ସତ୍ୟଜିତ୍ ଗାଇଲେ ପ୍ରଥମ ବଲିଉଡ୍ ଗୀତ !

107

୧୨ବର୍ଷର କଣ୍ଠଶିଳ୍ପୀ ସତ୍ୟଜିତ୍ ଜେନା । ‘ସାରେଗାମାପା- ଲିଟିଲ୍ ଚାମ୍ପ’ରେ ଭାଗନେଇ ପାଇଥିଲେ ଅପୂର୍ବ ସଫଳତା । ଜୀ ଟିଭିରେ ସତ୍ୟଜିତଙ୍କ ଗାଇବା ଷ୍ଟାଇଲରେ ପ୍ରଭାବିତ ହୋଇଥିଲେ ବଲିଉଡ୍ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ସଙ୍ଗୀତଜ୍ଞ ଶଙ୍କର ମହାଦେବନ । ଆଉ ତାଙ୍କର ନିର୍ଦ୍ଦେଶନାରେ ଏକ ଚଳଚିତ୍ରରେ ଗୀତ ଗାଇବାକୁ ମୁମ୍ବାଇ ଷ୍ଟୁଡିଓକୁ ଡକାଇଥିଲେ । ଜି ଟିଭି କର୍ତ୍ତୃପକ୍ଷଙ୍କ ଠାରୁ ଏହି ଖବର ପାଇ ସତ୍ୟଜିତଙ୍କ ବାପା ଖୁବ୍ ଖୁସି ହୋଇଯାଇଥିଲେ ।

ଗତ ୧୧ ତାରିଖ ମଙ୍ଗଳବାର ବାପାଙ୍କ ସହ ସତ୍ୟଜିତ୍ ଶଙ୍କର ମହାଦେବନଙ୍କ ମୁମ୍ବାଇ ଷ୍ଟୁଡିଓରେ ଯାଇ ପହଁଚିଥିଲେ । ସେଠାରେ ସତ୍ୟଜିତ୍ ଗାଇବାକୁ ଥିବା ଗୀତର ରଚନା କରିଥିଲେ ବଲିଉଡ୍ ଜଗତର କିମ୍ବଦନ୍ତୀ ଗୀତିକାର ଗୁଲଜାର୍ । ଚଳଚ୍ଚିତ୍ରଟିର ନାମ ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ ପାଇନାହିଁ । ହେଲେ ଆଗାମୀ ୬/୭ ମାସ ମଧ୍ୟରେ ଚଳଚ୍ଚିତ୍ରଟି ରିଲିଜ୍ ହେବ ବୋଲି କୁହାଯାଇଛି । ଗୁରୁବାର ସେ ଘରକୁ ଫେରିବା ପରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ତାଙ୍କ ପ୍ରବେଶକୁ ନେଇ ବେଶ୍ ଖୁସି ବୋଲି କହିଛନ୍ତି ସତ୍ୟଜିତ୍ ।

ଦେଖନ୍ତୁ ଏହି ଭିଡ଼ିଓ –