ଏହି ତାରିଖ ସୁଦ୍ଧା ବଦଳାଇ ଦିଅନ୍ତୁ ନିଜର ଏଟିଏମ୍ କାର୍ଡ । ନଚେତ୍ କାର୍ଡ ବ୍ଲକ୍ କରିଦେବ ବ୍ୟାଙ୍କ
ଯଦି ଆପଣଙ୍କର ଏସବିଆଇରେ ଏକାଉଣ୍ଟ ଅଛି ଏବଂ ସେଥିଲାଗି ଆପଣ ଏଟିଏମ୍- ଡେବିଟ୍ କାର୍ଡର ଉପଯୋଗ କରୁଛନ୍ତି ,ତେବେ ତୁରନ୍ତ ତାକୁ ବଦଳାଇ ଦିଅନ୍ତୁ । ଏହା ଆମେ କହୁ ନାହୁଁ ,ବରଂ ଏସବିଆଇ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏସବିଆଇର ଏଟିଏମ୍- ଡେବିଟ୍ କାର୍ଡର ବଦଳାଇବାର ଅନ୍ତିମ ତାରିଖ ହେଲା ୩୧ .୧୨.୨୦୧୮। ଯଦି ଏହି ତାରିଖ ସୁଦ୍ଧା ଏହି କାମ କରା ନ ଯାଏ ତେବେ କାର୍ଡ ବ୍ଲକ୍ ହୋଇଯିବ ବୋଲି ମଧ୍ୟ କୁହାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଏସବିଆଇର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି କି, ଯେଉଁ ଗ୍ରାହକମାନଙ୍କ ନିକଟରେ ପୁରୁଣା ମ୍ୟାଜିଷ୍ଟ୍ରିପ ତଥା ମ୍ୟାଗ୍ନେଟିକ୍ ଡେବିଟ କାର୍ଡ ରହିଛି ସେମାନେ ନିଜ ନିଜର ଏହି ପୁରୁଣା ଏଟିଏମକାର୍ଡକୁ ତୁରନ୍ତ ବ୍ୟାଙ୍କ ଆସି ବଦଳାଇବାକୁ ପଡ଼ିବ।
Dear Customers, it’s time to make a shift. As per the RBI guidelines, you are required to change your Magstripe Debit Cards to EMV Chip Debit Cards by the end of 2018. The conversion process is absolutely safe and comes with no charges. Know more: https://t.co/hgDrKXlInp pic.twitter.com/QoLZZSQuEj
— State Bank of India (@TheOfficialSBI) August 10, 2018
ଏସବିଆଇ ତରଫରୁ ଆହୁରି ମଧ୍ୟ କୁହାଯାଇଛି କି, ଏଟିଏମ କାର୍ଡର କନଭର୍ସନ ପ୍ରୋସେସରେ କୌଣସି ପ୍ରକାରର ଶୁଳ୍କ ନିଆଯିବ ନାହିଁ ଏବଂ ଏହା ସଂପୂର୍ଣ୍ଣ ଭାବରେ ମାଗଣା ହେବ। ନିକଟରେ ଏସବିଆଇ ସହିତ ୬ଟି ଅନ୍ୟ ବ୍ୟାଙ୍କମାନଙ୍କ ସହ ସମ୍ମିଶ୍ରଣ ହୋଇଛି ଏବଂ ବ୍ୟାଙ୍କର ଗ୍ରାହକମାନଙ୍କର ସଂଖ୍ୟାରେ ବଡ ପରିବର୍ତ୍ତନ ହୋଇଛି। ତେଣୁ ଏଭଳି ପରିସ୍ଥିତିରେ ବ୍ୟାଙ୍କର ଏଭଳି ନିଷ୍ପତ୍ତି ପ୍ରଭାବ କୋଟି କୋଟି ଗ୍ରାହକଙ୍କ ଉପରେ ପଡ଼ିପାରେ।
ଏସ ବି ଆଇର ନୂଆ ଏଟିଏମ୍- ଡେବିଟ୍ କାର୍ଡର ଅଧିକ ସୁରକ୍ଷିତ ଏବଂ ଏଥିରେ ଏକାଉଣ୍ଟଧାରୀଙ୍କ ସଂପର୍କରେ ସମସ୍ତ ତଥ୍ୟ ରହିବ।