ବଢିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧି ! ସବୁ ସରକାରୀ ମେଡିକାଲ କଲେଜରେ ମାଗଣାରେ ମିଳିବ ଚିକିତ୍ସା ସୁବିଧା।

ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଉଭୟ ବିପିଏଲ ଏବଂ ଏପିଏଲ ଶ୍ରେଣୀର ଲୋକ ଏଥିରୁ ଉପକୃତ ହେବେ । ୧ ଫେବୃୟାରୀ ୨୦୧୯ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ।

526

କନକ ବ୍ୟୁରୋ: ପୁଣି ବଢ଼ିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧି । ଏଣିକି ସମସ୍ତ ସରକାରୀ ମେଡିକାଲ କଲେଜରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ । ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଉଭୟ ବିପିଏଲ ଏବଂ ଏପିଏଲ ଶ୍ରେଣୀର ଲୋକ ଏଥିରୁ ଉପକୃତ ହେବେ । ୧ ଫେବୃୟାରୀ ୨୦୧୯ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ସେହିଭଳି ବ୍ଲଡ ବ୍ୟାଙ୍କ ଗୁଡିକରେ ମଧ୍ୟ ବିନା କୈାଣସି ମୂଲ୍ୟରେ ସୁବିଧା ପାଇ ପାରିବେ ଉଭୟ ଏପିଏଲ ଓ ବିପିଏଲ ଶ୍ରେଣୀର ଲୋକ ।

ପୂର୍ବରୁ ସମସ୍ତଙ୍କ ପାଇଁ ମାଗଣା ଚିକିତ୍ସା ସେବା ଗ୍ରାମାଂଚଳରେ ସବ ସେଂଟରରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଉପଲବ୍ଧ ଥିଲା । ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ୧୦୦ କୋଟିର ବୋଝ ପଡିବ । ଅଗଷ୍ଟ ୧୫, ୨୦୧୮ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି । ଯୋଜନା ଅରମ୍ଭର ୫ ମାସ ମଧ୍ୟରେ ୨.୨୫ କୋଟି ଥର ସ୍ୱାସ୍ଥ୍ୟସେବା ସୁବିଧାର ଫାଇଦା ଉଠାଇଛନ୍ତି ଲୋକେ ।

ସେହିଭଳି ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲରୁ ଆରମ୍ଭ କରି ସରକାରୀ ହସ୍ପିଟାଲ ପର୍ଯ୍ୟନ୍ତ ୭୦ ଲକ୍ଷ ପରିବାର ଯୋଜନା ଫଳରେ ଉପକୃତ ହେଉଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା ଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହାକୁ ୭ ଲକ୍ଷ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ଏହି ନିଷ୍ପତ୍ତି ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଷ୍ଟୋନ ହାସଲ କରାଯାଇ ପାରିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।