୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଲାଗିଲା ସଟ୍ଟା ବା ଜୁଆଖେଳ ! ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ପାଇଁ ବେଟିଂ ।

35

ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଆରମ୍ଭ ହୋଇଛି ସଟ୍ଟା ବା ଜୁଆ ଖେଳ । ଆଉ ନିର୍ଦ୍ଦିଷ୍ଟ ରାଜ୍ୟରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳଗୁଡ଼ିକ ଉପରେ ଲଗାଯାଉଛି ବାଜି ।ମଧ୍ୟପ୍ରଦେଶରେ ବିଜେପି ପାଇଁ ୧୦ ହଜାର ଲଗାଇଲେ ମିଳିବ ୧୧ ହଜାର କିନ୍ତୁ କଂଗ୍ରେସ ପାଇଁ ୪ ହଜାର ୪ଶହ ଲଗାଇଲେ ମିଳିବ ୧୦ ହଜାର  ।  ଏମପିରେ ବିଜେପି କ୍ଷମତା ବଜାୟ ରଖିବ ବୋଲି ବୁକିଙ୍କ ମତ । ସେଥିପାଇଁ କଂଗ୍ରେସରେ ପଇସା ଲଗାଇଲେ ମିଳିବ ଅଧିକ ରିଟର୍ଣ୍ଣ ଅର୍ଥାତ କଂଗ୍ରେସ କ୍ଷମତାକୁ ଫେରିଲେ ଟଙ୍କା ମିଳିବ ନହେଲେ ଯିବ । ବୁକିକୁ ଫୋନ୍ କରି ଲଗାଯାଉଛି କୋଟି କୋଟି ଟଙ୍କାର ବେଟ୍ମୋବାଇଲ ଫୋନ୍ ଆପ୍ ଓ ଅନଲାଇନରେ ବି ଚାଲିଛି ସଟ୍ଟାବାଜି । ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଜେପିର ବିଜୟ ପାଇଁ ଲାଗୁଛି ଟଙ୍କା କିନ୍ତୁ ରାଜସ୍ଥାନରେ କଂଗ୍ରେସ ସପକ୍ଷରେ ଲାଗୁଛି ଅଧିକ ଟଙ୍କା ।

 

ଆଗକୁ ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଉ ଏହି ନିର୍ବାଚନକୁ ନେଇ ସରଗରମ ହୋଇଯାଇଛି ସଟ୍ଟା ବଜାର । ବିଶେଷ କରି ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ କିଏ ଜିତିବ ତାକୁ ନେଇ ଚାଲିଛି ବେଟିଂ । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶରେ ଲୋକଙ୍କ ପ୍ରଥମ ପସନ୍ଦ ବିଜେପି । ସେଥିପାଇଁ ବିଜେପିର ବିଜୟ ଲାଗି ବେଟିଂରେ ୧୦ ହଜାର ଟଙ୍କା ଲଗାଇଲେ ମିଳିବ ୧୧ ହଜାର ଟଙ୍କା । ହେଲେ କଂଗ୍ରେସ ପାଇଁ ଟଙ୍କା ଲଗାଇବା ରିସ୍କି । ସେଥିପାଇଁ କଂଗ୍ରେସ ଜିତିବା ପାଇଁ ୪ ହଜାର ୪ଶହ ଟଙ୍କା ଲଗାଇଲେ ମିଳିବ ୧୦ ହଜାର ଟଙ୍କା । ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଫେରିଲେ କଂଗ୍ରେସ ସପକ୍ଷରେ ଟଙ୍କା ଲଗାଇଥିବା ବ୍ୟକ୍ତିଙ୍କୁ ୪ ହଜାର ୪ଶହ ଟଙ୍କା ପାଇଁ ବୁକି ଦେବେ ୧୦ ହଜାର ଟଙ୍କା । ହେଲେ ବୁକିଙ୍କ ମତରେ ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଫେରିବ । ସେହିପରି ଛତିଶଗଡରେ ବିଜେପି ଓ ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଆସିବେ । ମିଳିଥିବା ସୂଚନା ଅନୁସାରେ ବୁକିକୁ ଫୋନ୍ କରି କୋଟି କୋଟି ଟଙ୍କାର ବେଟିଂ ଲଗାଯାଉଛି ।

ଏପରିକି ଅନଲାଇନ ଓ ମୋବାଇଲ ଆପ୍ ଜରିଆରେ ମଧ୍ୟ ଟଙ୍କା ଲଗାଇ ହେବ । ତେବେ ସଟ୍ଟା ବଜାର ଉପରେ ପୋଲିସ ଓ ସୁରକ୍ଷା ଏଜେନ୍ସିଙ୍କ ସତର୍କ ନଜର ରହିଛି । ନିର୍ବାଚନ ସମୟରେ ବେଟିଂ କାରବାର ଉପରେ ଅଙ୍କୁଶ ଲଗାଇବାକୁ ସବୁପ୍ରକାର ପଦକ୍ଷେପ ନିଆଯାଉଛି । ବୁକିମାନଙ୍କ ଉପରେ ଗୁଇନ୍ଦା ସଂସ୍ଥାର ନଜର ରହିଛି । କିନ୍ତୁ ଅନଲାଇନରେ ଲାଗୁଥିବା ଟଙ୍କା ଉପରେ କଟକଣା ଲଗାଇବା ମୁସ୍କିଲ ହେଉଥିବା ଜଣାପଡିଛି । ଘରେ ବସି କିମ୍ବା କାରରେ ଗଲାବେଳେ ଅନଲାଇନରେ କିମ୍ବା ମୋବାଇଲ ଆପରେ ଟଙ୍କା ଲାଗୁଛି । ଯାହାକୁ ନିୟନ୍ତ୍ର କରିବା ସୁରକ୍ଷା ଏଜେନ୍ସିଙ୍କ ପାଇଁ ସମ୍ଭବ ହେଉନାହିଁ ।