ମୋଦିଙ୍କ ପାଇଁ ବିରାଟ ସଫଳତା ! ସୌଭାଗ୍ୟ ଯୋଜନାରେ ୨.୪୫ କୋଟି ଲୋକଙ୍କ ଘରେ ପହଞ୍ଚିପାରିଛି ବିଜୁଳି

113

କନକ ବ୍ୟୁରୋ : ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନକାଳରେ ବିଭିନ୍ନ ଲୋକହିତକର ଯୋଜନାମାନ ଆଣିଛନ୍ତି । ମୋଦିଙ୍କ ସାଢ଼େ ୪ ବର୍ଷ ଶାସନକାଳ ଭିତରେ ଦେଶର ଏକ ନୂଆ ଚିତ୍ର ସୃ୍ଷ୍ଟି କରିବା ପାଇଁ ମୋଦି ସବୁବେଳେ ଚେଷ୍ଟାରତ ।  ସେହି ଯୋଜନା ମଧ୍ୟରୁ ଗୋଟିଏ ହେଲା ସୌଭାଗ୍ୟ ଯୋଜନା । ଦେଶର ସମସ୍ତ ଗାଁ ୨୪ ଘଂଟିଆ ବିଜୁଳି ମୋଦି ଆରମ୍ଭ କରିଥିଲେ ସୌଭାଗ୍ୟ ଯୋଜନା । ସୌଭାଗ୍ୟ ଯୋଜନା ଅନୁସାରେ ଗରିବଙ୍କୁ ୫ ଟି ଏଲଇଡ଼ି ବଲବ,ଗୋଟିଏ ପଙ୍ଖା ଓ ଗୋଟିଏ ବ୍ୟାଟେରୀ ଦେବାର ମଧ୍ୟ ଯୋଜନା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର ଘର ଯୋଜନା ‘ସୌଭାଗ୍ୟ’ ଦ୍ୱାରା ଦେଶର ସବୁ ପରିବାରକୁ କିପରି ବିଜୁଳି ସଂଯୋଗ ହୋଇପାରିବ ତାହା ଥିଲା ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା । ୨୦୧୭ ସେପ୍ଟେମ୍ବର ୨୫ରେ ଏହି ଯୋଜନାକୁ ଆରମ୍ଭ କରାଯାଇଥିଲା । ୨୦୧୯ ମାର୍ଚ ୩୧ ତାରିଖ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ କରାଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ମୋଦିଙ୍କ ଏହି ଯୋଜନା କେତେ ସଫଳ ହୋଇପାରିଛି ।

‘ସୌଭାଗ୍ୟ’ ଯୋଜନାର ଲକ୍ଷ୍ୟ ଥିଲା କି ଦେଶର ପ୍ରାୟ ୨.୫ କୋଟି ଘରେ ବିଜୁଳି ସଂଯୋଗ କରାଯିବ । ସେଥିମଧ୍ୟରୁ ବର୍ତମାନ କେବଳ ୨୮୫୯୪ଟି ଘର ବାକି ରହି ଯାଇଛି । ମୋଦି ସରକାରଙ୍କ ପାଇଁ ଏହା ଏକ ବଡ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରାୟ ୨.୪୫ କୋଟି ଘର ଆଲୋକିତ ହୋଇଛି । ଆଗାମୀ ୧୦ରୁ ୧୨ ଦିନ ମଧ୍ୟରେ ଅନ୍ୟ ଘର ସବୁ ଆଲୋକିତ ହୋଇ । ସୌଭାଗ୍ୟ ଯୋଜନାର ୱେବସାଇଟ ତଥ୍ୟ ଅନୁସାରେ, ବର୍ତମାନ ମାତ୍ର ୨୮,୫୯୪ ଘର ଅର୍ଥ ୦.୦୧ ପ୍ରତିଶତ ଘରେ ବିଜୁଳି ପହଁଚି ପାରିନାହିଁ । ଚଳିତ ମାସ ଶେଷ ସୁଦ୍ଧା ସବୁ ଘରେ ବଦ୍ୟୁତିକରଣ ହୋଇଯିବ । ସରକାରୀ ତଥ୍ୟ ଅନୁ ସାରେ ରାଜସ୍ଥାନର ଉଦୟପୁର ଜିଲ୍ଲାରେ କେବଳ ୮,୪୬୦ ଟି ଘରକୁ ବିଦ୍ୟୁତ ପହଁଚିନାହିଁ । ସେହିପରି ଛତିଶଗଡର ବିଜାପୁର, ନାରାୟଣପୁର, ଦାନ୍ତେୱାଡା ଏବଂ ସୁକମାରେ ପ୍ରାୟ ୨୦,୧୩୪ ଲୋକଙ୍କ ଘରେ ବିଜୁଳି ପହଁଚାଇବା ବାକି ରହିଛି ।