ସାତକୋଶିଆରେ ମହାବଳ ବିରୋଧରେ ମେଳି : ଗର୍ଜିଲେ ସ୍ଥାନୀୟ ବନବାସୀ, ବନବିଭାଗକୁ ଚେତାବନୀ

50

କନକ ବ୍ୟୁରୋ : ସାତକୋଶିଆରେ ବନବିଭାଗ ମହାବଳ ଛାଡିବା ବିରୋଧରେ ମେଳି ବାନ୍ଧିଛନ୍ତି ସ୍ଥାନୀୟ ବନବାସୀ । ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତିର ଆହ୍ୱାନ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ସାତକୋଶିଆ ଡିଏଫଓଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ବନ ବିଭାଗକୁ ଚେତାବନୀ ଦେଇ କହିଛନ୍ତି ମହାବଳକୁ ତାର ଜାଲି ମଧ୍ୟରେ ରଖ । ଲୋକମାନଙ୍କୁ ସୁରକ୍ଷା ଦିଅ । ନଚେତ୍ ମହାବଳକୁ ଗୁଳି କରି ମାରିଦେବେ ବୋଲି ସିଧାସିଧା ଶୁଣାଇଛନ୍ତି । ବିକ୍ଷୋଭକାରୀମାନେ କହିଛନ୍ତି କୁମ୍ଭୀର ପ୍ରକଳ୍ପ କରି ମତ୍ସ୍ୟଜୀବିଙ୍କ ପେଟକୁ ମାରିଥିଲେ । ହସ୍ତୀ ପ୍ରକଳ୍ପ ଯୋଗୁଁ ଚାଷୀଙ୍କ ଫସଲ ଉଜୁଡି ଯାଇଛି । ଏବେ ମହାବଳ ଛାଡିବାରୁ ପଶୁପାଳନ କରି ସାତକୋଶିଆରେ ଗୁଜୁରାଣ ମେଂଟାଉଥିବା ସେ ବାଟ ବି ବନ୍ଦ୍ ହେବାକୁ ବସିଛି । ତେଣୁ ଏହାକୁ ନେଇ ଗର୍ଜିଛନ୍ତି ହଜାର ହଜାର ପ୍ରଜା । ବନ ବିଭାଗ ବିରୋଧରେ ହଜାର ହଜାର ଲୋକଙ୍କ ଏପରି କ୍ରୋଧ ମଧ୍ୟପ୍ରଦେଶରୁ ଆସିଥିବା ବାଘବାଘୁଣୀଙ୍କ ଭବିଷ୍ୟତକୁ ବିପଦ ମୁହଁକୁ ଠେଲି ଦେଇଛି । ତେଣୁ ପ୍ରୋଜେକ୍ଟ ମହାବଳର ଭବିଷ୍ୟତ ହେବ କଣ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

ମିଳନ ପାଇଁ ବ୍ୟାକୁଳ ନନ୍ଦନକାନନର ସାଧାରଣ ରଙ୍ଗ ବାଘୁଣୀ ମେଘା ଓ ଧଳା ରଙ୍ଗର ମହାବଳ ସାହିଲ୍ । ମିଳନ ପାଇଁ ଉଭୟ ବ୍ୟାକୁଳ ହେଉଛନ୍ତି । ହେଲେ ଉଭୟଙ୍କ ମଧ୍ୟରେ ବାଧକ ସାଜିଛି ତାର ଜାଲି । ତାରଜାଲିର ଗୋଟିଏ ପଟେ ମେଘା ଓ ଆରପଟେ ସାହିଲ୍ । କୁଦା ମାରି ତାର ଜାଲି ଡେଇଁ ପଡିବାକୁ ଉଦ୍ୟମ କରୁଛି ମେଘା । ପାଣିରେ ଲମ୍ଫ ମାରି ସାହିଲ ପାଖକୁ ଚାଲିଯିବାକୁ ଚେଷ୍ଟା କରିଛି । ନଖର ତାରଜାଲିକୁ ତାଡିଦେବାକୁ ଚେଷ୍ଟା ବି କରିଛି ମେଘା । ହେଲେ ସବୁଥିରେ ବିଫଳ ହୋଇଛି । ସବୁଠି ବାଧକ ସାଜିଛି ଶକ୍ତ ତାର ଜାଲି । ସେହିପରି ସାହିଲ ମଧ୍ୟ ଖୁଆଡ ମଧ୍ୟରେ ଥିବା ପାଣିରେ ପହଁରି ନିକଟତର ହେବାକୁ ଜୋରଦାର ଉଦ୍ୟମ କରିଛି । ଆଉ ଜାଲିର ଉଭୟ ପାଶ୍ୱର୍ରେ ପରସ୍ପରକୁ ଦେଖିବା ଓ ମୁହଁରେ ମୁହଁ ଘଷି ପ୍ରେମର ଆଦାନପ୍ରଦାନ କରୁଛନ୍ତି । ୧୦ ବର୍ଷ ବୟସର ବାଘୁଣୀ ମେଘା ରହୁଛି ନନ୍ଦନକାନନର ୩୨ ‘କ’ ଖୁଆଡରେ । ପାଖକୁ ଲାଗି ୩୨ ‘ଖ’ ଖୁଆଡରେ ରହୁଛି ଦୁଇ ବର୍ଷ ବୟସର ସାହିଲ । ଉଭୟ ପାଖାପାଖି ରହୁଥିବାରୁ ଦୁହିଁଙ୍କ ମଧ୍ୟରେ ବଢ଼ିଯାଇଛି ପ୍ରେମ ସମ୍ପର୍କ । ନନ୍ଦନକାନନରେ ଉଭୟଙ୍କ ମଧ୍ୟରେ ଏହି ପ୍ରେମ କାହାଣୀ ପର୍ଯ୍ୟଟକ ଓ କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ମନୋରଞ୍ଜନର ଖୋରାକ ଯୋଗାଇଛି ।