ଭାଇରାଲ ହେଲା ସାତକୋଶିଆର ଭିତିରି ଭିଡିଓ! ରାତିରେ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ବୋଲେରୋରେ ଘୂରି ବୁଲୁଥିଲେ ପର୍ଯ୍ୟଟକ

45

କନକ ବ୍ୟୁରୋ : ଭାଇରାଲ ହେଲା ସାତକୋଶିଆର ଭିତିରି ଭିଡିଓ । ଅଭୟାରଣ୍ୟର ନିଷିଦ୍ଧ ଅଂଚଳର ଦୃଶ୍ୟ । ଯେଉଁଠି କାହାକୁ ଯିବାକୁ ଅନୁମତି ନଥାଏ, ସେହି ଅଂଚଳର ଦୃଶ୍ୟ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ପ୍ରଶ୍ନ ଉଠୁଛି ନିଷଦ୍ଧ ଅଂଚଳର ଭିଡିଓ କିଭଳି ଭାଇରାଲ୍ ହେଲା । କିଏ ଏହାକୁ ଭାଇରାଲ୍ କଲା । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାତକୋଶିଆ ଅଭୟାରଣ୍ୟର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

satakosiaଶୀତୁଆ ମଧ୍ୟ ରାତ୍ରିର ଅନ୍ଧାରରେ ଘନ ଜଂଗଲ ଭିତରେ ସୁଟିଂ ହୋଇଛି ଲାଇଭ୍ ଭିଡିଓ । କିନ୍ତୁ ସୁଟିଂ ହୋଇଥିବା ଜଙ୍ଗଲ କୌଣସି ସାଧାରଣ ଜଂଗଲ ନୁହଁ ବରଂ ଏହା ହେଉଛି ବ୍ୟାଘ୍ର ଅଭୟାରଣ୍ୟ ସାତକୋଶିଆ । ଯେଉଁଠି ସଂନ୍ଧ୍ୟା ଛଅଟା ପରେ ପ୍ରବେଶ ନିଷେଧ । କିନ୍ତୁ ଏହି ଘନ ଜଙ୍ଗଲର ନିଷିଦ୍ଧ ଅଂଚଳରେ କିଛି ପର୍ଯ୍ୟଟକ ଯାଇ ଦୀର୍ଘ ଦୁଇ ଘଂଟା ଧରି ଜଂଗଲ ବୁଲିଥିଲେ ଓ ଭିଡିଓ ମଧ୍ୟ କରିଥିଲେ । କୁହାଯାଉଛି, ଶୁଭୋଜିତ ଟୋକଦାର ନାମକ ଜଣେ ବେଙ୍ଗଲି ପର୍ଯ୍ୟଟକ ଜଂଗଲ ବିଭାଗର କିଛି ଅଧିକାରୀଙ୍କୁ ଲୋଭ ଦେଖାଇ ନିଜ ସାଂଗମାନଙ୍କ ସହ ବୋଲେରୋରେ ରାତିତମାମ ସାତକୋଶିଆ ଜଂଗଲରେ ବୁଲିଥିଲେ ଓ ପରେ ଭିଡିଓ ଭାଇରାଲ୍ କରିଥିଲେ ।