବା ଓ ଋଣ ବୋଝ ଯୋଗୁଁ ଜୀବନ ହାରୁଛନ୍ତି ଚାଷୀ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସହାୟକ କମ୍ପାନୀ କୃଷକଙ୍କ ପାଇଁ କ୍ରେଡ଼ିଟ୍ କାର୍ଡ଼ ଲଂଚ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏହି ଯୋଜନାକୁ ପରୀକ୍ଷାମୂଳକ ଭାବେ ୩ଟି ରାଜ୍ୟରେ ଲଂଚ କରାଯିବ ।

Credit card ଏସବିଆଇର ଅଧ୍ୟକ୍ଷ୍ୟ ସୂଚନା ଦେଇଛନ୍ତି ଯେ ଏସବିଆଇ କାର୍ଡ଼ସ ଆଣ୍ଡ ସର୍ଭିସେସ୍ ଯୋଜନାକୁ ପରୀକ୍ଷାମୂଳକ ଭାବେ ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶରେ କୃଷକଙ୍କ ପାଇଁ କ୍ରେଡ଼ିଟ୍ କାର୍ଡ଼ ଲଂଚ କରାଯାଇଛିିି । ଏହି କାର୍ଡ଼କୁ ନେବା ପାଇଁ ଆବେଦନ କରୁଛନ୍ତି ଉପରୋକ୍ତ ରାଜ୍ୟ ଗୁଡ଼ିକର କୃଷକ । ତେବେ ଯୋଜନାର ସଫଳତା ପରେ ଏହାକୁ ସାରା ଦେଶରେ ଲଂଚ କରାଯିବ । ସୂଚନା ଅନୁସାରେ ଏହି କ୍ରେଡିଟ୍ କାର୍ଡ଼, ବର୍ତ୍ତମାନ ସମୟରେ ବ୍ୟବହୃତ ହେଉଥିବା କ୍ରେଡ଼ିଟ୍ କାର୍ଡ଼ ଠାରୁ ବିଲକୁଲ ଅଲଗା ।

ଅନ୍ୟ କ୍ରେଡ଼ିଟ୍ କାର୍ଡ଼ ପରି କୃଷକ କାର୍ଡ଼ରେ ୪୦-୪୫ ଦିନ ପର୍ଯ୍ୟନ୍ତ ସୁଧ ମୁକ୍ତ ଅବଧି ମିଳିବ । ଏଥିରେ ଲାଗୁଥିବା ସୁଧ ଅନ୍ୟାନ୍ୟ ସାଧାରଣ କ୍ରେଡ଼ିଟ୍ କାର୍ଡ଼ ପରି ହେବ  । ସେହିପରି କିସାନ କ୍ରେଡ଼ିଟ୍ କାର୍ଡ଼ ଦ୍ୱାରା ଖର୍ଚ୍ଚ କରିଥିବା ଟଙ୍କା ଶୁଝିବାରେ ବିଳମ୍ବ ହୁଏ ତେବେ କୃଷକଙ୍କୁ କମ ଜୋରିମାନା ଦେବାପାଇଁ ପଡ଼ିବ । ଏହା ବ୍ୟତୀତ କ୍ରେଡିଟ୍ ଲିମିଟ୍ ୭୦ରୁ ୮୦ ପ୍ରତିଶତ କିଣାକିଣି କୃଷି ସହ ଜଡ଼ିତ ସାମଗ୍ରୀ ହେବା ଦରକାର । ଏହା ବ୍ୟତୀତ ଏହି କାର୍ଡ଼ ବ୍ୟବହାର କରୁଥିବା କୃଷକ ସହ ବିକ୍ରେତାଙ୍କୁ ମଧ୍ୟ ଋଣ ସୁବିଧା ମିଳିବ ।