ଯୁଦ୍ଧ ଭଳି ପରିସ୍ଥିତିକୁ ଏଡାଇବା ପାଇଁ ଦୁଇ ଦେଶର ଟ୍ୱିଟରରେ ଟ୍ରେଣ୍ଡ୍ ହେଲା ‘Say No To War’ ! ଭାରତ ସହ ପାକିସ୍ତାନୀ କହିଲେ ଯୁଦ୍ଧକୁ କୁହନ୍ତୁ ନା’ ।

141

ଫେବୃୟାରୀ ୧୪ ତାରିଖର କଳା ଦିନକୁ ସହଜରେ ଭୁଲି ହେବନାହିଁ । ଏହି ଦିନରେ ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଭାରତର ୪୦ ରୁ ଅଧିକ ସିଆରପିଏଫ୍ ଯବାନ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ୍ ହୋଇଥିଲେ । ଏହି ଆକ୍ରମଣର ପ୍ରତ୍ୟୁତ୍ତର ଦେବାକୁ ଯାଇ ଭାରତର ବାୟୁସେନା ପାକ୍ ଏଲଓସିରେ ଏୟାର୍ ଷ୍ଟ୍ରାଇକ୍ କରି ଆତଙ୍କୀ କ୍ୟାମ୍ପ୍ କୁ ଉଡାଇଥିଲେ । କେବଳ ଏତିକି ନୁହଁ ଭାରତର ଦୁଇଜଣ ପାଇଲଟ୍ ଙ୍କ ମଧ୍ୟରୁ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମଧ୍ୟ ପାକିସ୍ତାନ ସେନା ନିଜ କବଜାରେ ରଖିଥିଲା । ଏହି ଘଟଣାରେ ସ୍କ୍ୱାର୍ଡନ ଲିଡର ସିଦ୍ଧାର୍ଥ ବଶିଷ୍ଠ ମଧ୍ୟ ସହିଦ୍ ହୋଇଯାଇଥିଲେ ।

ଭାରତ ଏବଂ ପାକ୍ ଭିତରେ ଚାଲିଥିବା ଏହି ଯୁଦ୍ଧକାଳୀନ ସମୟରେ ଲୋକଙ୍କ ଭିତରେ ଯବାନଙ୍କ ବଳିଦାନର କ୍ରୋଧ ଥିବା ବେଳେ ଆଉ କିଛି ଲୋକ ଯୁଦ୍ଧ କରିବାକୁ ବାରଣ କରୁଛନ୍ତି । ସୋସିଆଲ୍ ମିଡିଆ ତଥା ଟ୍ୱିଟରରେ ‘Say No To War’ କୁ ୟୁଜର ଟ୍ରେଣ୍ଡ୍ କରି ଲୋକଙ୍କୁ ଯୁଦ୍ଧ ଭଳି ପରିସ୍ଥିିତିକୁ ଏଡାଇବା ପାଇଁ କହୁଛନ୍ତି । କେବଳ ଭାରତ ନୁହଁ ପାକିସ୍ତାନ ଜନତା ମଧ୍ୟ ଯୁଦ୍ଧ ସପକ୍ଷରେ ନାହାଁନ୍ତି ।