ଭାରତୀୟ ସାଟେଲାଇଟ ଜି-ସ୍ୟାଟ ୧୭ର ସଫଳ ପରୀକ୍ଷଣ : ଫ୍ରେଂଚଗୁଏନାରୁ ଏରିୟନ-୫ ରକେଟ ଦ୍ୱାରା ମହାକାଶକୁ ଗଲା ଉପଗ୍ରହ

14

କନକ ବ୍ୟୁରୋ : ସାଟେଲାଇଟ୍ ଜି-ସ୍ୟାଟ୧୭ର ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ସମୟ ୨ଟା ୨୯ ମିନିଟରେ ଏହାକୁ ପରୀକ୍ଷଣ କରାଯାଇଛି । ଫ୍ରେଂଚଗୁଏନା କେସରରୁ ଏରିୟନ-୫ ରକେଟ ଦ୍ୱାରା ଏହାକୁ ଉତକ୍ଷେପଣ କରାଯାଇଛି ।

ଏହାର ଓଜନ ୩ ହଜାର ୪୭୭ କିଲୋଗ୍ରାମ ରହିଛି । ଏହାଦ୍ୱାରା ଦୂରସଂଚାର କ୍ଷେତ୍ରରେ ଅଧିକ ପାରଦର୍ଶିତା ଆସିବ । ଯୋଗାଯୋଗ ଓ ପାଣିପାଗ ସମ୍ବନ୍ଧୀୟ ସୂଚନା ସହଜରେ ମଧ୍ୟ ମିଳିପାରିବ ।