ସୋନାକ୍ଷୀଙ୍କ ପାଇଁ ସିଗାରେଟ୍ ଛାଡିଲେ ଶତ୍ରୁଘ୍ନ !

23

ବଲିଉଡ୍ ଷ୍ଟାର ତଥା ବରିଷ୍ଠ ବିଜେପି ନେତା ଶତ୍ରୁଘ୍ନ ସିହ୍ନା ତାଙ୍କ ସିଗାରେଟ୍ ଛାଡିବା ପଛର ରହସ୍ୟ ଖୋଲିଛନ୍ତି । ସେ ବହୁ ସଂଖ୍ୟାରେ ସିଗାରେଟ୍ ପିଉଥିଲେ, କିନ୍ତୁ ତାଙ୍କ ଝିଅ ସୋନାକ୍ଷୀଙ୍କ ପାଇଁ ଆଜି ସେ ସିଗାରେଟକୁ ଦୂରେଇ ପାରିଛନ୍ତି ବୋଲି କହିଛନ୍ତି ଶତ୍ରୁଘ୍ନ । ଏବେ ସେ ଆଂଟି ଟବାକୋ କ୍ୟାମ୍ପେନରେ ସକ୍ରିୟ ଥିବା କହିଛନ୍ତି । ଆଜି ଭୁବନେଶ୍ୱରରେ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଶ୍ରୀ-ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ନିଜର ଏହି ରହସ୍ୟ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା ।