ବ୍ୟାଙ୍କରେ ଖୋଲନ୍ତୁ ସ୍ୱତନ୍ତ୍ର ଆକାଉଂଟ ! ରଖିବା ପାଇଁ ପଡ଼ିବ ନାହିଁ ସର୍ବନିମ୍ନ ଜମା ରାଶି

89

ସବୁ ବ୍ୟାଙ୍କଗୁଡ଼ିକ ସେଭିଂ ଆକାଉଂଟ ପାଇଁ ସର୍ବନିମ୍ନ ବାଲାନ୍ସ ସୁନିଶ୍ଚିତ କରିଛନ୍ତି । ଏହି ବାଲାନ୍ସ ସହର, ଗାଁ,  ମେଟ୍ରୋ ସହର ପାଇଁ ଅଲଗା ଅଲଗା ସ୍ଥିର କରାଯାଇଛି । ଆଉ ଏହି ନିୟମ ଅନୁସାରେ ଗ୍ରାହକଙ୍କୁ ନିଜ ଆକାଉଂଟରେ ସର୍ବନିମ୍ନ ବାଲାନ୍ସ ରଖିବା ଜରୁରୀ । ଏପରି ନକଲେ ବ୍ୟାଙ୍କ ସର୍ବନିମ୍ନ ବାଲାନ୍ସ ଉପରେ ଶୁଳ୍କ ଆଦାୟ କରୁଛନ୍ତି । ଦେଶରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ସେଭିଂ ଆକାଉଂଟରେ ସର୍ବନିମ୍ନ ବାଲାନ୍ସ ରଖିବା ପାଇଁ ସମର୍ଥ ନୁହଁନ୍ତି । ଏକ ରିପୋର୍ଟ ଅନୁସରରେ ନିମ୍ନତମ ବାଲାନ୍ସ ରଖିପାରୁ ନଥିବା ଗ୍ରାହକଙ୍କୁ ଠାରୁ ଚାର୍ଜ ରୂପରେ ଏସବିଆଇ ଅପ୍ରେଲରୁ ନଭେମ୍ବର ୨୧୦୭ ମଧ୍ୟରେ କୋଟି କୋଟି ଟଙ୍କା ଆୟ କରିଛି ।

କେବଳ ଜନ ଧନ ଯୋଜନା ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ଉପରେ ବାଧ୍ୟତାମୂଳତ ନୁହେଁ । ତେବେ ଜାଣିରଖନ୍ତୁ ଜନ୍ ଧନ୍ ଆକାଉଂଟ ବ୍ୟତୀତ ସର୍ବନିମ୍ନ ବାଲାନ୍ସ ରଖିବାରୁ ରିହାତି ପାଇବା ପାଇଁ ଆଉ ଅନେକ ଆକାଉଂଟ ରହିଛି । ସୂଚନା ଅନୁସାରେ ଦେଶରେ କିଛି ବ୍ୟାଙ୍କ୍ ଏପରି ଅଛନ୍ତି ଯେଉଁମାନେ ଆପଣଙ୍କୁ ସର୍ବନିମ୍ନ ମାସିକ ବାଲାନ୍ସ ବାଧ୍ୟତାମୂଳକ ନକରି କିଛି ସେଭିଂ ଆକାଉଂଟ ଉପଲବ୍ଧ କରାଉଛନ୍ତି । ତେବେ ଆସନ୍ତୁ ଜାଣିବା ଏପରି କିଛି ବ୍ୟାଙ୍କ୍ ବିଷୟରେ –

ବେସିକ ସେଭିଂ ବ୍ୟାଙ୍କ୍ ଆକାଉଂଟ – ବେସିକ୍ ସେଭିଂ ବ୍ୟାଙ୍କ୍ ଆକାଉଂଟରେ ସର୍ବନିମ୍ନ ବାଲାନ୍ସର କୌଣସି ବୈଧତା ନାହିଁ । ଏହି ପ୍ରକାର ଆକାଉଂଟ ଆପଣଙ୍କୁ ICICI, SBI, HDFC  ବ୍ୟାଙ୍କରେ ଉପଲବ୍ଧ । ତେବେ ଏହି ଆକାଉଂଟର ଲାଭ ଆପଣ ଯେବେ ସେତେବେଳେ ଉଠାଇପାରବେ ଯଦି ବ୍ୟାଙ୍କରେ ପ୍ରଥମରୁ କୌଣସି ସେଭିଂ ଆକାଉଂଟ ନଥିବ ।

