ଧନୀ ହେବାକୁ ମନରେ ଇଚ୍ଛା ରଖିଛନ୍ତି କି? ତେବେ ଏପରି ଟଙ୍କା ନିବେଶ କରନ୍ତୁ ଓ ଅଳ୍ପ ଦିନରେ ଲକ୍ଷପତି ହୁଅନ୍ତୁ

60

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଅନେକ ଯୁବକ ମାନେ ବେସରକାରୀ ସଂସ୍ଥାରେ କାମ କରୁଛନ୍ତି । ତେବେ ସେମାନେ ସେହି ବେସରକାରୀ ସଂସ୍ଥାରୁ ମାସିକ ପାଖାପାଖି ୪୦ ରୁ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ତେବେ ରୋଜଗାରରି କିଛି ଟଙ୍କା ଜମା କରିବାକୁ ସମସ୍ତେ ଇଚ୍ଛା କରନ୍ତି । ତେବେ ରୋଜଗାର ଟଙ୍କାରେ ଯେଉଁମାନେ ସଞ୍ଚୟ କରିବା ପାଇଁ ଇଚ୍ଛା କରୁଛନ୍ତି ସେମାନେ ସଠିକ ସ୍ଥାନରେ ଟଙ୍କା ନିବେଶ କରିବାର ଆବଶ୍ୟକତା ରହିଛି । ନଚେତ ଆପଣ ହଇରାଣରେ ପଡିପାରନ୍ତିୁ । ତେବେ ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା ଦିଆଯାଉଛି କି କେଉଁଠାରେ ଅର୍ଥ ନିବେଶ କଲେ ଆପଣ ମଧ୍ୟ ଧନୀ ହୋଇପାରିବେ । ଯଦି ଆପଣଙ୍କ ମାସିକ ଦରମା ୪୦ହଜାର ରହିଛି । ତେବେ ଏତିକି ରୋଜାଗାର ମଧ୍ୟରୁ ଆପଣ ଯଦି ପ୍ରତ୍ୟେକ ଦନ ୨୦୦ଟଙ୍କା ଜମା କରିପାରନ୍ତି ତେବେ ଆପଣ ମଧ୍ୟ ଅନେକ ଟଙ୍କା ଜମା କରିପାରିବେ ।

 

କେବଳ ଆପଣ ସଠିକ ଜାଗାରେ ଟଙ୍କା ଜମା କରିବାର ଆବଶ୍ୟକତା ରହିଛି । ଏହାର ଅର୍ଥ ହେଲା ଆପଣ ସଠିକ ଜାଗାରେ ଓ ସିଷ୍ଟମେଟିକ ଭାବରେ ନିବେଶ କରିବା ଆବଶ୍ୟକତା ରହିଛି । ବଜାର ଅପେକ୍ଷା ଏହାରି ମାଧ୍ୟମରେ ଆପଣ ଅଧିକ ଲାଭବାନ ହୋଇପାରିବେ । କେବଳ ଏତିକି ନୁହେଁ ବରଂ ୧୨ ରୁ ୧୮ ପ୍ରତଶତ ସୁଧ ମଧ୍ୟ ପାଇପାରିବେ । ତେବେ ଧରି ନିଅନ୍ତୁ ଆପଣ ପ୍ରତ୍ୟେକ ଦିନ ୨୦୦ଟଙ୍କା ଜମା କରୁଛନ୍ତି ତେବେ ମାସିକ ଆପଣ ୬ ହଜାର ଟଙ୍କା ଜମାକରିପାରିବେ । ତେବେ ଏହିପରି ଭାବରେ ଆପଣ ଯଦି ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବେ ତେବେ ଆପଣଙ୍କ ପାଖରେ ୪୦ ଲକ୍ଷ ଟଙ୍କା ଜମା ହୋଇପାରିବ । ତେବେ ଏହି ଟଙ୍କା ଆପଣଙ୍କର ଅନେକ କାମରେ ସାହାଯ୍ୟ କରିପାରିବେ । କେବଳ ଏତିକି ନୁହେଁ ବରଂ ଆପଣ ବାହାପ ସହରରେ ଏହି ଟଙ୍କାରେ ଘର ମଧ୍ୟ କିଣିପାରିବେ । ନିଜ ଟଙ୍କାରେ ଆପଣଏକ ଦାମୀ କାର ମଧ୍ୟ କିଣିପାରିବେ । ହଠାତ ଏତେ ଟଙ୍କା ଦରକାର ହେଲେ କେଉଁଠାରୁ ମିଳିବ ନାହିଁ ହେଲେ ନିଜ ସେଭିଂ ଟଙ୍କାରୁ ଆପଣ ଅନେକ କାମ କରିପାରିବେ । ତେଣୁ ଏପରି ଭାବରେ ଟଙ୍କା ନିବେଶ କରନ୍ତୁ ଓ ଧନୀ ହୁଇନ୍ତୁ ।