ସମୁଦ୍ର ଗର୍ଭରେ ଲୀନ ହେଉଛି ସାତଭାୟା ! ଥଇଥାନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଚିନ୍ତାରେ ୧୦୦ରୁ ଅଧିକ ପରିବାର ।

202

କନକ ବ୍ୟୁରୋ : ସମୁଦ୍ର ଗର୍ଭରେ ଲୀନ ହେଉଛି ସାତଭାୟା  । ୭ଟି ଗାଁ ମଧ୍ୟରୁ ୪ଟି ଗାଁ ଏବେ ସମୁଦ୍ର ଗର୍ଚ୍ଛରେ । ଏହି ଗ୍ରାମବାସୀଙ୍କ ଥଇଥାନ ପାଇଁ ସରକାର ୧୯୭୧ରେ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏବେ ପ୍ରାୟ ୮୦ପ୍ରତିଶତ ଲୋକ ବଗପଟିଆରେ ସ୍ଥାୟୀ ବାସିନ୍ଦା ଭାବେ ବସବାସ କରୁଛନ୍ତି  । କିନ୍ତୁ ଜାଗା ବଂଟନରେ ଅନିୟମିତତା ହୋଇଥିବା ଯୋଗୁଁ ଥଇଥାନରୁ ବଂଚିତ ହୋଇଯାଇଛନ୍ତି ୧୦୦ଟି ପରିବାର ।

ସମୁଦ୍ର ଭିତରେ ଗାଁ । ଗାଁ ମଝିରେ ସମୁଦ୍ର । କେନ୍ଦ୍ରାପଡା ସାତଭାୟାକୁ ମାଡିଆସିଛି ସମୁଦ୍ର । ଫଳରେ ସେଠାରୁ ଲୋକଙ୍କୁ ବଗପଟିଆକୁ  ଥଇଥାନ କରାଯାଉଛି । କିନ୍ତୁ ସେଠାରେ ଜାଗା ବଂଟନ ବେଳେ ଅନିୟମିତତା ହୋଇଥିବା ଯୋଗୁଁ ଥଇଥାନ କାର୍ଯ୍ୟକ୍ରମରୁ ୧୦୦ଟି ପରିବାର ବାଦ୍ ପଡିଥିବା ଅଭିଯୋଗ ହୋଇଛି । ଗାଁର ଅଧିକାଂଶ ପରିବାର ବଗପାଟିଆ ଚାଲିଯାଇଥିବା ବେଳେ ସମସ୍ତ ସରକାରୀ ସଂସ୍ଥା ଗୁଡିକ ବି ସ୍ଥାନାନ୍ତରିତ ହୋଇଯାଇଛି । ଫଳରେ ସାତଭାୟାରେ ରହୁଥିବା ପରିବାରର ପିଲାମାନଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇଥିବା ବେଳେ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସାତଭାୟା ପଂଚାୟତର ୭ଟି ଗାଁ ମଧ୍ୟରୁ ୪ଟି ଗାଁ ଏବେ ସମୁଦ୍ର ଗର୍ଭରେ ଲୀନ । ଏହି ଗ୍ରାମବାସୀଙ୍କ ଥଇଥାନ ପାଇଁ ସରକାର ୧୯୭୧ରେ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏବେ ପ୍ରାୟ ୮୦ପ୍ରତିଶତ ଲୋକ ବଗପଟିଆରେ ସ୍ଥାୟୀ ବାସିନ୍ଦା ଭାବେ ବସବାସ କରୁଛନ୍ତି । କିନ୍ତୁ ଥଇଥାନରୁ ବଂଚିତ ହୋଇଥିବା ପରିବାର ଏବେ ମୌଳିକ ସୁବିଧା ପାଇବାରୁ ମଧ୍ୟ ବଂଚିତ ହୋଇଛନ୍ତି । ତେବେ ଥଇଥାନରୁ ବଂଚିତ ପରିବାରକୁ ଖୁବ ଶୀଘ୍ର ଥଇଥାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଦିନକୁ ଦିନ ସମୁଦ୍ର ଗାଁ ମୁହାଁ ହେଉଥିବା ଯୋଗୁଁ ଗାଁଲୋକେ ଭୟଭୀତ ଥିବାବେଳେ  ବାଦ୍ ପଡିଥିବା ପରିବାରକୁ ଶୀଘ୍ର ଥଇଥାନ କରିବା ପାଇଁ ଦାବି ହେଉଛି ।