ଅବହେଳିତ ଅବସ୍ଥାରେ ବକୁଳ ବନ ! ଖୁବଶୀଘ୍ର ହେବ ପୁନରୁଦ୍ଧାର, ତତ୍ପରତା ପ୍ରକାଶ କଲେ ରାଜ୍ୟ ସରକାର

42

କନକ ବ୍ୟୁରୋ : ସତ୍ୟବାଦୀ ବକୁଳବନର ଅବହେଳାର ଚିତ୍ର କଥା ମାନିଲେ ରାଜ୍ୟସରକାର । ଏନେଇ ଏବେ ତତ୍ପର ପ୍ରକାଶ କରିଛନ୍ତି ସରକାର । ଏବଂ ଖୁବଶୀଘ୍ର ପୁନରୁଦ୍ଧାର କରାଯିବ । ପଂଚସଖା ବକୁଳବନର ସୁରକ୍ଷା ସହିତ ସ୍ଥିତି ଅନୁଧାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ସରକାର । ୧୫ ଦିନ ଭିତରେ କମିଟି ଏ ଦିଗରେ ଅନୁଧ୍ୟାନ କରି ରିପୋର୍ଟ ଦେବେ ।

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ୍ କମିଟି ଗଠନ କରାଯାଇଛି । କମିଟିରେ ପୁରୀ ଜିଲ୍ଲାପାଳ, ସଂସ୍କତି ମନ୍ତ୍ରୀ, ଲୋକସେବକ ମଣ୍ଡଳର ଅଧିକାରୀ, ସ୍ଥାନୀୟ ପ୍ରଶାସକ, ବିଭାଗୀୟ ସଚିବ ଓ ସ୍ଥାନୀୟ ବିଧାୟକ ରହିବେ । ଆଉ ବକୁଳବନର ବିକାଶର ନକ୍ସା ପ୍ରସ୍ତୁତ କରାଯିବ । ଯାହାକୁ ଭାରତ ବର୍ଷର ଏକ ଆକର୍ଷଣୀୟ ସ୍ଥାନ ଭାବେ ଚିହ୍ନଟ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା । ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକରେ ସଂସ୍କତି ମନ୍ତ୍ରୀ ଅଶୋକ ପଣ୍ଡା, ବିଭାଗୀୟ ସଚିବ ଓ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ ।