ମୁଁହ ଲୁଚାଇଲେ ସତୀଶ! ବିବାଦୀୟ ସାହେବଙ୍କ ବିତର୍କିତ ବ୍ୟବହାର

43

କନକ ବ୍ୟୁରୋ : ବିବାଦୀୟ କାମ କରି ଚର୍ଚ୍ଚିତ ଥିବା ପୁଲିସ୍ ଅଧିକାରୀ , କ୍ୟାମେରାକୁ ଆଡେଇଯିବା ପାଇଁ ମୁହଁ ଲୁଚାଇଲେ । ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ତାଙ୍କ ଭିଜୁଆଲ୍ ନେବାକୁ ଯେତେ ଉଦ୍ୟମ କରୁଥାଏ, ସେତିକି ତିବ୍ର ବେଗରେ ସିଡି ଚଢୁଥାନ୍ତି ଏହି ବିବାଦୀୟ ପୁଲିସ୍ ଅଧିକାରୀ । ଏହା ହେଉଛି କେନ୍ଦ୍ରାଂଚଳ ଆରଡିସିଙ୍କ କାର୍ଯ୍ୟାଳୟର ଦୃଶ୍ୟ। ଏହି ବରିଷ୍ଠ ପୁଲିସ୍ ଅଧିକାରୀ ଜଣକ ହେଲେ କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେ ।

ନମତାରା ଗୁଳିକାଣ୍ଡ ମାମଲାରେ ଆରଡିସିଙ୍କ ନିକଟରେ ହାଜର ହୋଇଥିଲେ ଗଜଭିୟେ । ତାଙ୍କ ସହ ତାଙ୍କ ପିଏସଓ ଓ ଡ୍ରାଇଭରଙ୍କୁ ମଧ୍ୟ ଜେରା ହୋଇଛି । ଏହି ଘଟଣାରେ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ସମେତ ମୋଟ ୧୬ ଜଣ ଆରଡିସିଙ୍କ ନିକଟରେ ହାଜର ହୋଇଥିଲେ ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ନମତରାରେ ବିଦେଶୀ ମଦ ଦୋକାନ ଭଙ୍ଗାକୁ ନେଇ ୨୦୧୫ ମାର୍ଚ୍ଚ ୮ତାରିଖରେ ଲଙ୍କାକାଣ୍ଡ ଘଟିଥିଲା । ଏହି ସମୟରେ ପୁଲିସ୍ ଗୁଳିଚାଳନା କରିଥିଲା ଏବଂ ୯ ଜଣ ଲୋକ ଏଥିରେ ଆହତ ହୋଇଥିଲେ । ଗୁଳି ଚଳାଇଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମାନବାଧିକାର କମିଶନ ନିର୍ଦେଶ ଦେଇଥିଲେ । ଏହି ଘଟଣାର ତଦନ୍ତ ଭାର ପୁଲିସ ପରେ କେନ୍ଦ୍ରାଂଚଳ ଆରଡିସିଙ୍କୁ ହସ୍ତାନ୍ତର କରାଯାଇଥିଲା ।