ତାମିଲନାଡୁର ସତ୍ୟଶ୍ରୀ ବନିଲେ ଦେଶର ପ୍ରଥମ କିନ୍ନର ଆଇନଜୀବୀ : ମାଡ୍ରାସ୍ ବାର୍ କାଉନସିଲରେ ପଞ୍ଜିକୃତ କଲେ ନିଜ ନାମ

33

ଦେଶର ସର୍ବପ୍ରଥମ କିନ୍ନର ଆଇନଜୀବୀ ଭାବେ ସତ୍ୟଶ୍ରୀ ଶର୍ମିଲା ଆଜି ତାଙ୍କ ନାମକୁ ମାଡ୍ରାସ୍ ବାର୍ କାଉନସିଲରେ ପଞ୍ଜିକୃତ କରିଛନ୍ତି। ଜଣେ କିନ୍ନର ଭାବେ ଏହି ସଫଳତା ହାସଲ କରିବା ଓ କିନ୍ନର ସଂପ୍ରଦାୟରୁ ସେ ସର୍ବପ୍ରଥମ ଆଇନଜୀବୀ ଥିବା ଜାଣିବାକୁ ମିଳିଛି।

ଏହି ସଫଳତା ପାଇବା ପରେ ସତ୍ୟଶ୍ରୀ ଶର୍ମିଲା ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଦେଶର ସର୍ବପ୍ରଥମ କିନ୍ନର ଆଇନଜୀବୀ ଭାବେ ଆଜି ମୁଁ ମୋର ନାମ ତାମିଲନାଡ଼ୁ ଓ ପୁଡ଼ୁଚେରି ବାର୍ କାଉନସିଲରେ ପଞ୍ଜିକୃତ କରାଇଛି। ଏହି ସଫଳତା ହାସଲ କରିବା ପାଇଁ ମୋତେ ଜୀବନରେ ବହୁ ସଂଗ୍ରାମ କରିବାକୁ ପଡ଼ିଛି। ମୁଁ ଚାହୁଁଛି ମୋ ସଂପ୍ରଦାୟର ଲୋକମାନେ ଜୀବନରେ ଉନ୍ନତି କରନ୍ତୁ ଓ ଆଗକୁ ବଢ଼ନ୍ତୁ । ମୁଁ ମୋ ସଂପ୍ରଦାୟ ଲୋକମାନଙ୍କର ଉତଥାନ ନିମନ୍ତେ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଶର୍ମିଲା। ତାମିଲନାଡ଼ୁର ରାମନାଥପୁରମ୍ ଜିଲ୍ଲାରେ ଜନ୍ମିତ ୩୬ ବର୍ଷ ବୟସ୍କା ସତ୍ୟଶ୍ରୀ ଶର୍ମିଲା ସ୍ନାତକ ପାସ୍ କରିବା ପରେ ତାମିଲନାଡ଼ୁର ସରକାରୀ ଆଇନ୍ ମହାବିଦ୍ୟାଳୟରୁ ଆଇନ୍ ଶାସ୍ତ୍ରରେ ଡିଗ୍ରି ହାସଲ କରିଛନ୍ତି।