ପାକିସ୍ତାନ ଗସ୍ତରେ ସାଉଦି ଯୁବରାଜଙ୍କୁ ସ୍ୱତନ୍ତ୍ର ଉପହାର, ମିଳିଲା ସୁନାର ପାଣି ଚଢ଼ାଯାଇଥିବା ରାଇଫଲ୍ 

215

ଆତଙ୍କବାଦ ଉପରେ ସାରା ବିଶ୍ୱରୁ ଚାପର ସାମନା କରୁଥିବା ଓ  ଆର୍ଥିକ ରୂପେ ଅଭାବଗ୍ରସ୍ତ ଥିବା ପାକିସ୍ତାନ ସରକାର ସାଉଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ସୁନାର ପାଣି ଚଢ଼ାଯାଇଥିବା ଏକ ରାଇଫଲ ଉପହାର ଦେଇଛି । ଏକ ମିଡିଆ ରିପୋର୍ଟରେ ଏହି ସୁଚନା ଦିଆଯାଇଛି । ମହମ୍ମଦ ବିନ୍ ସଲମାନଙ୍କୁ ଏହି ଉପହାର ଇସଲାମାବାଦକୁ ତାଙ୍କର ପ୍ରଥମ ଅଫିସିଆଲ ଯାତ୍ରା ସମୟରେ ଦିଆଯାଇଛି । ସୂଚନା ମୁତାବକ, ପାକିସ୍ତାନର ସିନେଟର ପ୍ରତିନିଧି ମଣ୍ଡଳ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଯୁବରାଜ ସଲମାନଙ୍କ ସହ ସାକ୍ଷାତ କରିଥିଲେ, ଯେଉଁଠି ସିନେଟ୍ ର ଅଧ୍ୟକ୍ଷ ସାଦିକ୍ ସଂଜରାନୀ ତାଙ୍କୁ ଏକ ପ୍ରତିମା ଓ ସୁନାର ସ୍ତର ଥିବା ଏକ ରାଇଫଲ ଭେଟି ଦେଇଥିଲେ ।

ପ୍ରିିଂସ ସଲମାନ୍ ସାଉଦି ଆରବର ରକ୍ଷା ମନ୍ତ୍ରୀ ମଧ୍ୟ । ଏହା ପୂର୍ବରୁ  ସାଉଦି ଆରବର ରାଜକୁମାର ଫହଦ୍ ବିନ୍ ସୁଲତାନ ବିନ୍ ଅବଦୁଲ ଅଜିଜ୍ ଅଲ ସାଉଦ୍ ପାକ୍ ପ୍ରଧାନମନ୍ତ୍ରୀ ଖାନଙ୍କୁ ସୁନାର କଲାଶନିକୋଭ୍ ଓ ଗୁଳି ଉପହାରରେ ଦେଇଥିଲେ । ଖାନ୍ ଋଷ ରେ ନିର୍ମିତ ଏହି ବନ୍ଧୁକ ପାଇଁ ଧନ୍ୟବାଦ ଦେଇଥିଲେ । ସାଉଦି ର ସଲମାନ୍ ନିକଟରେ ପାକିସ୍ତାନ ଗସ୍ତରେ ଯାଇଥିଲେ, ଯେଉଁ ସମୟରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଯବାନଙ୍କ ସହିଦ୍ ହେବା ପରେ ଭାରତ ଓ ପାକିସ୍ତାନ ଭିତରେ ବିବାଦ ଚାଲିଥିଲା । ଏହି ଆକ୍ରମଣକୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ କରାଇଥିଲା ।