ଦେବାଦେବୀ ସାଜିଛନ୍ତି ଜଙ୍ଗଲ ରକ୍ଷକ : ପ୍ରକୃତିପ୍ରେମୀ ସୁବାଷ ଶ୍ରୀବାସ୍ତବ ନିଆରା ଉପାୟରେ ତିଆରି କଲେ ଘନ ଜଙ୍ଗଲ

65

ଆଜିକାଲି ଲୋକମାନେ ଭଲ ଘରେ ରହିବା ପାଇଁ ତଥା କୋଠାବାଡ଼ି ତିଆରି କରିବା ପାଇଁ ଗଛ କାଟି ପଦା କରିଦେଉଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ହେଲେ ମଧ୍ୟ କିଛି କାମ ଦେଉନି । ବର୍ତ୍ତମାନ ସମୟରେ ଏତେ ମାତ୍ରା ଜଙ୍ଗଲ ନଷ୍ଟ ହେଉଛି ଯେ ଆଗାମୀ ସମୟରେ ଶୁଦ୍ଧ ଅମ୍ଳଜାନ ଟିକିଏ ପାଇବା ବି ମୁସ୍କିଲ ହୋଇଯିବ ପରି ଲାଗୁଛି । ଜଙ୍ଗଲ କ୍ଷୟକ୍ଷତି ଯୋଗୁଁ ତାପମାତ୍ରା ବୃଦ୍ଧି ଘଟିଛି । ବିଶ୍ୱ ତାପାୟନ ଯୋଗୁଁ ପାଣିପାଗରେ ପରିବର୍ତ୍ତନ ଦେଖାଯାଇଛି । କେବଳ ସେତିକି ନୁହେଁ ବନ୍ୟା ଓ ବାତ୍ୟାର ମୂଳ କାରଣ ହେଉଛି ବିଶ୍ୱ ତାପାୟନ । ଅତୀତରେ ଯେଉଁ ଅଂଚଳରେ ଭଳ ବର୍ଷା ହେଉଥିଲା, ଆଜି ସେହି ଜାଗାମାନଙ୍କରେ ମରୁଡ଼ି ଦେଖାଯାଉଛି । ଗ୍ରୀଷ୍ମ ଋତୁ ଆସିଲେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।

ତେବେ ଆଜି କି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରକୃତିକୁ ରକ୍ଷା କରିବା ପାଇଁ ଲଗାତାର ଚେଷ୍ଟା ଚଳାଇଛନ୍ତି । ଏପରି ଜଣେ ମଣିଷ ହେଲେ ଶିକ୍ଷକ ସୁବାଷ କୁମାର ଶ୍ରୀବାସ୍ତବ । ସୁବାଷ ଗଛଲତାକୁ ବଂଚେଇବା ପାଇଁ ନୂଆ ଉପାୟ ଅବଲମ୍ବନ କରିଛନ୍ତି । ଦେବାଦେବୀଙ୍କୁ ଗଛର ରକ୍ଷକ ସଜାଇ ଦେଉଛନ୍ତି । ସୁବାଷ ଦେବୀ-ଦେବତାଙ୍କ ପ୍ରତିକୃତି ତିଆରି କରି ସିନ୍ଦୁର ଲଗାଇ ଗଛ ମୂଳେ ରଖିଦେଇଛନ୍ତି । ଯଦ୍ୱାରା ଗାଁରେ ଲୋକମାନେ ଗଛକୁ ନକାଟି ପୂଜା କରିବାରେ ଲାଗୁଛନ୍ତି । ସୁବାଷ କରିଛନ୍ତି ଏପରି କରି ସେ ଜଗଦଲପୁରର ବସ୍ତର ବ୍ଲକ ଅନ୍ତର୍ଗତ ଜଙ୍ଗଲକୁ ବଂଚାଇ ପାରିଛନ୍ତି । ଯାହା ନଷ୍ଟ ହେବାକୁ ବସିଥିଲା । ଏବେ ଗଛଲତା ଓ ଭରା ଜଙ୍ଗଲରେ ଉକ୍ତ ଅଂଚଳ ହସିଉଠୁଛି ।

ସୁବାଷଙ୍କ ଏହି ପ୍ରୟସାରେ ଉକ୍ତ ଅଂଚଳରେ ଏବେ ଘନ ଜଙ୍ଗଲ ହୋଇଯାଇଛି । ସୁବାଷ ସବୁବେଳେ ନିଜ ପାଖରେ କିଛି ମଞ୍ଜି ଓ କୋଦାଳ ଧରି ଚାଲନ୍ତି । ନଦୀ କୂଳ, ସରକାରୀ ଜମି, ଯେଉଁଠି ବି ଖାଲି ସ୍ଥାନ ଦେଖିଲେ ସେଇଠି ମଞ୍ଜିି ଲଗାଇ ଦିଅନ୍ତି । ଏହା ବ୍ୟତୀତ ଲୋକଙ୍କୁ ସଚେତନ କରିବା ପାଇଁ ସୁବାଷ ଛାତ୍ର, ଶିକ୍ଷକ ଓ ଗାଁ ଲୋକଙ୍କ ମଧ୍ୟରେ ବସି ପରିବେଶ ବିଷୟରେ ଆଲୋଚନା କରନ୍ତି ।