ସ୍ମଲ ଆକାଉଂଟ – SBI, HDFCଇଣ୍ଡସଇଣ୍ଡ ବ୍ୟାଙ୍କରେ ଅପାଣଙ୍କୁ ନିମ୍ନତମ ବାଲାନ୍ସ ବାଧ୍ୟତାମୂଳକ ନକରି ସ୍ମଲ୍ ସେଭିଂ ଆକାଉଂଟ ଖୋଲିବା ପାଇଁ ସୁବିଧା ମିଳୁଛି । SBIରେ ସ୍ମଲ୍ ଆକାଉଂଟ ପାଇଁ ସବୁଠାରୁ ଅଧିକ ବାଲାନ୍ସ ଲିମିଟ୍ ହେଲା ୫୦,୦୦୦ ଟଙ୍କା ।

ଶୁନ୍ୟ ବାଲାନ୍ସ ଓ ପ୍ରଥମ ସେଭିଂ ବ୍ୟାଙ୍କ୍ ଆକାଉଂଟ –
IDFC ବ୍ୟାଙ୍କରେ ମଧ୍ୟ କିଛି ସେଭିଂ ଆକାଉଂଟ ଉପରେ ସର୍ବନିମ୍ନ ବାଲାନ୍ସ ରଖିବା ଉପରେ ରିହାତି ଦଆଯାଇଛି । IDFC ରେ ଆପଣ ସର୍ବନିମ୍ନ ବାଲାନ୍ସ ନରଖି ଦୁଇଟି ଆକାଉଂଟ ଖୋଲିପାରିବେ । ପ୍ରଥମଟି ହେଲା ଶୂନ୍ୟ ବାଲାନ୍ସ ଆକାଉଣ୍ଟ ଆଉ ଅନ୍ୟଟି ପ୍ରଥମ ହେଲା ସେଭିଂ ବ୍ୟାଙ୍କ ଆକାଉଣ୍ଟ । ଏହି ଦୁଇ ଆକାଉଂଟରେ ନିମ୍ନତମ ବାଲାନ୍ସ ରଖିବା ବାଧ୍ୟତାମୂଳକ ନୁହେଁ ।

୮୧୧ ସେଭିଂ ଆକାଉଂଟ – ୮୧୧ ସେଭିଂ ଆକାଉଂଟ କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ଉପଲବ୍ଧ । ଏହି ଆକାଉଂଟ ପାଇଁ ସର୍ବନିମ୍ନ ବାଲାନ୍ସ ରଖିବା ବାଧ୍ୟତାମୂଳକ ନାହିଁ । ତେବେ ୮୧୧ ଆକାଉଂଟ ପାଇଁ ସର୍ବନିମ୍ନ ମାସିକ ବାଲାନ୍ସ ଅନିବାର୍ଯ୍ୟ ଅଟେ , ଯାହ୧୦,୦୦୦ର ଅଟେ ।

ଡିଜିଟାଲ ସେଭିଂ ଆକାଉଂଟ – RBL ବ୍ୟାଙ୍କରେ ଆପଣ ଶୂନ୍ୟ ବାଲାନ୍ସରେ ସେଭିଂ ଆକାଉଂଟ ଖୋଲିପାରିବେ । ଏହାବ୍ୟତୀତ ଶୂନ ବାଲାନ୍ସ ସୁବିଧାରେ  RBL ଏକଜ୍ୟୁକ୍ୟୁଟିଭ ସାଲାରୀ ଆକାଉଂଟରେ ଉପଲବ୍ଧ କରାଯାଉଛି ।

HDFCବ୍ୟାଙ୍କ ସରକାରୀ ସେଭିଂ ଆକାଉଂଟ – HDFC ସରକାରୀ କିମ୍ପା ଇନଷ୍ଟିଟ୍ୟୁସନାଲ ସେଭିଂ ଆକାଉଂଟରେ ସର୍ବନିମ୍ନ ବାଲାନ୍ସ ରଖିବା କିଛି ବାଧ୍ୟତାମୂଳକ ନୁହେଁ ।