ନୂଆ ବର୍ଷରେ ଆସିବ ନୂଆ ନିୟମ! ଗଲ୍ଫ ଦେଶରେ ଭାଟ ଲାଗିବ, ଭାରତୀୟଙ୍କ ଦୁଃଖ ବଢିବ । ଆଉ ଟ୍ୟାକ୍ସ ଫ୍ରି ହୋଇ ରହିବ ନାହିଁ ଗଲ୍ଫ ଦେଶ

60

ନୂଆ ବର୍ଷରେ ନୂଆ ନିୟମ । ଟ୍ୟାକ୍ସ ଫ୍ରି ଦେଶ ଭାବେ ସାଉଦି ଆରବ, ୟୁନାଇଟେଡ ଆରବ ଏମିରେଟ୍ସ, ବାହାରିନ,କୁଏତ, କତର ଓ ଓମାନ ପୂରା ବିଶ୍ୱରେ ପରିଚିତ । ଅଥାର୍ତ ଏହି ଦେଶରେ ଚାକିରି କରୁଥିବା ବ୍ୟକ୍ତିଙ୍କ ଦରମା ଉପରେ କୌଣସି ଟ୍ୟାକ୍ସ ନିଆଯାଇ ନଥାଏ । ନା କୌଣସି ଦ୍ରବ୍ୟ ଉପରେ ଟ୍ୟାକ୍ସ ଦେବାକୁ ପଡିଥାଏ ନା ଇନକମ ଟ୍ୟାକ୍ସର ଭୟ ରହିଥାଏ । ଏହି ସବୁ ଦେଶ ସମୂର୍ଣ୍ଣ ଭାବେ ଟ୍ୟାକ୍ସ ଫ୍ରି ଦେଶ ଭାବେ ପରିଗଣିତ ହେଉଥିଲା । କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ୨୦୧୮ ଜାନୁଆରୀ ୧ ତାରିଖରୁ ସାଉଦି ଆରବ ଓ ୟୁଏଇ ପ୍ରଥମ ଥର ପାଇଁ ଦେଶରେ ଭାଟ ଲଗାଇବାକୁ ନିଷ୍ପତି ନିଆଯାଇଛି । ଦେଶରେ ଆର୍ଥିକ ଅବସ୍ଥା ଦିନକୁ ଦିନ ମାନ୍ଦା ହେବାରୁ ଏଭଳି ନିଷ୍ପତି ନିଆଯାଇଛି ।

modi-in-saudi-leadଗଲ୍ଫ କୋଅପରେସନ କାଉନସିଲର ସଦସ୍ୟ ଥିବା ଏହି ଦୁଇ ଦେଶ ପ୍ରଥମ ଥର ପାଇଁ ଦେଶରେ ଭାଟ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । କାରଣ ଲଗାତାର ଏହି ଦୁଇ ଦେଶର ଅର୍ଥନୈତିକ ଅବସ୍ଥାରେ ଅବନତି ଦେଖାଯାଉଛି । ଅଶୋଧିତ ତେଲ ପାଇଁ ସମୃଦ୍ଧ ହୋଇଛି ଏହି ଦେଶ । କିନ୍ତୁ ଲଗାତାର କିଛି ବର୍ଷ ଧରି ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଯୋଗୁଁ ସାଉଦି ଆରବ ଓ ୟୁଏଇ ଭଳି ଦେଶର ରାଜସ୍ୱ ଧୀରେ ଧୀରେ କମିବାରେ ଲାଗିଛି । କାରଣ ଏହି ଦୁଇ ଦେଶର ସିଂହଭାଗ ରାଜସ୍ୱ ଅଶୋଧିତ ତୈଳରୁ ହିଁ ମିଳିଥାଏ । ତେଣୁ ଅଶୋଧିତ ତୈଳର ମୂଲ୍ୟହ୍ରାସ ଯୋଗୁଁ ଏହାର ପ୍ରଭାବ ସିଧାସଳଖ ଦେଶର ରାଜସ୍ୱ ଉପରେ ପଡୁଛି ।

