ଫିଙ୍ଗରପ୍ରିଂଟ କିମ୍ବା ଫେସ୍ ସ୍କାନକୁ କରନ୍ତୁ ବାୟ ବାୟ . . ! ଏବେ ହାର୍ଟକୁ ସ୍କାନ କରି ଖୋଲିବ କମ୍ପ୍ୟୁଟର

52

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାନବଜାତିର ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତେବେ ବିଜ୍ଞାନର ବ୍ୟବହାର ଠିକ୍ ହେବା ଉଚିତ୍ । ଆଜିକା ସମୟରେ ବିଜ୍ଞାନ ଏତେ ଅଗ୍ରଗତି କଲାଣି ଯେ ଅସମ୍ଭବ ଜିନିଷ ବି ସମ୍ଭବପର ହୋଇପାରୁଛି । ଦିନକୁ ଦିନ ବୈଜ୍ଞାନିକମାନେ ନୂଆ ନୂଆ ଉଦ୍ଭାବନ କରୁଛନ୍ତି । ତେବେ କମ୍ପ୍ୟୁଟର କିମ୍ବା ସ୍ୱାର୍ଟଫୋନର ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କିଛି ନିଆରା ଉଦ୍ଭାବନ ହୋଇଛି । ଏବେ ପର୍ଯ୍ୟନ୍ତ ଆପଣ ଫିଙ୍ଗରପ୍ରିଂଟ କିମ୍ବା ଚେହେରାର ରିଆକ୍ସନ ଜରିଆରେ ମୋବାଇଲ କିମ୍ବା କମ୍ପ୍ୟୁଟରକୁ ଖୋଲିବାର କଥା ଶୁଣିଛନ୍ତି । କିନ୍ତୁୁ ବିିଜ୍ଞାନ ଆଉ ପାଦେ ଆଗେଇ ଯାଇଛି । ଆଉ କିଛି ଦିନ ପରେ ଆପଣଙ୍କ ହୁଦୟକୁ ସ୍କାନ କରିବ ହିଁ ଖୋଲିବ କମ୍ଫ୍ୟୁଟର ।

ଏବେ ଯେତେବେଳ ଡିଜିଟାଲ କାରବାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ସେତେବେଳେ କମ୍ପ୍ୟୁଟରର ସୁରକ୍ଷା ଓ ଗୋପନୀୟତା ଏକ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ଯେତିକି ଆଗକୁ ବଛୁଛି ବିଜ୍ଞାନ ସେତିକି ବିପଦ ସୃଷ୍ଟି ହେଉଛି । ପ୍ରାୟ ସବୁବେଳେ ସାଇବର କ୍ରାଇମର ଅଭିଯୋଗ ଆସୁଛି । ୱେବସାଇଟ , ଫୋନ , ସିଷ୍ଟମ ହ୍ୟାକ୍ ହେବାର ମଧ୍ୟ ଖବର ଆସୁଛି । ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଏପରି ଏକ କମ୍ପ୍ୟୁଟର ବିକଶିତ କରିଛନ୍ତି ଯେଉଁଠି କମ୍ପ୍ୟୁଟର ଆପଣଙ୍କ  ହୃଦୟକୁ ସ୍କାନ କରିବା ପରେ ହିଁ ଖୋଲିବ । ଏଥିରେ ଦୃଦୟରେ ପ୍ରୟୋଗ ଏକ ନିଆର ଚିହ୍ନ ରୂପରେ କରାଯିବ ।

ଆସନ୍ତୁ ଜାଣିବା କେମିତି କାମ କରିବ ହାର୍ଟ ସ୍କାନର ?
ସୂଚନା ଅନୁସାରେ ଏହି ସିଷ୍ଟମ ପ୍ରୟୋଗ  ଦ୍ୱାରା ଏହା ଆପଣଙ୍କ ହୃଦୟକୁ ମାପ କରିବ । ଏହାପରେ ଲଗାତାର ଆପଣଙ୍କ ହୃଦୟର ଚିହ୍ନଟ କରିବା ସହ ଧ୍ୟାନ ରଖିବ କି ଆପଣଙ୍କ ବ୍ୟତୀତ ଆଉ କେହି ଯେପରି ଆପଣଙ୍କ ଅକମ୍ପ୍ୟୁଟରକୁ ଖୋଲିନପାରେ । ଆମେରିକାର ବଫାଲୋ ବିଶ୍ୱବିଦ୍ୟାଳର ଅଧ୍ୟୟନକର୍ତ୍ତାମାନେ ଏହି ପ୍ରଣାଳୀକୁ ବିକଶିତ କରିଛନ୍ତି । ତାଙ୍କ କହିବା ଅନୁସାରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ । ଏହା ବ୍ୟତୀତ ଏହି ପ୍ରକ୍ରିୟା ଅନ୍ୟ ପ୍ରକାରର ବାୟମେଟ୍ରେିକ୍ କିମ୍ବା ପାସୱର୍ଡ଼ ଠାର ଅଧିକ ପ୍ରଭାବଶାଳୀ ରହିବ । ଏହି ପ୍ରଣାଳୀର କମ୍ପ୍ୟୁଟରରେ କିପରି ଉପଯୋଗ ହୋଇପାରିବ ସେ ନେଇ ମଧ୍ୟ ଚେଷ୍ଟା ଚଳାଇଛନ୍ତି ଅଧ୍ୟୟନକର୍ତ୍ତା । ସୂଚନାଯୋଗ୍ୟ ଏହି ପ୍ରଣାଳୀର ସିଗନାଲ କ୍ଷମତା ୱାଇଫାଇରୁ ବହୁତ୍ କମ୍ ଯାହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କୌଣସି ଖରାପ ପ୍ରଭାବ ପକାଇବ ନାହିଁ ।