ମାତ୍ର ୨୦୦ ଟଙ୍କା ଦେଇ ପୋଷ୍ଟ ଅଫିସରେ ଖୋଲନ୍ତୁ ଖାତା: ବ୍ୟାଙ୍କ ଠାରୁ ମଧ୍ୟ ଅଧିକ ମିଳିବ ସୁଧ

94

ଟଙ୍କା ଜମା କରିବାର କଥା ଯେତେବେଳେ ଉଠେ ଆଜି ବି ଲୋକମାନେ ପୋଷ୍ଟ ଅଫିସର ସ୍କିମକୁ ଭରସାଯୋଗ୍ୟ ମାନନ୍ତି । ପୋଷ୍ଟ ଅଫିସରେ ଏଭଳି ଅନେକ ନିବେଶ ଯୋଜନା ପ୍ରଚଳିତ ଅଛି ଯାହା ବ୍ୟାଙ୍କର ସେଭିଙ୍ଗ୍ ଆକାଉଣ୍ଟରୁ ଅଧିକ ସୁଧ ଦେଇଥାଏ । ପୋଷ୍ଟ ଅଫିସରେ ଏଭଳି ଏକ ଖାସ୍ ସ୍କିମ୍ ଚାଲିଛି ଯେଉଁଥିରେ ଆପଣ ସ୍ୱଳ୍ପ ନିବେଶରେ ଖାତା ଖୋଲିପାରିବେ । ତେବେ ଆସନ୍ତୁ ଏହି ସ୍କିମ୍ ବିଷୟରେ ଅଧିକ ଜାଣିବା ।

ପୋଷ୍ଟ ଅଫିସ ଟାଇମ୍ ଡିପୋଜିଟ୍ ଆକାଉଣ୍ଟ୍ :

ଏହି ଖାତାରେ ଜମା ରାଶି ବାର୍ଷିକ ସୁଧ ଆଧାରରେ ଦିଆଯାଏ । ଆପଣ ଚାହିଁଲେ ଏହି ଖାତାକୁ ଅନ୍ୟ ପୋଷ୍ଟ୍ ଅଫିସକୁ ଟ୍ରାନ୍ସଫର କରିପାରିବେ ।

ଏହି ସ୍କିମର ଫାଇଦା :

1. ପୋଷ୍ଟ ଅଫିସର ଏହି ସ୍କିମ୍ ଉପରେ ସୁଧହାର ୭.୪ ପ୍ରତିଶତ ପର୍ଯ୍ୟନ୍ତ ରହିଛି ।

2. ଏହି ସ୍କିମ୍ ରେ ଆପଣ ମାତ୍ର ୨୦୦ ଟଙ୍କାରେ ଖାତା ଖୋଲିପାରିବେ । ଏଥିରେ ନିବେଶ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ସୀମା ନଥାଏ ।

3. ପୋଷ୍ଟ ଅଫିସର ଏହି ସ୍କିମରେ ୫ ବର୍ଷ ପର୍ଯ୍ୟନ୍ତ କରିଥିବା ନିବେଶ ଟ୍ୟାକ୍ସ ବେନିଫିଟ୍ ଭିତରେ ଆସିଥାଏ । ଏହି ଖାତାରେ ଆୟକର ଅଧିନିୟମର ୧୯୬୧ ଧାରା ୮୦ ସି ଅନ୍ତର୍ଗତ ରିହାତୀ ନିଆଯାଇପାରିବ ।

4. ଏଥିରେ କରାଯାଉଥିବା ନିବେଶ ଉପରେ କୌଣସି ରିସ୍କ ନଥାଏ ।