ଲାପଟପରେ ଓଭରହିଟିଂ ଭଳି ସମସ୍ୟା ଦେଖାଯାଉଛି କି ? ଏଥିରୁ କିଭଳି ମୁକ୍ତି ପାଇବେ ଜାଣନ୍ତୁ । 

50

ଲାପଟପକୁ ଅଧିକ ବ୍ୟବହାର କରିବା ଦ୍ୱାରା ଏହା ବେଳେ ବେଳେ ଓଭରହିଟିଙ୍ଗ୍ ହୋଇ ରହିଯାଏ । ଏହି ସମୟରେ ଲାପଟପ୍ ବ୍ୟବହାର କଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆସନ୍ତୁ ଜାଣିବା କିପରି ଲାପଟପକୁ ଓଭରହିଟିଙ୍ଗରୁ ବଂଚାଇବାର ସହଜ ଉପାୟ ।

୧ – ଲାପଟପ୍ ବ୍ୟାଟେରୀରେ ଯଦି ଧୂଳି ଜମା ହୋଇଥାଏ ,ତେବେ ଓଭରହିଟିଙ୍ଗ୍ ହେବାର ଆଶଙ୍କା ରହିଥାଏ । ତେଣୁ ପ୍ରତି ଦୁଇ ତିନି ମାସରେ ଲାପଟପ୍ ବ୍ୟାଟେରୀକୁ କାଢି ସଫା କରିବା ଉଚିତ୍ । ଏହାକୁ ଓଦା କପଡାରେ ପୋଛିବାକୁ ଚେଷ୍ଟା କରନ୍ତୁ ନାହିଁ ।

୨ – ଲାପଟପକୁ ଓଭରହିଟିଙ୍ଗରୁ ରକ୍ଷା କରିବା ପାଇଁ କୁଲିଙ୍ଗ୍ କିଟର ବ୍ୟବାହର ମଧ୍ୟ କରିପାରିବେ । ଲାପଟପ୍ ଯଦି ଅଧିକ ଥର ବ୍ୟବହାର ହୋଇଥିବ ,ତେବେ ସେଥିରେ କୁଲିଙ୍ଗ ସମସ୍ୟା ଦେଖାଦେଇଥାଏ । ତେଣୁ ଆଡିସନାଲ୍ କୁଲିଙ୍ଗ ଫ୍ୟାନର ବ୍ୟବାହର ଭଲ ବିକଳ୍ପ ହୋଇଥାଏ ।

୩ – ଲାପଟପ୍ ଚାର୍ଜ କରୁଥିବା ସମୟରେ ଲାପଟପକୁ ଚାର୍ଜିଂ ପଏଣ୍ଟ ଠାରୁ ଦୂରେଇ ରଖନ୍ତୁ । ବ୍ୟାଟେରି ଚାର୍ଜ ହୋଇ ସାରିବା ପରେ ଚାର୍ଜରକୁ ତୁରନ୍ତ ଅଲଗା କରିଦିଅନ୍ତୁ । ବ୍ୟାଟେରି ବାରମ୍ବାର ଗରମ ହେଉଥିଲେ ଲାପଟପକୁ ଅଧିକ ବ୍ୟବହାର କରନ୍ତୁ ନାହିଁ

୪ – କୁଲିଙ୍ଗ୍ କିଟ୍ ବ୍ୟବହାର କଲା ବେଳେ ଯଦି ବ୍ୟାଟେରି ଗରମ ହେଉଥାଏ ତେବେ ବ୍ୟାଟେରି ଚେଂଜ କରିନିଅନ୍ତୁ । ଲାପଟପରୁ ଯଦି ବ୍ୟାଟେରି ଜଲଦି ସରିଯାଉଛି ତେବେ ଚାର୍ଜ କଲେ ମଧ୍ୟ ଲାପଟପ୍ ଗରମ ହୋଇଥାଏ ।