ତେଣୁ ଏହି ରାଜସ୍ୱକୁ ଭରଣା କରିବା ପାଇଁ ସରକାର ଭାଟ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ନୂଆବର୍ଷରୁ ଖାଦ୍ୟ ସାମଗ୍ରୀ, କପଡା, ଇଲୋକଟ୍ରନିକ,ଫୋନ, ବିଜୁଳି ଓ ପାଣି ସହିତ ହୋଟେଲ ସେବା ଉପରେ ୫ ପ୍ରତିଶତ ଟ୍ୟାକ୍ସ ଲଗାଇବାକୁ ନିଷ୍ପତି ନେଇଛନ୍ତି ଏହି ଦୁଇ ଗଲ୍ଫ ଦେଶ । ତେବେ କିଛି ଅତ୍ୟାବଶକ ସାମଗ୍ରୀ ଓ ସେବା ଉପରେ ଭାଟ ଲାଗୁ କରାଯିବ ନାହିଁ ବୋଲି ଜଣା ପଡିଛି । ରିୟଲ ଇଷ୍ଟେଟ, ମେଡିକାଲ ସେବା, ବିମାନ ଯାତ୍ରା ଓ ଶିକ୍ଷା ଉପରେ ଭାଟ ଲାଗୁ କରାଯିବନି ବୋଲି ଜଣାପଡିଛି । ଦେଶର ରାଜସ୍ୱକୁ ଭରଣା କରିବା ପାଇଁ ୨୦୧୫ରେ ଗଲ୍ଫ କୋ-ଅପରେସନ କାଉନସିଲର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଓ ବିଭିନ୍ନ ସେବା ଉପରେ ଟ୍ୟାକ୍ସ ଲାଗୁ କରିବାକୁ ନିଷ୍ପତି ନିଆଯାଇଥିଲା । ତେବେ ଏହି ନିଷ୍ପତି ସାଉଦି ଆରବ ଓ ୟୁଏଇ ଲାଗୁ କରିବାକୁ ଯାଉଛନ୍ତି । ଏହାଦ୍ୱାରା ବାକି ରାଷ୍ଟ୍ରଙ୍କ ପାଇଁ ବିଭିନ୍ନ ଦ୍ରବ୍ୟ ଉପରେ ଭାଟ ଲାଗୁ କରିବାକୁ ରାସ୍ତା ଫିଟିଯିବ ।

Riyadhcity-1-webତେବେ ଗଲ୍ଫ ଦେଶରେ ଭାଟ ଲାଗିବା ପରେ ଏହାର ଅଧିକ ପ୍ରଭାବ ଭାରତ ଉପରେ ପଡିବ । ୨୦୧୫ରେ ବିଶ୍ୱବ୍ୟାଙ୍କ ଦେଇଥିବା ରିପୋର୍ଟ ଅନୁଯାୟୀ, ୨୦୧୪ ମସିହାରେ ଭାରତ ବିଦେଶରୁ ପାଖାପାଖି ୭୦ ବିଲିୟନ ଡଲାର ଟଙ୍କା ପ୍ରାପ୍ତ କରିଥିଲା । ତେବେ ଏହି ଧନରାଶିର ସିଂହଭାଗ ଅଥାର୍ତ ୩୭ ବିଲିୟନ ଡଲାର ଟଙ୍କା ଗଲ୍ଫ ଦେଶରୁ ଆସିଥିଲା । କେବଳ ସାଉଦି ଆରବରୁ ପାଖାପାଖି ୧୧ ବିଲିୟନ ଡଲାର ଟଙ୍କା ଭାରତୀୟ ନାଗରିକଙ୍କ ନିକଟରୁ ଆସିଥିଲା । ତେଣୁ ସାଉଦି ଆରବ ଓ ୟୁଏଇ ଭଳି ଦେଶରେ ଭାଟ ଲାଗୁ ହେବା ଦ୍ୱାରା ଏହାର ପ୍ରଭାବ ଭାରତ ଉପରେ ପଡିବ । ଗଲ୍ଫ ଦେଶର ମୋଟ ଜନସଂଖ୍ୟାର ୩୧ ପ୍ରତିଶତ ହେଉଛନ୍ତି ଭାରତୀୟ ନାଗରିକ । କୁଏତର ମୋଟ ଜନସଂଖ୍ୟାର ୨୧.୫ ପ୍ରତିଶତ ଜନତା ଭାରତୀୟ ହୋଇଥିବା ବେଳେ ଓମାନର ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ଲୋକ ହେଉଛନ୍ତି ଭାରତୀୟ ନାଗରିକ । ସେହିଭଳି ସାଉଦି ଆରବରେ ୨୫.୫ ପ୍ରତିଶତ ଓ ୟୁଏଇର ୪୧ ପ୍ରତିଶତ ଭାରତୀୟ ନାଗରିକ ବାସ କରୁଛନ୍ତି । ତେଣୁ ଗଲ୍ଫ ଦେଶର ଏହି ନିୟମ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ନିଶ୍ଚୟ ପ୍ରଭାବ ପକାଇବ ।